Odisha Excise Department raid at a tea stall in VSS Nagar Bhubaneswar over alleged ganja sale

ଭୁବନେଶ୍ୱରରେ ଚା’ ଦୋକାନରେ ଗଞ୍ଜେଇ କାରବାର! ଅବକାରୀ ବିଭାଗର ଚଢ଼ାଉ, ପେଡଲର ଗିରଫ

ଭୁବନେଶ୍ୱର VSS ନଗର ଅଞ୍ଚଳର ଏକ ଚା’ ଦୋକାନରେ ଗଞ୍ଜେଇ ବିକ୍ରି ହେଉଥିବା ଅଭିଯୋଗରେ ଅବକାରୀ ବିଭାଗ ଚଢ଼ାଉ କରିଛି। ଚଢ଼ାଉ ବେଳେ ପ୍ରାୟ ୩ କିଲୋ ଗଞ୍ଜେଇ ଓ ‘GoGo’ ରୋଲିଂ ପେପର ଜବତ ହୋଇଥିବା ବେଳେ ଦୋକାନୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ମଧ୍ୟ NDPS ମାମଲା ଥିବା ଅବକାରୀ ବିଭାଗ କହିଛି।

ଭୁବନେଶ୍ୱର:ବାହାରୁ ଦେଖିବାକୁ ସାଧାରଣ ଚା’ ଦୋକାନ। କିନ୍ତୁ ଭିତରେ ଚାଲିଥିଲା କି ଗଞ୍ଜେଇ କାରବାର? ଏଭଳି ଅଭିଯୋଗକୁ ନେଇ ଗୁରୁବାର ଭୁବନେଶ୍ୱର VSS ନଗର ଅଞ୍ଚଳର ଏକ ଚା’ ଦୋକାନରେ ଅବକାରୀ ବିଭାଗ ଚଢ଼ାଉ କରିଛି।

ଅବକାରୀ ବିଭାଗକୁ ମିଳିଥିବା ସୂଚନା ଆଧାରରେ ଏହି ଚଢ଼ାଉ କରାଯାଇଥିଲା। ଦୋକାନ ଭିତରୁ ଗଞ୍ଜେଇ ସହ ‘GoGo’ ରୋଲିଂ ପେପର ଜବତ କରାଯାଇଛି। ଘଟଣାସ୍ଥଳରୁ ଦୋକାନୀ ତଥା ଗଞ୍ଜେଇ ବିକ୍ରିରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିବା ବ୍ୟକ୍ତିଙ୍କୁ ଅବକାରୀ ବିଭାଗ ଗିରଫ କରିଛି।

‘GoGo’ କହିଲେ ମିଳୁଥିଲା ଗଞ୍ଜେଇ ଭର୍ତ୍ତି ସିଗାରେଟ୍!

ଚଢ଼ାଉ ବେଳେ ଦୋକାନରୁ ବହୁ ପରିମାଣର ଗଞ୍ଜେଇ ଏବଂ GoGo ରୋଲିଂ ପେପର ମିଳିଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ଗ୍ରାହକମାନେ ସଙ୍କେତ ଭାଷାରେ ‘GoGo’ ମାଗୁଥିଲେ ଏବଂ ସେମାନଙ୍କୁ ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ଦିଆଯାଉଥିଲା।

ଅଭିଯୁକ୍ତ ନିଜେ OTVକୁ କହିଛନ୍ତି ଯେ, ତାଙ୍କ ନିକଟରୁ ପ୍ରାୟ ୩ କିଲୋ ଗଞ୍ଜେଇ ଜବତ ହୋଇଛି। ଗାଡ଼ି ଚାଳକମାନେ ତାଙ୍କୁ ଗଞ୍ଜେଇ ଆଣି ଦେଉଥିଲେ ଏବଂ ପ୍ରତିଥର ୧ରୁ ୧.୫ କିଲୋଗ୍ରାମ ପର୍ଯ୍ୟନ୍ତ ପ୍ୟାକେଟରେ ଯୋଗାଣ କରାଯାଉଥିବା ସେ ଦାବି କରିଛନ୍ତି।

ଟଙ୍କା ଦରକାର ଥିବାରୁ ଏହି ବେଆଇନ କାରବାରରେ ସେ ଜଡ଼ିତ ହୋଇଥିବା ମଧ୍ୟ ଅଭିଯୁକ୍ତ କହିଛନ୍ତି।

ଅଭିଯୁକ୍ତ ପୂର୍ବରୁ ମଧ୍ୟ ଗଞ୍ଜେଇ ମାମଲାରେ ଗିରଫ ହୋଇଥିଲେ

ଏହି ମାମଲାରେ ଅବକାରୀ ବିଭାଗର DSP କହିଛନ୍ତି ଯେ, ଅଭିଯୁକ୍ତ ପୂର୍ବରୁ ମଧ୍ୟ ଗଞ୍ଜେଇ କାରବାର ଅଭିଯୋଗରେ ଗିରଫ ହୋଇଥିଲେ। ତାଙ୍କ ବିରୋଧରେ NDPS ଆଇନ ଅନୁଯାୟୀ ମାମଲା ବିଚାରାଧୀନ ଥିବା ସହ ସେ ଜଣେ history-sheeter ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଅବକାରୀ ବିଭାଗ ଓ BMCର ମିଳିତ ଟିମ୍ ଏହି ଚଢ଼ାଉ କରିଥିଲା। ଅଭିଯୋଗ ଥିବା ଦୋକାନଟିକୁ ମଧ୍ୟ ଭାଙ୍ଗି ଦିଆଯାଇଥିବା DSP ସୂଚନା ଦେଇଛନ୍ତି।

ସ୍ଥାନୀୟ ସୂଚନା ଅନୁସାରେ, ଏହି ଦୋକାନରେ ଦୀର୍ଘଦିନ ଧରି ଗଞ୍ଜେଇ କାରବାର ଚାଲିଥିବା ଅଭିଯୋଗ ରହିଥିଲା। ତେବେ ଜବତ ଗଞ୍ଜେଇର ସଠିକ୍ ପରିମାଣ, କାରବାର କେତେଦିନ ଧରି ଚାଲିଥିଲା ଏବଂ ଏହା ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଜାରି ରହିଛି।

ରାଜଧାନୀର ବିଭିନ୍ନ ସ୍ଥାନରେ ଛୋଟ ଚା’ ଦୋକାନ କିମ୍ବା କ୍ୟାବିନ୍କୁ ଆଢ଼ୁଆଳ କରି ନିଶାଦ୍ରବ୍ୟ ବିକ୍ରି ହେଉଥିବା ଅଭିଯୋଗ ମଧ୍ୟରେ ଏହି ଚଢ଼ାଉ ପରେ ଅବକାରୀ ବିଭାଗର ନଜରଦାରି ଆହୁରି କଡ଼ା ହେବାର ସମ୍ଭାବନା ରହିଛି।

Latest News
NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲା: NTA ବିଶେଷଜ୍ଞଙ୍କ ସମେତ ୧୩ ଜଣଙ୍କ ବିରୋଧରେ CBI ଚାର୍ଜସିଟ୍

NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲା: NTA...

ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ: ‘ଡିଜେ’ ଓ ଲେଜର୍‌ ଲାଇଟ୍‌ ସ୍ୱାସ୍ଥ୍ୟ ପାଇଁ ବିପଦ

ଗଣେଶ ପୂଜା ପୂର୍ବରୁ ରାଜ ଠାକରେଙ୍କ ଚେତାବନୀ:...

ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...

ବ୍ୟାଙ୍କ ଲକରରୁ ଗାଏବ ୩୯ ଲକ୍ଷର ସୁନା! ଅସଲି ଗହଣା ବଦଳରେ ରଖିଥିଲେ ନକଲି, ୨ ଗିରଫ

ବ୍ୟାଙ୍କ ଲକରରୁ ଗାଏବ ୩୯ ଲକ୍ଷର ସୁନା!...

ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...

ପୋଷ୍ଟମ୍ୟାନ୍‌ରୁ ଡାକ୍ତର ହେବାର ସ୍ୱପ୍ନ; Re-NEETରେ ସଫଳ ହେଲେ କନ୍ଧମାଳର ବିନାୟକ

ପୋଷ୍ଟମ୍ୟାନ୍‌ରୁ ଡାକ୍ତର ହେବାର ସ୍ୱପ୍ନ; Re-NEETରେ ସଫଳ...

ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...

ଭତ୍ତା ପାଣ୍ଠିରୁ ୧୬.୭୬ ଲକ୍ଷ ଟଙ୍କା ହେରଫେର ଅଭିଯୋଗ, ୩ ପଞ୍ଚାୟତ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଭତ୍ତା ପାଣ୍ଠିରୁ ୧୬.୭୬ ଲକ୍ଷ ଟଙ୍କା ହେରଫେର...

ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...

ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ ଶିକ୍ଷା ଯୋଜନା ବିଷୟରେ ଜାଣନ୍ତୁ

ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ...

ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି? ଏହି ୫ଟି ଖାଦ୍ୟକୁ ଡାଏଟ୍‌ରେ ସାମିଲ କରନ୍ତୁ

ଭଲ ଗଟ୍‌ ହେଲ୍ଥ ପାଇଁ ଖାଉଛନ୍ତି କି?...

ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...

ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ସମୟ ପୂର୍ବରୁ ମୁକ୍ତି ଆବେଦନ ଖାରଜ

ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା,...

୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାର ଦୋଷୀ ତଥା ଗ୍ୟାଙ...

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ; ₹୧୧.୪୧ କୋଟିର ଔଷଧ ଓ କସମେଟିକ୍ସ ଜବତ

ମହାରାଷ୍ଟ୍ରରେ ୮୮୦ ଫାର୍ମା ୟୁନିଟ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ;...

ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...

ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ପିଜି ଅପରେଟର୍ ଗିରଫ, ଅନ୍ୟ ୩ ପିଜିରେ ପୋଲିସର ଚଢ଼ାଉ

ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ପିଜି ଅପରେଟର୍...

ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ୭...

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌ ସମସ୍ୟା, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ପରାମର୍ଶ

ଅଧିକ ଘିଅ ଖାଉଛନ୍ତି କି? ହୋଇପାରେ ଗଲ୍‌ଷ୍ଟୋନ୍‌...

ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...

କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ଦାୟିତ୍ୱ ନେଲେ ଡ. ଅଜିତ କୁମାର ଶାସାନୀ

କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ...

କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+