ବୋମାମାଡ଼ରେ ଥରିଲା ବ୍ରହ୍ମପୁର: କୁକୁଡ଼ାଖଣ୍ଡିରେ ଉତ୍ତେଜନା, ପଥରମାଡ଼ରେ ପୋଲିସ ଗାଡ଼ି କ୍ଷତିଗ୍ରସ୍ତ

ବ୍ରହ୍ମପୁର ଉପକଣ୍ଠ କୁକୁଡ଼ାଖଣ୍ଡିରେ ବୋମାମାଡ଼କୁ ନେଇ ଉତ୍ତେଜନା ଦେଖାଦେଇଛି। ପାଞ୍ଚଟି ବାଇକ୍‌ରେ ଆସିଥିବା କିଛି ଦୁର୍ବୃତ୍ତ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି। ପଳାଇବା ବେଳେ ଦୁଇଜଣଙ୍କୁ ଗାଁଲୋକେ ଧରି ରଖିଥିବା ବେଳେ, ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୋଲିସ ଗାଡ଼ି ଉପରେ ମଧ୍ୟ ପଥରମାଡ଼ ହୋଇଛି।
Bomb attack in Kukudakhandi near Berhampur triggers tension
Bomb attack in Kukudakhandi near Berhampur triggers tension

ବ୍ରହ୍ମପୁର ଉପକଣ୍ଠ କୁକୁଡ଼ାଖଣ୍ଡିରେ ବୋମାମାଡ଼କୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ପାଞ୍ଚଟି ବାଇକ୍ରେ ଆସିଥିବା କିଛି ଦୁର୍ବୃତ୍ତ ଅଞ୍ଚଳରେ ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି। ପୂର୍ବରୁ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ରହିଥିବା ବେଳେ ଏହି ବୋମାମାଡ଼ ପରିସ୍ଥିତିକୁ ଆହୁରି ଗମ୍ଭୀର କରିଛି।

ସୂଚନା ଅନୁସାରେ, ବୋମାମାଡ଼ ପରେ ଅଭିଯୁକ୍ତମାନେ ବାଇକ୍ରେ ଘଟଣାସ୍ଥଳରୁ ଖସିଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ସେମାନଙ୍କ ଉପରେ ପଥରମାଡ଼ କରିଥିଲେ। ପଥରମାଡ଼ରେ ଦୁଇଜଣ ବାଇକ୍ରୁ ତଳେ ପଡ଼ିଯିବା ପରେ ଗାଁଲୋକେ ସେମାନଙ୍କୁ ଧରି ରଖିଥିଲେ।

ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। ତେବେ ଗାଁଲୋକେ ପୋଲିସ ଗାଡ଼ିକୁ ମଧ୍ୟ ଅଟକାଇଥିଲେ। ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ଗିରଫ ନହେବା ପର୍ଯ୍ୟନ୍ତ ପୋଲିସ ଗାଡ଼ିକୁ ଛାଡ଼ିବେ ନାହିଁ ବୋଲି ସ୍ଥାନୀୟ ଲୋକେ କହିଥିବା ସୂଚନା ମିଳିଛି।

ଏହି ସମୟରେ ଲୋକଙ୍କ ପଥରମାଡ଼ରେ ପୋଲିସ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ ଜାରି ରଖିଛି।

ପୂର୍ବରୁ କୁକୁଡ଼ାଖଣ୍ଡି ମୁଖ୍ୟ ରାସ୍ତାରେ ବାଉରୀ ସାହିର ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ଯୁବକ ଜଣକ ସାମାନ୍ୟ ଆହତ ହୋଇଥିଲେ। ସେହି ଘଟଣା ପରଠାରୁ ଅଞ୍ଚଳରେ ଉତ୍ତେଜନା ରହିଥିବା ବେଳେ ପୁଣି ବୋମାମାଡ଼ ଘଟଣା ଘଟିଛି।

LIVE TV
LIVE
Latest News
ଏସିଆନ୍ ଗେମ୍ସ ୨୦୨୬: ଭାରତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ, ଜାଣନ୍ତୁ କେଉଁ ଦିନ କେଉଁ ଇଭେଣ୍ଟ

ଏସିଆନ୍ ଗେମ୍ସ ୨୦୨୬: ଭାରତର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ,...

୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତର ଅଭିଯାନ ସେପ୍ଟେମ୍ବର ୧୭ର...

ଏସିଆନ୍ ଗେମ୍ସ ପୂର୍ବରୁ ଭାଙ୍ଗିଗଲା ରୁମେଶ ପାଥିରାଗେଙ୍କ ୯୦ ମିଟରରୁ ଅଧିକ ଥ୍ରୋ କରିଥିବା ୩ ଜାଭେଲିନ୍

ଏସିଆନ୍ ଗେମ୍ସ ପୂର୍ବରୁ ଭାଙ୍ଗିଗଲା ରୁମେଶ ପାଥିରାଗେଙ୍କ...

ଶ୍ରୀଲଙ୍କାର ଷ୍ଟାର୍ ଜାଭେଲିନ୍ ଥ୍ରୋଅର୍ ରୁମେଶ ପାଥିରାଗେଙ...

ଟ୍ରମ୍ପଙ୍କ ପୁଅଙ୍କ ବିବାହ ଉତ୍ସବକୁ ପୁଟିନ୍‌ଙ୍କ ଘନିଷ୍ଠ ବ୍ୟବସାୟୀଙ୍କ ଆର୍ଥିକ ସହାୟତା! ବଡ଼ ଖୁଲାସା

ଟ୍ରମ୍ପଙ୍କ ପୁଅଙ୍କ ବିବାହ ଉତ୍ସବକୁ ପୁଟିନ୍‌ଙ୍କ ଘନିଷ୍ଠ...

ଆମେରିକାର ରାଜନୀତିରେ ଏବେ ଡୋନାଲ୍ଡ ଟ୍ରମ୍ପ ଜୁନିଅରଙ୍କ ବି...

ଜାପାନରେ ଏସିଆନ୍ ଗେମ୍ସ ପୂର୍ବରୁ ଆବାସ ବ୍ୟବସ୍ଥାକୁ ନେଇ ବିବାଦ; ଦକ୍ଷିଣ କୋରିଆ ଅଧିକାରୀ କହିଲେ- “ମୋ ଅଭିଜ୍ଞତାରେ ଏହା ସବୁଠାରୁ ଖରାପ”

ଜାପାନରେ ଏସିଆନ୍ ଗେମ୍ସ ପୂର୍ବରୁ ଆବାସ ବ୍ୟବସ୍ଥାକୁ...

ଜାପାନରେ ଏସିଆନ୍ ଗେମ୍ସ ଆରମ୍ଭ ହେବା ପୂର୍ବରୁ ଖେଳାଳିଙ୍କ...

ଭାରତ ମାଟିରେ ଖେଳିବ ପାକିସ୍ତାନ, ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ନେବ ଭାଗ: ଭଗୱନ୍ତ ମାନ୍

ଭାରତ ମାଟିରେ ଖେଳିବ ପାକିସ୍ତାନ, ଏସିଆନ୍ ଚାମ୍ପିଅନ୍ସ...

ଭାରତ ମାଟିରେ ଆୟୋଜିତ ହେବାକୁ ଥିବା ପୁରୁଷ ଏସିଆନ୍ ଚାମ୍ପି...

ଟ୍ରମ୍ପଙ୍କ ଆହ୍ୱାନ ପରେ ରୁଷ ତୈଳ ରିଫାଇନାରୀ ଉପରେ ଆକ୍ରମଣ ରୋକିବାକୁ ପ୍ରସ୍ତୁତ ୟୁକ୍ରେନ୍! ରଖିଲା ବଡ଼ ସର୍ତ୍ତ

ଟ୍ରମ୍ପଙ୍କ ଆହ୍ୱାନ ପରେ ରୁଷ ତୈଳ ରିଫାଇନାରୀ...

ରୁଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ତୈଳ ଓ ଡିଜେଲ୍ ଯୋଗାଣକୁ ନେଇ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା
+