ଭୁବନେଶ୍ୱରର ପାତ୍ରପଡ଼ା ଅଞ୍ଚଳରେ ସୋମବାର ଏକ ସୂତା କାରଖାନା ଓ କପଡ଼ା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଞ୍ଚଳ ତମାଣ୍ଡୋ ଥାନା ଅଧୀନରେ ଆସୁଥିବା ବେଳେ ନିଆଁ ସମଗ୍ର କାରଖାନା ପରିସରକୁ କବଳିତ କରିଥିଲା।
ଅଗ୍ନିକାଣ୍ଡ ପରେ କାରଖାନା ପରିସରରୁ ପ୍ରବଳ ଧୂଆଁ ଓ ନିଆଁର ଲହରୀ ବାହାରିବାରୁ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।
ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ତମାଣ୍ଡୋ ଓ ଜଟଣୀ ଅଗ୍ନିଶମ ସେବାର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଜୋରଦାର ଉଦ୍ୟମ ଚଳାଇଛନ୍ତି।
ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡରେ କୌଣସି ମୃତାହତ ସମ୍ପର୍କରେ ସରକାରୀ ସୂଚନା ମିଳିନାହିଁ।
ପ୍ରାଥମିକ ଭାବେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ସମ୍ପୃକ୍ତ ଅଧିକାରୀଙ୍କ ଯାଞ୍ଚ ପରେ ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହେବ।
ଅଗ୍ନିକାଣ୍ଡରେ ସୂତା କାରଖାନା ସହ ଏହାର ନିକଟରେ ଥିବା କପଡ଼ା ଗୋଦାମର ବ୍ୟାପକ କ୍ଷୟକ୍ଷତି ହୋଇଛି। ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଓ ସାମଗ୍ରୀ ନଷ୍ଟ ହୋଇଥିବା ରିପୋର୍ଟ ମିଳିଛି।
ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ସହ କ୍ଷୟକ୍ଷତିର ଆକଳନ ପାଇଁ ପ୍ରକ୍ରିୟା ଜାରି ରହିଛି।
ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...
ଦେଶରେ ମୌସୁମୀର ପ୍ରଭାବ ଆହୁରି ତୀବ୍ର ହେବାର ଆଶଙ୍କା। ଅଗଷ...
ମେଷ ଏହି ସପ୍ତାହ ଆପଣଙ୍କ କର୍ମକ୍ଷେତ୍ର ପାଇଁ ଉତ୍ସାହଜନ...
ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ କଟକ ଜିଲ୍ଲାର ବିଭିନ୍...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର ପ...
ମହାନଦୀରେ ବନ୍ୟାଜଳ ବଢ଼ିବା ପରେ କଟକ ଜିଲ୍ଲାର ପ୍ରସିଦ୍ଧଅନ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ଦାୟିତ୍ୱ ମ...