ଭୟଙ୍କର ବନ୍ୟା ସ୍ରୋତରେ ଭାସିଯିବା ପରେ ୫ ଦିନ ଧରି ତାଳଗଛକୁ ଧରି ଜୀବନ ବଞ୍ଚାଇଥିବା ଜଣେ ବ୍ୟକ୍ତିଙ୍କୁ ଭଦ୍ରକ ଜିଲ୍ଲାରୁ ଉଦ୍ଧାର କରାଯାଇଛି। ଧାମନଗର ବ୍ଲକ ଅର୍ଜୁନପୁର ପଞ୍ଚାୟତ ଅଧୀନ ବାଲିପାଟଣା ଗାଁରେ ଏହି ଘଟଣା ଘଟିଛି।
ଉଦ୍ଧାର ହୋଇଥିବା ବ୍ୟକ୍ତି ହେଉଛନ୍ତି ବାଲିପାଟଣା ଗାଁର ସୁନନ୍ଦ ବେହେରା। ପୋଚରା ନଦୀର ପ୍ରଖର ବନ୍ୟା ସ୍ରୋତରେ ଭାସିଯିବା ପରେ ସେ ଗତ ୫ ଦିନ ଧରି ନିଖୋଜ ଥିଲେ। ତାଙ୍କୁ ଖୋଜିବା ପାଇଁ ଗ୍ରାମବାସୀ ଲଗାତାର ଖୋଜାଖୋଜି କରୁଥିଲେ।
ମଙ୍ଗଳବାର କିଛି ଗ୍ରାମବାସୀ ଡଙ୍ଗାରେ ଯାଉଥିବା ବେଳେ ସୁନନ୍ଦ ଏକ ତାଳଗଛକୁ ଧରି ରହିଥିବା ଦେଖିଥିଲେ। ତୁରନ୍ତ ଏନେଇ ଓଡ଼ିଶା ଡିଜାଷ୍ଟର ରାପିଡ୍ ଆକ୍ସନ୍ ଫୋର୍ସ (ODRAF) ଟିମ୍କୁ ଖବର ଦିଆଯାଇଥିଲା।
ଖବର ପାଇ ODRAF ଟିମ୍ ଘଟଣାସ୍ଥଳରେ ପହଞ୍ଚି ସୁନନ୍ଦଙ୍କୁ ତାଳଗଛ ଉପରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଉଦ୍ଧାର ସମୟରେ ତାଙ୍କର ହାତ ଓ ଗୋଡ଼ ଥରୁଥିବା ବେଳେ ଗତ ୫ ଦିନ ଧରି ସେ କୌଣସି ଖାଦ୍ୟ ଖାଇନଥିବା ଜଣାପଡ଼ିଛି।
ଗୁରୁତର ଅବସ୍ଥାରେ ସୁନନ୍ଦଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଆବଶ୍ୟକ ହେଲେ ତାଙ୍କୁ କଟକ SCB ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି।
ଆମେରିକା ଓ କାନାଡା ମଧ୍ୟରେ ଚାଲିଥିବାଟାରିଫ୍ ଯୁଦ୍ଧଏବେ ଏର...
ଘରୋଇ LPG ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି।ଘରୋଇ LPG refi...
କନ୍ନଡ ଅଭିନେତା ଶିବ ରାଜକୁମାର ହିନ୍ଦୀକୁ ‘ଜାତୀୟ ଭ...
ମନି ଲଣ୍ଡରିଂ ମାମଲାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସ...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର।୨୦୨୬-୨୭ ଆର୍ଥିକ ବ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...
ଆମେରିକାରେ ଚାକିରି କରିବା ସହିତ ନିଜ ପ୍ରତିଭାକୁ side bus...
ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରି ପୂର୍ବରୁ ଗର୍ବା ଓ ଡାଣ...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ତାମିଲନାଡୁ ରାଜନୀତିରେ ସିନେମା ଓ ରାଜନୀତିର ସମ୍ପର୍କ ନୂଆ...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...