ରାଜ୍ୟରେ ଦିନକୁ ଦିନ ଅପରାଧିକ ଘଟଣା ବଢୁଥିବା ପରିପ୍ରେକ୍ଷୀରେ ଓଡ଼ିଶା ପୁଲିସ ଏବେ ଅପରାଧୀଙ୍କ ବିରୋଧରେ କଡ଼ା ଆକ୍ସନ୍ ମୋଡ୍ରେ ନଜର ଆସୁଛି। ବିଶେଷକରି ବ୍ରହ୍ମପୁରରେ ଗତ ୧୧ ଦିନ ମଧ୍ୟରେ ହୋଇଥିବା ଚାରିଟି ବଡ଼ ଏନକାଉଣ୍ଟର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସମସ୍ତ ଘଟଣାରେ କୁଖ୍ୟାତ ଓ ଦୁର୍ଦ୍ଦାନ୍ତ ଅପରାଧୀମାନେ ପୁଲିସ ଗୁଳିରେ ଆହତ ହୋଇଛନ୍ତି।
ସବୁଠୁ ନୂତନ ଏନକାଉଣ୍ଟର ୨୫ ମେ ରାତିରେ ବ୍ରହ୍ମପୁର ସଦର ଥାନା ଅଧୀନ ରତ୍ନପୁର ନିକଟରେ ଘଟିଥିଲା। ଗୋପାଳପୁରର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡା ଓରଫ ଭିକିଙ୍କ ଗୋଡ଼ରେ ପୁଲିସ ଗୁଳି ବାଜିଥିଲା। ଅଭିଯୁକ୍ତମାନେ ପୁଲିସ ହାତରୁ ଖସିବାକୁ ଚେଷ୍ଟା କରିବା ପରେ ପାଲଟା କାର୍ଯ୍ୟାନୁଷ୍ଠାନ ହୋଇଥିବା ସୂଚନା ମିଳିଛି।
ତାହାପୂର୍ବରୁ ୨୪ ମେରେ ମଙ୍ଗଳା ବେହେରାଙ୍କ ଉପରେ ଆକ୍ରମଣ ମାମଲାରେ ଅଭିଯୁକ୍ତ ଜଗା ବାଉରୀକୁ ପୁଲିସ ଏନକାଉଣ୍ଟର କରିଥିଲା। ସୁକୁଣ୍ଡା ଅଞ୍ଚଳରେ ପୁଲିସ ଚଢ଼ାଉ କରିବା ସମୟରେ ଜଗା ପୁଲିସ ଉପରକୁ ବୋମା ଫିଙ୍ଗି ଖସିଯିବାକୁ ଚେଷ୍ଟା କରିଥିଲା। ପାଲଟା ଗୁଳିରେ ସେ ଆହତ ହୋଇଥିଲା।
୨୦ ମେରେ ଗିରିରୋଡ଼ ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁକୁ ପୁଲିସ ଏନକାଉଣ୍ଟର କରିଥିଲା। ମୁକେଶଙ୍କ ନାମରେ ୯ରୁ ଅଧିକ ଆପରାଧିକ ମାମଲା ଥିବା ପୁଲିସ ସୂଚନା ଦେଇଥିଲା।
ସେହିପରି ୧୬ ମେରେ ଲାଞ୍ଜିପଲ୍ଲୀର ଦୁର୍ଦ୍ଦାନ୍ତ ଅପରାଧୀ ଦିପୁନା ନାୟକକୁ ପୁଲିସ ଏନକାଉଣ୍ଟର କରିଥିଲା। ତଦନ୍ତ ସମୟରେ ଦିପୁନା ପୁଲିସ ଉପରକୁ ଗୁଳି ଚଳାଇଥିବା ବେଳେ ପାଲଟା ଗୁଳିରେ ସେ ଆହତ ହୋଇଥିଲା। ତାଙ୍କ ନାମରେ ୧୨ରୁ ଅଧିକ ଆପରାଧିକ ମାମଲା ରହିଥିବା ଜଣାପଡ଼ିଛି।
ବ୍ରହ୍ମପୁରରେ ଲଗାତାର ଏନକାଉଣ୍ଟର ଘଟଣା ପୁଲିସର କଠୋର ଆଭିମୁଖ୍ୟକୁ ପ୍ରକାଶ କରୁଥିବାବେଳେ ରାଜ୍ୟରେ ବଢୁଥିବା ଅପରାଧ ନେଇ ମଧ୍ୟ ଚିନ୍ତା ବଢ଼ାଇଛି।
ଭାରତରQ1 FY27 GDP ବୃଦ୍ଧି ୭.୮%ରହିବାକୁ ନେଇ ତଥ୍ୟର ବିଶ୍...
ଭାରତର ଅର୍ଥନୀତି ପାଇଁ ଆସିଛି ଏକ ବଡ଼କ୍ରେଡିଟ୍ ରେଟିଂ ଅପଗ...
ଏୟାର ମାର୍ଶାଲ ଜିତେନ୍ଦ୍ର ମିଶ୍ରଙ୍କୁ ରାମ ଜନ୍ମଭୂମି ଟ୍ରଷ...
ଦିଲ୍ଲୀରେ ବଢୁଥିବା ସାଇବର ଅପରାଧ ଓ ଟେକ୍ନୋଲୋଜି ଆଧାରିତ ଧ...
ଭାରତୀୟ କମ୍ପାନୀଗୁଡ଼ିକ ପାଇଁବ୍ୟବସାୟ କରିବାର ଖର୍ଚ୍ଚ ବଢ଼...
ଜମ୍ମୁ-କଶ୍ମୀରରେ କଶ୍ମୀରୀ ପଣ୍ଡିତ କର୍ମଚାରୀଙ୍କୁ ଧମକ ମିଳ...
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...
ଦାର୍ଜିଲିଂର ଐତିହାସିକ ଟୟ ଟ୍ରେନ୍‌ ଲୋକୋସେଡ୍‌...
ଦିଲ୍ଲୀ ଜଳ ବୋର୍ଡ (DJB)ର ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ...
ଦିଲ୍ଲୀରେFire Safety NOC (No Objection Certificate)...