ବ୍ରହ୍ମପୁରରୁ ଦକ୍ଷିଣ ଆଫ୍ରିକା ଯିବ ଓଡ଼ିଆ ଇଞ୍ଜିନିୟରଙ୍କ କଳାକୃତି, ଚକ୍‌ରେ ତିଆରି କଲେ BRICS ନେତାଙ୍କ କ୍ଷୁଦ୍ର ପ୍ରତିମୂର୍ତ୍ତି

ବ୍ରହ୍ମପୁରର ଯୁବ ଇଞ୍ଜିନିୟର କେ. ବିଜୟ କୁମାର ରେଡ୍ଡୀ ଚକ୍‌ରେ BRICS ରାଷ୍ଟ୍ରଗୁଡ଼ିକର ୫ ନେତାଙ୍କ କ୍ଷୁଦ୍ର ପ୍ରତିମୂର୍ତ୍ତି ଓ ୨୦୨୬ BRICS ଲୋଗୋ ତିଆରି କରିଛନ୍ତି। ତାଙ୍କ ଅନନ୍ୟ କଳାକୃତିକୁ ଦକ୍ଷିଣ ଆଫ୍ରିକା ହାଇ କମିଶନ ପ୍ରଶଂସା କରିବା ସହ ଏହାକୁ ଦକ୍ଷିଣ ଆଫ୍ରିକା ନେବାକୁ ଅନୁରୋଧ କରିଛି।
ବ୍ରହ୍ମପୁରର ଇଞ୍ଜିନିୟର କେ. ବିଜୟ କୁମାର ରେଡ୍ଡୀଙ୍କ ଚକ୍‌ରେ ତିଆରି BRICS ନେତାଙ୍କ କ୍ଷୁଦ୍ର ପ୍ରତିମୂର୍ତ୍ତି
ବ୍ରହ୍ମପୁରର ଇଞ୍ଜିନିୟର କେ. ବିଜୟ କୁମାର ରେଡ୍ଡୀଙ୍କ ଚକ୍‌ରେ ତିଆରି BRICS ନେତାଙ୍କ କ୍ଷୁଦ୍ର ପ୍ରତିମୂର୍ତ୍ତି

ବ୍ରହ୍ମପୁର: ଓଡ଼ିଶାର ଜଣେ ଯୁବ ଇଞ୍ଜିନିୟରଙ୍କ ଅନନ୍ୟ କଳାକୃତି ଏବେ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛି। ବ୍ରହ୍ମପୁରର ଦୁରା ଗାଁର କେ. ବିଜୟ କୁମାର ରେଡ୍ଡୀ ଅତି କ୍ଷୁଦ୍ର ଆକାରର ଚକ୍‌ ମୂର୍ତ୍ତି ତିଆରି କରି BRICS ସମ୍ମିଳନୀକୁ ନେଇ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି।

ଭାରତ ଚଳିତ ବର୍ଷ BRICS ଶିଖର ସମ୍ମିଳନୀ ଆୟୋଜନ କରୁଥିବାରୁ ବିଶ୍ୱର ବିଭିନ୍ନ ଦେଶରୁ ଆସୁଥିବା ପ୍ରତିନିଧିଙ୍କୁ ସ୍ୱାଗତ ଜଣାଇବା ଉଦ୍ଦେଶ୍ୟରେ ବିଜୟ ଏହି କଳାକୃତି ତିଆରି କରିଥିଲେ। ସେ ଚକ୍‌ରେ ବ୍ରାଜିଲ, ରୁଷିଆ, ଭାରତ, ଚୀନ୍ ଓ ଦକ୍ଷିଣ ଆଫ୍ରିକାର ନେତାଙ୍କ କ୍ଷୁଦ୍ର ପ୍ରତିମୂର୍ତ୍ତି ତିଆରି କରିଛନ୍ତି।

ଏହି ପ୍ରତିମୂର୍ତ୍ତିଗୁଡ଼ିକର ଉଚ୍ଚତା ମାତ୍ର ପ୍ରାୟ ୧ ସେଣ୍ଟିମିଟର। ଏହା ସହ ସେ ୨୦୨୬ BRICS ଲୋଗୋ ମଧ୍ୟ ତିଆରି କରିଛନ୍ତି, ଯାହାର ଆକାର ମାତ୍ର ୫ ମିଲିମିଟର। ଏତେ କ୍ଷୁଦ୍ର ଆକାରରେ ଏଭଳି ସୂକ୍ଷ୍ମ କାମ କରିବା ପାଇଁ ତାଙ୍କୁ ପ୍ରାୟ ଏକ ମାସ ସମୟ ଲାଗିଥିଲା।

ବିଜୟଙ୍କ କହିବା ଅନୁସାରେ, ଗୋଟିଏ ଚକ୍‌ କଳାକୃତି ତିଆରି କରିବାକୁ ପ୍ରାୟ ଦୁଇ ଦିନ ସମୟ ଲାଗିଥାଏ। ପାଞ୍ଚଜଣ ନେତାଙ୍କ ପ୍ରତିମୂର୍ତ୍ତି ସମେତ ଲୋଗୋ ତିଆରି କରିବା ପାଇଁ ସେ ପ୍ରାୟ ଏକ ମାସ ଧରି ଅତ୍ୟନ୍ତ ସୂକ୍ଷ୍ମ କାରିଗରୀ କରିଥିଲେ।

ଦକ୍ଷିଣ ଆଫ୍ରିକାରୁ ମିଳିଲା ପ୍ରଶଂସା

ବିଜୟ ନିଜ କଳାକୃତିର ଫଟୋ BRICSରେ ସାମିଲ ଥିବା ବିଭିନ୍ନ ଦେଶର ଦୂତାବାସକୁ ପଠାଇଥିଲେ। ଏହାପରେ ଦକ୍ଷିଣ ଆଫ୍ରିକା ହାଇ କମିଶନ ପକ୍ଷରୁ ତାଙ୍କୁ ଇମେଲ୍ ମାଧ୍ୟମରେ ପ୍ରଶଂସା କରାଯାଇଥିଲା। ଏହା ସହ କଳାକୃତିଗୁଡ଼ିକୁ ଦକ୍ଷିଣ ଆଫ୍ରିକା ନେଇଯିବାକୁ ମଧ୍ୟ ହାଇ କମିଶନ ପକ୍ଷରୁ ଅନୁରୋଧ କରାଯାଇଛି।

ଭବିଷ୍ୟତରେ ମଧ୍ୟ ଏଭଳି କଳାକୃତି ପାଇଁ ବିଜୟଙ୍କ ସହ ଯୋଗାଯୋଗ କରାଯିବ ବୋଲି ଦକ୍ଷିଣ ଆଫ୍ରିକା ହାଇ କମିଶନ ପକ୍ଷରୁ ଜଣାଯାଇଛି। ଫଳରେ ବ୍ରହ୍ମପୁରରୁ ତିଆରି ହୋଇଥିବା ଏହି କ୍ଷୁଦ୍ର କଳାକୃତି ଏବେ ଦକ୍ଷିଣ ଆଫ୍ରିକାରେ ପହଞ୍ଚିବାକୁ ଯାଉଛି।

ଏହି କଳାକୃତି ଓଡ଼ିଶାର କଳା ପ୍ରତିଭାକୁ ଅନ୍ତର୍ଜାତୀୟ ମଞ୍ଚରେ ନୂଆ ପରିଚୟ ଦେବା ସହ ଭାରତର BRICS ଆୟୋଜନକୁ ଏକ ନିଆରା କଳାତ୍ମକ ରୂପ ଦେଇଛି।

LIVE TV
LIVE
Latest News
୧୦୦୦ କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣା UPSC ଓ ପଞ୍ଜାବ ସିଭିଲ୍ ସର୍ଭିସେସ୍ କୋଚିଂ ଦେବେ ସରକାର

୧୦୦୦ କଲେଜ ଛାତ୍ରଛାତ୍ରୀଙ୍କୁ ମାଗଣା UPSC ଓ...

ସିଭିଲ୍‌ ସର୍ଭିସେସ୍‌ ପରୀକ୍ଷା ଦେଇ ପ୍ରଶାସନିକ...

OTTରେ ରିଲିଜ୍ ହେବ ରଜନୀକାନ୍ତଙ୍କ ‘ଜେଲର୍-୨’! ନଭେମ୍ବର ୧୨ରୁ ଘରେ ବସି ଦେଖିପାରିବେ ଫିଲ୍ମ

OTTରେ ରିଲିଜ୍ ହେବ ରଜନୀକାନ୍ତଙ୍କ ‘ଜେଲର୍-୨’! ନଭେମ୍ବର...

ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...

‘ରାମାୟଣ’ରେ ରାବଣଙ୍କ ସୁନାର ସିଂହାସନ! ନିର୍ମାଣରେ ଖର୍ଚ୍ଚ ହୋଇଛି ୧ କୋଟି, ଜାଣନ୍ତୁ କେମିତି ହୋଇଥିଲା ପ୍ରସ୍ତୁତ

‘ରାମାୟଣ’ରେ ରାବଣଙ୍କ ସୁନାର ସିଂହାସନ! ନିର୍ମାଣରେ ଖର୍ଚ୍ଚ...

ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ:...

‘ରାମାୟଣ ପାର୍ଟ-୨’ରେ ସୁଗ୍ରୀବ ହେବେ ସୁହେଲ ନୟ୍ୟର! ରାମଙ୍କ ସହ ସୁଗ୍ରୀବଙ୍କ ବନ୍ଧୁତ୍ୱର ଭାବନାକୁ ନେଇ କହିଲେ ଅଭିନେତା

‘ରାମାୟଣ ପାର୍ଟ-୨’ରେ ସୁଗ୍ରୀବ ହେବେ ସୁହେଲ ନୟ୍ୟର!...

ନିତେଶ ତିୱାରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ: ର...

ସରକାରୀ ଚାକିରି ଆଶାୟୀଙ୍କୁ ମହାରାଷ୍ଟ୍ର ସରକାରଙ୍କ ବଡ଼ ଉପହାର! MPSC ସମେତ ନିଯୁକ୍ତି ପରୀକ୍ଷାରେ ବୟସ ସୀମା ୧ ବର୍ଷ କୋହଳ

ସରକାରୀ ଚାକିରି ଆଶାୟୀଙ୍କୁ ମହାରାଷ୍ଟ୍ର ସରକାରଙ୍କ ବଡ଼...

ସରକାରୀ ଚାକିରି ପାଇଁ ଦୀର୍ଘଦିନ ଧରି ପ୍ରସ୍ତୁତି କରୁଥିବା...

‘ରାମାୟଣ’ରେ ହନୁମାନ ଅବତାରରେ ସନି ଦେଓଲ! ଦିଲଜିତ୍‌ଙ୍କ କଣ୍ଠରେ ହନୁମାନ ଚାଳିଶା ରିଲିଜ୍‌, ଭାଇରାଲ୍ ହେଉଛି ପୋଷ୍ଟ-କ୍ରେଡିଟ୍‌ ସିନ୍‌

‘ରାମାୟଣ’ରେ ହନୁମାନ ଅବତାରରେ ସନି ଦେଓଲ! ଦିଲଜିତ୍‌ଙ୍କ...

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ନଭେମ୍ବର ୫ ତାରିଖରେ ପରଦାକୁ...

ନା ଇଞ୍ଜିନିୟର, ନା ୱାର୍କସପ୍‌! ମାତ୍ର ୧୭ ବର୍ଷ ବୟସରେ ୧ ଲକ୍ଷ ଟଙ୍କାରେ ତିଆରି କଲେ ସୋଲାର ଗାଡ଼ି

ନା ଇଞ୍ଜିନିୟର, ନା ୱାର୍କସପ୍‌! ମାତ୍ର ୧୭...

ବୟସ ମାତ୍ର ୧୭ ବର୍ଷ। ହାତରେ ନଥିଲା କୌଣସି ବଡ଼ ୱାର୍କସପ୍&...

CA Foundation Result 2026: ଘୋଷଣା ହେଲା CA ଫାଉଣ୍ଡେସନ୍ ରେଜଲ୍ଟ, ୯୦.୨୫% ନମ୍ବର ରଖି ଯୁଗ୍ମ ଟପ୍ପର ହେଲେ ଦୁଇ ଛାତ୍ରୀ

CA Foundation Result 2026: ଘୋଷଣା ହେଲା...

ନୂଆଦିଲ୍ଲୀ: CA ପାଠ୍ୟକ୍ରମର ଫାଉଣ୍ଡେସନ୍ ପରୀକ୍ଷା ଦେଇଥିବ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+