ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ! ଆଜି ସୃଷ୍ଟି ହେବ ଲଘୁଚାପ, ୧୭ରୁ ବର୍ଷା ଆଶଙ୍କା

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ନଭେମ୍ବର ୧୫ ସୁଦ୍ଧା ଏହା ଅବପାତର ରୂପ ନେଇପାରେ । ନଭେମ୍ବର ୧୭ରୁ ଓଡ଼ିଶାରେ ବର୍ଷା ସମ୍ଭାବନା ନେଇ ଚର୍ଚ୍ଚା ବଢ଼ିଛି। ଧାନ ଅମଳ ସମୟରେ ସମ୍ଭାବ୍ୟ ବର୍ଷାକୁ ନେଇ ଚିନ୍ତାରେ ଚାଷୀ। ଅନ୍ୟପଟେ ରାଜ୍ୟର କିଛି ଅଞ୍ଚଳରେ ଶୀତ ମଧ୍ୟ ବଢ଼ିବାରେ ଲାଗିଛି।
	Odisha Weather: Low Pressure Over Bay of Bengal
Odisha Weather: Low Pressure Over Bay of Bengal

ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ଆକଳନ ଅନୁସାରେ, ଏହି ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଶୁକ୍ରବାର ସୁଦ୍ଧା ଅଧିକ ଘନୀଭୂତ ହୋଇପାରେ । ଏହା ନଭେମ୍ବର ୧୫ ତାରିଖ ଆଖପାଖରେ ଅବପାତର ରୂପ ନେବା ସମ୍ଭାବନା ରହିଛି।

ଏହି ପାଣିପାଗ ପରିବର୍ତ୍ତନକୁ ନେଇ ଓଡ଼ିଶାର ପାଣିପାଗ ଉପରେ ମଧ୍ୟ ନଜର ରହିଛି। ନଭେମ୍ବର ୧୭ରୁ ରାଜ୍ୟରେ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ ପ୍ରକାଶ ପାଇଛି। ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ନଭେମ୍ବର ୧୯ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟତଃ ଶୁଖିଲା ପାଗ ରହିପାରେ । ଏହି ସମୟରେ ବଡ଼ ଧରଣର ବର୍ଷା ସମ୍ଭାବନା କମ୍ ରହିଛି। ତେଣୁ ପାଣିପାଗ ବିଭାଗର ପରବର୍ତ୍ତୀ ଆକଳନ ଉପରେ ନଜର ରହିବ ।

ଅନ୍ୟପଟେ ଏହି ପାଣିପାଗ ପରିବର୍ତ୍ତନକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଛି। ଏବେ ଧାନ ଅମଳର ସମୟ ହୋଇଥିବାରୁ ବର୍ଷା ହେଲେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ବିଶେଷ କରି ଖଳାରେ ଥିବା ଧାନ ଓ ଅମଳ ପାଇଁ ପ୍ରସ୍ତୁତ ଫସଲ ଉପରେ ବର୍ଷାର ପ୍ରଭାବ ପଡ଼ିପାରେ ।

ଏହି ସମୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଅଧିକ ବର୍ଷା ହେବାର ଆକଳନ ରହିଛି। ସେହିପରି ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ସାଗର, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ସମୁଦ୍ର ଅଞ୍ଚଳକୁ ମାଛ ଧରିବାକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସେପଟେ ରାଜ୍ୟରେ ଶୀତର ପ୍ରକୋପ ମଧ୍ୟ ଅନୁଭୂତ ହେବାରେ ଲାଗିଛି। ସେମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୧୧.୧ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ଏହା ପରେ ଜି. ଉଦୟଗିରିରେ ୧୨.୫ ଡିଗ୍ରୀ ଏବଂ ନବରଙ୍ଗପୁରରେ ୧୩.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହିଛି।

ତେବେ ବର୍ତ୍ତମାନ ପାଇଁ ଓଡ଼ିଶା ପ୍ରତି କୌଣସି ବଡ଼ ବିପଦର ଆଶଙ୍କା କରାଯାଇନାହିଁ । ଆଗାମୀ ୪୮ରୁ ୭୨ ଘଣ୍ଟା ମଧ୍ୟରେ ଲଘୁଚାପର ଗତିବିଧି ଓ ତୀବ୍ରତା ଉପରେ ପାଣିପାଗ ବିଭାଗ ନଜର ରଖିବ ।

LIVE TV
LIVE
Latest News
ଦୀପାବଳି ଉତ୍ସବରେ ରକ୍ତରଞ୍ଜିତ ତାମିଲନାଡୁ! ଗୋଟିଏ ରାତିରେ ୧୦ ହତ୍ୟା, ପୋଲିସ ଅଧିକାରୀଙ୍କ ସମେତ ଅନେକଙ୍କ ମୃତ୍ୟୁ

ଦୀପାବଳି ଉତ୍ସବରେ ରକ୍ତରଞ୍ଜିତ ତାମିଲନାଡୁ! ଗୋଟିଏ ରାତିରେ...

ଦୀପାବଳିର ଆଲୋକ ଓ ଉତ୍ସବ ମଧ୍ୟରେ ତାମିଲନାଡୁରେ ଖେଳିଯାଇଛି...

କେନ୍ଦ୍ରୀୟ ବିଦ୍ୟାଳୟରେ AI ନଜର! ଏଣିକି ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ପାଠପଢ଼ା ଓ ସ୍କୁଲର ଭିତ୍ତିଭୂମି ଉପରେ ରହିବ ନଜର

କେନ୍ଦ୍ରୀୟ ବିଦ୍ୟାଳୟରେ AI ନଜର! ଏଣିକି ଛାତ୍ରଛାତ୍ରୀଙ୍କ...

ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥାକୁ ଆଧୁନିକ ଓ ପ୍ରଯୁକ୍...

ତେଲେଙ୍ଗାନାରେ ବଦଳିବ ଶିକ୍ଷା ବ୍ୟବସ୍ଥା! ଉଠିଯିବ ଜୁନିୟର କଲେଜ, ସ୍କୁଲରେ ହେବ ଯୁକ୍ତ ୧ ଓ ୨ ପାଠପଢ଼ା

ତେଲେଙ୍ଗାନାରେ ବଦଳିବ ଶିକ୍ଷା ବ୍ୟବସ୍ଥା! ଉଠିଯିବ ଜୁନିୟର...

ହାଇଦ୍ରାବାଦ: ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା...

ରକ୍ତ ପରୀକ୍ଷାରେ କିଡ୍‌ନୀ ଖରାପ ହେଉଥିବା ସଙ୍କେତ! ରିପୋର୍ଟ ଦେଖି ଭୟଭୀତ ହେବେ ନାହିଁ, ଜାଣନ୍ତୁ କେତେ ଭରସାଯୋଗ୍ୟ ଏହି ଟେଷ୍ଟ

ରକ୍ତ ପରୀକ୍ଷାରେ କିଡ୍‌ନୀ ଖରାପ ହେଉଥିବା ସଙ୍କେତ!...

ଭୁବନେଶ୍ୱର: ଆଜିକାଲି ଅନେକ ଲୋକ ନିଜ ସ୍ୱାସ୍ଥ୍ୟ ସମ୍ପର୍କର...

ବେଆଇନ ତମାଖୁ ବିକ୍ରି ଉପରେ ବଡ଼ ଚଢ଼ାଉ: ହୋଲସେଲରଙ୍କ ସମେତ ୧୦ ଜଣ ଅଟକ, ୫୫୧ ଇ-ସିଗାରେଟ୍ ଜବତ

ବେଆଇନ ତମାଖୁ ବିକ୍ରି ଉପରେ ବଡ଼ ଚଢ଼ାଉ:...

ବେଆଇନ ତମାଖୁ ଓ ନିଷିଦ୍ଧ ଇ-ସିଗାରେଟ୍ ବିକ୍ରି ଉପରେ ପୋଲିସ...

IIT ଖଡ଼ଗପୁରରେ ଆରମ୍ଭ ହେବ ୬ଟି MD ପାଠ୍ୟକ୍ରମ! ଦେଶର ପ୍ରଥମ IIT ଭାବେ ମେଡିକାଲ୍ PG ଡିଗ୍ରୀ ପ୍ରଦାନ କରିବ

IIT ଖଡ଼ଗପୁରରେ ଆରମ୍ଭ ହେବ ୬ଟି MD...

ଖଡ଼ଗପୁର: ଦେଶର ଉଚ୍ଚଶିକ୍ଷା ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରର...

ହିରୋସିମା ପରମାଣୁ ବିସ୍ଫୋରଣଠାରୁ ବି ବଡ଼ ସଙ୍କଟ ବାୟୁ ପ୍ରଦୂଷଣ! ଭାରତରେ ପ୍ରତିବର୍ଷ ୨୦ ଲକ୍ଷ ମୃତ୍ୟୁ ନେଇ ଚିନ୍ତା

ହିରୋସିମା ପରମାଣୁ ବିସ୍ଫୋରଣଠାରୁ ବି ବଡ଼ ସଙ୍କଟ...

ବାୟୁ ପ୍ରଦୂଷଣ ଏବେ ଭାରତ ପାଇଁ ଏକ ବଡ଼ ଜନସ୍ୱାସ୍ଥ୍ୟ ସଙ୍କ...

କେବଳ ଫୁସ୍‌ଫୁସ୍‌ ନୁହେଁ, ଡାଇବେଟିସ୍‌ର ବିପଦ ବଢ଼ାଉଛି ବାୟୁ ପ୍ରଦୂଷଣ! ନୂଆ ଅଧ୍ୟୟନରେ ଚିନ୍ତାଜନକ ତଥ୍ୟ

କେବଳ ଫୁସ୍‌ଫୁସ୍‌ ନୁହେଁ, ଡାଇବେଟିସ୍‌ର ବିପଦ ବଢ଼ାଉଛି...

ପ୍ରଦୂଷିତ ବାୟୁ ଯୋଗୁଁ ବଢ଼ିପାରେ ଟାଇପ୍‌-୨ ଡାଇବେଟି...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+