Youth critically injured in sword attack at Bendalia village in Berhampur.

ବ୍ରହ୍ମପୁରରେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ, ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ

ବ୍ରହ୍ମପୁର ସଦର ଥାନା ଅଧୀନ ବେଣ୍ଡାଲିଆ ଗାଁରେ ଜଣେ ଯୁବକଙ୍କୁ ସାର୍ବଜନୀନ ରାସ୍ତାରେ ଖଣ୍ଡାରେ ଆକ୍ରମଣ କରାଯାଇଛି। ଗୁରୁତର ଆହତ ଯୁବକଙ୍କୁ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପୁରୁଣା ଶତ୍ରୁତାକୁ ନେଇ ଏହି ଆକ୍ରମଣ ହୋଇଥିବା ସନ୍ଦେହ କରୁଛି ପୋଲିସ।

ବ୍ରହ୍ମପୁରରେ ପୁନି ଦେଖିବାକୁ ମିଳିଛି ହିଂସାର ଭୟାବହ ଚିତ୍ର। ସଦର ଥାନା ଅଧୀନ ବେଣ୍ଡାଲିଆ ଗାଁରେ ଜଣେ ଯୁବକଙ୍କୁ ସାର୍ବଜନୀନ ରାସ୍ତାରେ ଖଣ୍ଡାରେ ଆକ୍ରମଣ କରାଯାଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆକ୍ରମଣରେ ଗୁରୁତର ଭାବେ ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହତ ଯୁବକଙ୍କ ପରିଚୟ ପିଙ୍କୁ ସେଠୀ ଭାବେ ହୋଇଛି। ସୂଚନା ଅନୁସାରେ, ମଙ୍ଗଳବାର ସକାଳେ ପିଙ୍କୁ ନିକଟସ୍ଥ ପୋଖରୀକୁ ପ୍ରାକୃତିକ କାର୍ଯ୍ୟ ସାରିବାକୁ ଯାଇଥିବା ବେଳେ ତିନିଜଣ ଦୁର୍ବୃତ୍ତ ତାଙ୍କୁ ଅଚାନକ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନଙ୍କ ହାତରେ ଧାରୁଆ ଅସ୍ତ୍ର ଥିବା ବେଳେ ସେମାନେ ପିଙ୍କୁଙ୍କ ଉପରେ ନିର୍ମମ ଭାବେ ଆକ୍ରମଣ କରିଥିଲେ।

ଏହି ଆକ୍ରମଣରେ ପିଙ୍କୁଙ୍କ ଦୁଇହାତ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ଘଟଣା ପରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ତୁରନ୍ତ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରିବା ନେଇ ଆଲୋଚନା ଚାଲିଥିବା ସୂଚନା ମିଳିଛି।

ପ୍ରାଥମିକ ତଦନ୍ତରୁ ଗାଁରେ ଥିବା ଦୁଇ ଗୋଷ୍ଠୀ ମଧ୍ୟରେ ଦୀର୍ଘଦିନର ଶତ୍ରୁତାକୁ ଏହି ଆକ୍ରମଣର କାରଣ ଭାବେ ସନ୍ଦେହ କରୁଛି ପୋଲିସ। କିଛି ଦିନ ପୂର୍ବରୁ ଗାଁରେ ହୋଇଥିବା ଦଣ୍ଡ ଯାତ୍ରା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଘଟିଥିବା କଥା ମଧ୍ୟ ସାମ୍ନାକୁ ଆସିଛି। ପୋଲିସ ଏବେ ତଦନ୍ତ କରୁଛି ଯେ, ସେହି ବିବାଦର ପ୍ରତିଶୋଧ ସ୍ୱରୂପ ଏହି ଆକ୍ରମଣ ହୋଇଛି କି ନାହିଁ।

ପୋଲିସ ସୂଚନା ଅନୁସାରେ, ଏହି ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ମଧ୍ୟ ଝଗଡ଼ା ହୋଇଥିଲା ଏବଂ ପିଙ୍କୁ ସେଠୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ରହିଥିଲା। ଆହତ ଯୁବକଙ୍କ ପରିବାର ଲୋକ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାମ ପୋଲିସକୁ ଦେଇଥିବା ବେଳେ, ପୋଲିସ ସେହି ଦିଗରେ ମଧ୍ୟ ତଦନ୍ତ ଜାରି ରଖିଛି।

ଘଟଣା ସମ୍ପର୍କରେ ସଦର ପୋଲିସ ସହ ଅନ୍ୟାନ୍ୟ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆକ୍ରମଣ ପଛରେ ଥିବା ପ୍ରକୃତ କାରଣ ଖୋଜିବା ସହ ଜଡିତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପଦକ୍ଷେପ ନେଉଛି।

Latest News
ପୋଷ୍ଟମ୍ୟାନ୍‌ରୁ ଡାକ୍ତର ହେବାର ସ୍ୱପ୍ନ; Re-NEETରେ ସଫଳ ହେଲେ କନ୍ଧମାଳର ବିନାୟକ

ପୋଷ୍ଟମ୍ୟାନ୍‌ରୁ ଡାକ୍ତର ହେବାର ସ୍ୱପ୍ନ; Re-NEETରେ ସଫଳ...

ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...

ଡିଲ୍ ଭାଙ୍ଗିବା ପରେ ଆମେରିକା-କାନାଡା ବାଣିଜ୍ୟ ଯୁଦ୍ଧ ତୀବ୍ର: କାନାଡା ଉପରେ ୫୦% ଟାରିଫ୍

ଡିଲ୍ ଭାଙ୍ଗିବା ପରେ ଆମେରିକା-କାନାଡା ବାଣିଜ୍ୟ ଯୁଦ୍ଧ...

ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...

ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ କୌଣସି ତ୍ରୁଟି ନାହିଁ: ସ୍ପଷ୍ଟ କଲେ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ

ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ କୌଣସି ତ୍ରୁଟି ନାହିଁ:...

ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକକୁ ନେଇ ଚାଲିଥିବା ବିବାଦ ମଧ୍ୟ...

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର, ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ : କେମିତି କଟିବ ଆପଣଙ୍କ ସପ୍ତାହ?

ସାପ୍ତାହିକ ରାଶିଫଳ: ୩୧ ଅଗଷ୍ଟରୁ ୭ ସେପ୍ଟେମ୍ବର,...

ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...

ସାପ୍ତାହିକ ରାଶିଫଳ: ୧୭ ଅଗଷ୍ଟରୁ ୨୪ ଅଗଷ୍ଟ ପର୍ଯ୍ୟନ୍ତ କାହାର ଭାଗ୍ୟ ଚମକିବ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ ଏହି ସପ୍ତାହର ରାଶିଫଳ

ସାପ୍ତାହିକ ରାଶିଫଳ: ୧୭ ଅଗଷ୍ଟରୁ ୨୪ ଅଗଷ୍ଟ...

ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...

ଚଣ୍ଡୀଗଡ଼, ନଦୀଜଳ ଓ ବନ୍ଦୀ ଶିଖଙ୍କ ପ୍ରସଙ୍ଗରେ ସ୍ପଷ୍ଟତା ନଆସିଲେ ବିଜେପି ସହ ମେଣ୍ଟ ନାହିଁ: SAD (ପୁନର ସୁରଜିତ)

ଚଣ୍ଡୀଗଡ଼, ନଦୀଜଳ ଓ ବନ୍ଦୀ ଶିଖଙ୍କ ପ୍ରସଙ୍ଗରେ...

ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...

ୟୁପି, ପଞ୍ଜାବ ଓ ଉତ୍ତରାଖଣ୍ଡରେ ବିଧାୟକଙ୍କ ଉପରେ ଅସନ୍ତୋଷ, ମୁଖ୍ୟମନ୍ତ୍ରୀଙ୍କ ପ୍ରତି ରହିଛି ଭରସା

ୟୁପି, ପଞ୍ଜାବ ଓ ଉତ୍ତରାଖଣ୍ଡରେ ବିଧାୟକଙ୍କ ଉପରେ...

୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ, ପଞ୍ଜାବ...

NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲା: NTA ବିଶେଷଜ୍ଞଙ୍କ ସମେତ ୧୩ ଜଣଙ୍କ ବିରୋଧରେ CBI ଚାର୍ଜସିଟ୍

NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲା: NTA...

ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...

ସାପ୍ତାହିକ ରାଶିଫଳ: ୨୪ ଅଗଷ୍ଟରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ କାହାର ଚମକିବ ଭାଗ୍ୟ, କାହାକୁ ରହିବାକୁ ପଡ଼ିବ ସତର୍କ? ଜାଣନ୍ତୁ ଏହି ସପ୍ତାହର ରାଶିଫଳ

ସାପ୍ତାହିକ ରାଶିଫଳ: ୨୪ ଅଗଷ୍ଟରୁ ୩୧ ଅଗଷ୍ଟ...

ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...

କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ଦାୟିତ୍ୱ ନେଲେ ଡ. ଅଜିତ କୁମାର ଶାସାନୀ

କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ...

କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧ ବିଲିୟନ୍ ଡଲାରର ବ୍ୟବସାୟରେ ପରିଣତ କଲା କମ୍ପାନୀ

ୟୁନିକର୍ଣ୍ଣ ହେଲା Astrotalk: ଜ୍ୟୋତିଷକୁ କିପରି ୧...

ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...

ଇମ୍ରାନ ଖାନଙ୍କ ପୁଅଙ୍କ ସାକ୍ଷାତକାରକୁ ନେଇ ପାକିସ୍ତାନର ଲର୍ଡ୍ସ ଟେଷ୍ଟ ବୟକଟ୍ ଧମକ: କ୍ରିକେଟ୍‌ରେ ରାଜନୀତିର ପ୍ରଭାବ ନେଇ ବଢ଼ିଲା ପ୍ରଶ୍ନ

ଇମ୍ରାନ ଖାନଙ୍କ ପୁଅଙ୍କ ସାକ୍ଷାତକାରକୁ ନେଇ ପାକିସ୍ତାନର...

ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+