Biju Patnaik International Airport to launch a new hub-and-spoke international transit model from August 2026.

ଅଗଷ୍ଟରୁ ଭୁବନେଶ୍ୱର ବିମାନବନ୍ଦରରେ ନୂଆ ଆନ୍ତର୍ଜାତୀୟ ଗମନାଗମନ ବ୍ୟବସ୍ଥା, କେବଳ ରାତିରେ ମିଳିବ ବିଦେଶ ଯାତ୍ରା ସୁବିଧା

ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଅଗଷ୍ଟ ମାସରୁ ହବ୍-ଆଣ୍ଡ-ସ୍ପୋକ୍ ମଡେଲ୍ ଆରମ୍ଭ ହେବ। ଏହି ବ୍ୟବସ୍ଥା ଅନୁସାରେ ଯାତ୍ରୀମାନେ ଭୁବନେଶ୍ୱରରୁ ସନ୍ଧ୍ୟାରେ ଦିଲ୍ଲୀ ଯାଇ ସେଠାରୁ ରାତିରେ ଆନ୍ତର୍ଜାତୀୟ ବିମାନ ଧରିପାରିବେ। ଇମିଗ୍ରେସନ୍ ଓ କଷ୍ଟମ୍ସ ଯାଞ୍ଚ ଭୁବନେଶ୍ୱରରେ ହିଁ ସମ୍ପନ୍ନ ହେବ।

ଅଗଷ୍ଟ ମାସରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ନୂଆ ହବ୍-ଆଣ୍ଡ-ସ୍ପୋକ୍ (Hub-and-Spoke) ଟ୍ରାନ୍ଜିଟ୍ ମଡେଲ୍ ଆରମ୍ଭ ହେବାକୁ ଯାଉଛି। ଏହା ଦ୍ୱାରା ବିଦେଶ ଯାତ୍ରୀମାନେ ଭୁବନେଶ୍ୱରରୁ ସନ୍ଧ୍ୟାବେଳେ ବିମାନ ଯୋଗେ ଦିଲ୍ଲୀ ପହଞ୍ଚି ସେଠାରୁ ଉପଲବ୍ଧ ରାତ୍ରିକାଳୀନ ଆନ୍ତର୍ଜାତୀୟ ବିମାନରେ ଯାତ୍ରା କରିପାରିବେ।

ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଏହି ବ୍ୟବସ୍ଥାରେ ଘରୋଇ ବିମାନ ଦିଲ୍ଲୀରେ ପହଞ୍ଚିବା ପରେ ସର୍ବାଧିକ ଚାରି ଘଣ୍ଟା ମଧ୍ୟରେ ଆନ୍ତର୍ଜାତୀୟ ବିମାନ ଉଡ଼ାଣ କରିବ। ଏହା ଫଳରେ ଯାତ୍ରୀମାନେ ଅଧିକ ସୁବିଧାଜନକ ଭାବେ ବିଦେଶ ଯାତ୍ରା କରିପାରିବେ।

ଏହି ଯୋଜନା ଅନୁଯାୟୀ, ଏୟାର ଇଣ୍ଡିଆର ଏକ ବିମାନ ରାତି ୮:୪୫ରେ ଭୁବନେଶ୍ୱରରୁ ଉଡ଼ାଣ କରି ରାତି ପ୍ରାୟ ୧୧ଟାରେ ଦିଲ୍ଲୀରେ ପହଞ୍ଚିବ। ପୂର୍ବରୁ ଆନ୍ତର୍ଜାତୀୟ ଟିକେଟ୍ ବୁକ୍ କରିଥିବା ଯାତ୍ରୀମାନେ ଦିଲ୍ଲୀରେ ସିଧାସଳଖ ସୁରକ୍ଷା ଯାଞ୍ଚ ପ୍ରକ୍ରିୟାକୁ ଯାଇପାରିବେ, କାରଣ ଇମିଗ୍ରେସନ୍ ଓ କଷ୍ଟମ୍ସ ଯାଞ୍ଚ ଭୁବନେଶ୍ୱରରେ ହିଁ ସମାପ୍ତ ହୋଇଯିବ।

ଏହି ନୂଆ ମଡେଲ୍ରେ ଯାତ୍ରୀମାନଙ୍କୁ ଦୁଇଟି ବୋର୍ଡିଂ ପାସ୍ ଦିଆଯିବ—ଗୋଟିଏ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ଏବଂ ଅନ୍ୟଟି ଦିଲ୍ଲୀରୁ ସେମାନଙ୍କ ଆନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳ ପାଇଁ। ଏହା ଫଳରେ ବ୍ୟାଗେଜ୍ ହ୍ୟାଣ୍ଡଲିଂ, କଷ୍ଟମ୍ସ ଏବଂ ଇମିଗ୍ରେସନ୍ ପ୍ରକ୍ରିୟା ଅଧିକ ସହଜ ହେବ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ନାଗରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦ୍ୱାରା ଭୁବନେଶ୍ୱରକୁ ଦେଶର ପାଞ୍ଚଟି ନିର୍ଦ୍ଦିଷ୍ଟ ‘ସ୍ପୋକ୍’ ବିମାନବନ୍ଦର ମଧ୍ୟରୁ ଗୋଟିଏ ଭାବେ ଚୟନ କରାଯାଇଛି। ଭବିଷ୍ୟତରେ ଏହି ଯୋଜନାରେ ଅନ୍ୟ ମେଟ୍ରୋ ସହର ଏବଂ ଅଧିକ ବିମାନ ସେବାକୁ ମଧ୍ୟ ସାମିଲ କରାଯାଇପାରେ।

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+