ଓଡ଼ିଶାର ପ୍ରସିଦ୍ଧଭିତରକନିକା ଜାତୀୟ ଉଦ୍ୟାନରେ ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଛି। ପ୍ରଜନନ ସମୟରେ କୁମ୍ଭୀରଙ୍କ ବସା ଚିହ୍ନଟ ଓ ଅଣ୍ଡା ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଚାଲିଛି।
ଭିତରକନିକାର ସହକାରୀ ବନ ସଂରକ୍ଷକ (ACF)ମାନସ କୁମାର ଦାସଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ନଦୀ, ନାଳ ଓ ଜଙ୍ଗଲ ଅଞ୍ଚଳରେ କୁମ୍ଭୀରଙ୍କ ବସା ଚିହ୍ନଟ କରୁଛନ୍ତି। ବିଶେଷକରି ଜୁଆର ପାଣିରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବା ବସାଗୁଡ଼ିକ ଉପରେ ଅଧିକ ନଜର ରଖାଯାଉଛି।
ଜୁଆର ପାଣିରେ ବୁଡ଼ିଯାଇଥିବା କିମ୍ବା ବିପଦରେ ଥିବା ବସାରୁ ଅଣ୍ଡା ସଂଗ୍ରହ କରିଡାଙ୍ଗମାଳସ୍ଥିତ କୁମ୍ଭୀର ପ୍ରଜନନ କେନ୍ଦ୍ରରେ କୃତ୍ରିମ ଉପାୟରେ ଛୁଆ ଫୁଟାଇବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ପଦକ୍ଷେପ କୁମ୍ଭୀର ଛୁଆଙ୍କ ବଞ୍ଚିବାର ହାର ବୃଦ୍ଧି କରିବାରେ ସହାୟକ ହେବ।
ପ୍ରତିବର୍ଷମଇ ୧ରୁ ଜୁଲାଇ ୩୧ପର୍ଯ୍ୟନ୍ତ ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଚାଲିଥାଏ। ଏହି ସମୟରେ ମାଆ କୁମ୍ଭୀର ନଦୀ କିମ୍ବା ନାଳଠାରୁ କିଛି ଉଚ୍ଚ ସ୍ଥାନ ବାଛି ବସା ତିଆରି କରିଥାଏ।
ବସା ତିଆରି ପାଇଁ ଖରଖରି ପତ୍ର, ଶୁଖିଲା କାଠି ଓ ଅନ୍ୟାନ୍ୟ ପ୍ରାକୃତିକ ସାମଗ୍ରୀ ସଂଗ୍ରହ କରି ପ୍ରାୟଦୁଇ ଫୁଟ ଉଚ୍ଚ ଗଦାପ୍ରସ୍ତୁତ କରାଯାଏ। ଏହା ଉପରେ କୁମ୍ଭୀର ଅଣ୍ଡା ଦେବା ପରେ ପୁଣି ସେହି ପତ୍ର ଓ କାଠିରେ ଅଣ୍ଡାକୁ ଘୋଡ଼ାଇ ଦେଇ ସୁରକ୍ଷିତ ରଖିଥାଏ।
ବନ ବିଭାଗର ସୂଚନା ଅନୁଯାୟୀ,ପ୍ରତ୍ୟେକ ମାଆ କୁମ୍ଭୀର ୪୦ରୁ ୬୦ଟି ପର୍ଯ୍ୟନ୍ତ ଅଣ୍ଡାଦେଇଥାଏ। ପ୍ରଜନନ ଋତୁରେ ବସା ଓ ଅଣ୍ଡାର ସୁରକ୍ଷା ଉପରେ ବନ ବିଭାଗ ସ୍ୱତନ୍ତ୍ର ନଜର ରଖୁଛି, ଯାହାଦ୍ୱାରା ବିରଳ ବଉଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇବ।
ବଲିଉଡ୍ର ସବୁଠାରୁ ଲୋକପ୍ରିୟ ଏବଂ ସଫଳ ଚଳଚ୍ଚିତ୍ର ମଧ୍ୟରୁ...
ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଲଗାତାର କିଛି ଦିନ ଧରି ସ୍ଥିର...
ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ସଂଘର୍ଷର ପ୍ରଭ...
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଓଡ଼ିଆଙ୍କ ଅଗାଧ ଭକ୍ତି...
ଏସ୍‌ଏସ୍‌ ରାଜାମୌଳୀଙ୍କ ବହୁ ପ୍ରତୀକ୍ଷିତ ପ୍ୟା...
ସାଗରମାଳା କାର୍ଯ୍ୟକ୍ରମ ଅଧୀନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ...
ଭାରତୀୟ ସିନେମାର ସବୁଠୁ ବଡ଼ ଏବଂ ଆକାଂକ୍ଷୀ ପ୍ରକଳ୍ପମାନଙ୍...
ଅଦାନୀ ଗ୍ରୁପ୍‌ର ଅଦାନୀ ଏନର୍ଜି ସଲ୍ୟୁସନ୍ସ ଲିମିଟେଡ...