MoSPI chief defends India's 7.8 percent GDP growth data

୭.୮% GDP ବୃଦ୍ଧିକୁ ନେଇ ବିବାଦ: ତଥ୍ୟରେ ହେରଫେର ଅଭିଯୋଗକୁ ଖାରଜ କଲେ MoSPI ମୁଖ୍ୟ

ଭାରତର ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକର ୭.୮% GDP ବୃଦ୍ଧି ହାରକୁ ନେଇ ଉଠିଥିବା ପ୍ରଶ୍ନର ଜବାବ ଦେଇଛନ୍ତି MoSPIର ମୁଖ୍ୟ। ସେ କହିଛନ୍ତି, ଏହି ବୃଦ୍ଧି ହାରକୁ ବିଦ୍ୟୁତ ଉତ୍ପାଦନ, ସିମେଣ୍ଟ-ଇସ୍ପାତ ଉତ୍ପାଦନ, Manufacturing ଓ Services PMI ସମେତ ଅନେକ ବାସ୍ତବ ଅର୍ଥନୈତିକ ସୂଚକ ସମର୍ଥନ କରୁଛି। GDPର Base Year ୨୦୧୧-୧୨ରୁ ୨୦୨୨-୨୩କୁ ପରିବର୍ତ୍ତନକୁ ନେଇ ମଧ୍ୟ ସେ ସ୍ପଷ୍ଟୀକରଣ ଦେଇଛନ୍ତି।

ଭାରତରQ1 FY27 GDP ବୃଦ୍ଧି ୭.୮%ରହିବାକୁ ନେଇ ତଥ୍ୟର ବିଶ୍ୱସନୀୟତା ଉପରେ ଉଠୁଥିବା ପ୍ରଶ୍ନକୁ ଖାରଜ କରିଛନ୍ତି MoSPI ମୁଖ୍ୟ। ତାଙ୍କ କହିବା ଅନୁସାରେ, ୭.୮% ବୃଦ୍ଧି ହାର କେବଳ ଏକ ପରିସଂଖ୍ୟାନିକ ଆକଳନ ନୁହେଁ; ଏହାକୁ ବିଭିନ୍ନreal economy indicatorsମଧ୍ୟ ସମର୍ଥନ କରୁଛି।

ସେ ଉଦାହରଣ ଦେଇ କହିଛନ୍ତି ଯେ ବିଦ୍ୟୁତ ଉତ୍ପାଦନରେ ପ୍ରାୟ୯%, ସିମେଣ୍ଟ ଓ ଇସ୍ପାତରେ ପ୍ରାୟ୮%ବୃଦ୍ଧି ହୋଇଛି। ହୋଟେଲ୍, ପର୍ଯ୍ୟଟନ ଓ ବାଣିଜ୍ୟ ଭଳି କିଛି Services sectorରେ ପ୍ରାୟ୧୫-୨୦%ବୃଦ୍ଧି ଦେଖାଯାଇଛି। Electrical equipmentରେ ୨୭% ଏବଂ Capital goodsରେ ୧୨% ବୃଦ୍ଧି ହୋଇଥିବା ସେ କହିଛନ୍ତି। Private Consumption Expenditure ମଧ୍ୟ ପ୍ରାୟ ୮% ରହିଛି।

GDP Base Year ପରିବର୍ତ୍ତନକୁ ନେଇ କ’ଣ କହିଲେ?

GDP ତଥ୍ୟକୁ ନେଇ ମୁଖ୍ୟ ବିବାଦର ଏକ କାରଣ ହେଉଛିBase Year ପରିବର୍ତ୍ତନ। ଭାରତର GDPର Base Year୨୦୧୧-୧୨ରୁ ୨୦୨୨-୨୩କୁ ପରିବର୍ତ୍ତନ କରାଯାଇଛି।

MoSPI ମୁଖ୍ୟଙ୍କ ଅନୁସାରେ, ଏହା ଏକ ସାଧାରଣ statistical exercise। ସମୟ ସହ ଦେଶର ଅର୍ଥନୈତିକ ଗଠନ ବଦଳୁଥିବାରୁ GDP ଗଣନାର Base Yearକୁ ମଧ୍ୟ ସମୟ ସମୟରେ update କରାଯାଏ।

ନୂଆ GDP seriesରେ ଅର୍ଥନୀତିର ପରିବର୍ତ୍ତିତ ଗଠନ, ନୂଆ statistical methodology ଓ ନୂଆ data sourcesକୁ ସାମିଲ କରାଯାଇଛି।GST, Digital India, Public Financial Management Systemଭଳି ଡିଜିଟାଲ୍ ଓ ପ୍ରଶାସନିକ ତଥ୍ୟ ମଧ୍ୟ ଏଥିରେ ବ୍ୟବହାର କରାଯାଉଛି।

ନୂଆ Seriesରେ GDP ଆକଳନ କାହିଁକି ବଦଳିଲା?

MoSPI ମୁଖ୍ୟଙ୍କ ଅନୁସାରେ, ପୁରୁଣା seriesରେ Q1 FY25ର GDP ପ୍ରାୟ₹୭୯ ଲକ୍ଷ କୋଟିଥିଲା। ନୂଆ methodologyରେ ଏହା ପ୍ରାୟ₹୭୪ ଲକ୍ଷ କୋଟିହୋଇଛି।

ସେହିପରି Q1 FY26ର ପୁରୁଣା ଆକଳନ ପ୍ରାୟ ₹୮୬ ଲକ୍ଷ କୋଟି ଥିବାବେଳେ revised seriesରେ ଏହା ପ୍ରାୟ₹୮୦ ଲକ୍ଷ କୋଟିହୋଇଛି। Q1 FY27ର ବର୍ତ୍ତମାନ ଆକଳନ current pricesରେ ପ୍ରାୟ₹୮୮ ଲକ୍ଷ କୋଟିରହିଛି।

ତେଣୁ GDP ବୃଦ୍ଧି ତୁଳନା କରିବା ସମୟରେ ସମାନ methodology ବ୍ୟବହାର କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ପୁରୁଣା series ଓ ନୂଆ seriesର ଆକଳନକୁ ସିଧାସଳଖ ତୁଳନା କରିବା ଠିକ୍ ନୁହେଁ।

GDP Deflator ନେଇ ମଧ୍ୟ ସ୍ପଷ୍ଟୀକରଣ

GDP growthକୁ ନେଇ ଆଲୋଚନାରେGDP deflatorମଧ୍ୟ ଏକ ମୁଖ୍ୟ ବିଷୟ ହୋଇଛି। MoSPI ମୁଖ୍ୟ କହିଛନ୍ତି, GDPର constant-price calculation କରିବାବେଳେ କେବଳ ଗୋଟିଏ headline inflation figureକୁ nominal GDPରୁ ବିୟୋଗ କରିଦେବା ଠିକ୍ ନୁହେଁ।

WPI ମୁଖ୍ୟତଃ goodsର ମୂଲ୍ୟ ପରିବର୍ତ୍ତନକୁ ମାପେ। ଭାରତୀୟ ଅର୍ଥନୀତିରେ Servicesର ଭୂମିକା ବଡ଼ ଥିବାରୁ Services ଓ ଅନ୍ୟାନ୍ୟ ମୂଲ୍ୟ ସୂଚକକୁ ମଧ୍ୟ ଧ୍ୟାନରେ ନିଆଯାଏ।

ନୂଆ methodologyରେ ବିଭିନ୍ନ ଅର୍ଥନୈତିକ component ପାଇଁ ଅଧିକ ବ୍ୟାପକ price indicators ବ୍ୟବହାର କରାଯାଉଛି। Manufacturing ପାଇଁ input ଓ output price ମଧ୍ୟରେ ଥିବା ତଫାତକୁ ଭଲ ଭାବରେ ମାପିବାକୁdouble deflationଭଳି ପଦ୍ଧତି ମଧ୍ୟ ସାମିଲ କରାଯାଇଛି।

ପ୍ରତିବର୍ଷ ବଡ଼ GDP Revision ହେବ କି?

ନୂଆ GDP series ପରେ ପ୍ରତିବର୍ଷ ବଡ଼ ପରିମାଣର revision ହେବା ନେଇ ଥିବା ଆଶଙ୍କାକୁ ମଧ୍ୟ ସେ ଖାରଜ କରିଛନ୍ତି।

ତାଙ୍କ କହିବା ଅନୁସାରେ, ନୂଆ Base Year, ଅର୍ଥନୀତିର ପରିବର୍ତ୍ତନ, ନୂଆ data sources ଓ updated methodologyର ବଡ଼ ପରିବର୍ତ୍ତନଗୁଡ଼ିକ ଏବେ ସାମିଲ ହୋଇସାରିଛି। ଭବିଷ୍ୟତରେ ଅଧିକ data ମିଳିଲେ revision ହୋଇପାରେ, କିନ୍ତୁ ସେଗୁଡ଼ିକ ତୁଳନାମୂଳକ ଭାବେ ଛୋଟ ରହିବ ବୋଲି ସେ କହିଛନ୍ତି।

GDP ତଥ୍ୟରେ ହେରଫେର ଅଭିଯୋଗକୁ ଖାରଜ

ଭାରତର official statisticsର ବିଶ୍ୱସନୀୟତା ନେଇ ଉଠିଥିବା ପ୍ରଶ୍ନକୁ MoSPI ମୁଖ୍ୟ ସିଧାସଳଖ ଖାରଜ କରିଛନ୍ତି। ନୂଆ

methodology ପ୍ରସ୍ତୁତ କରିବା ସମୟରେ ଅର୍ଥନୀତିବିଦ୍, ବିଶେଷଜ୍ଞ, forecasters ଏବଂIMF ଓ United Nationsଭଳି ଅନ୍ତର୍ଜାତୀୟ ସଂସ୍ଥା ସହ ଆଲୋଚନା କରାଯାଇଥିବା ସେ କହିଛନ୍ତି।

ତାଙ୍କ ମତରେ,₹୬ ଲକ୍ଷ କୋଟିର revisionଏକ ନୂଆ statistical series, ଉନ୍ନତ data sources ଓ revised methodologyର ପରିଣାମ; ଅଧିକ GDP growth ଦେଖାଇବା ପାଇଁ ତଥ୍ୟକୁ ହେରଫେର କରାଯାଇନାହିଁ।

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+