କଟକ ଜିଲ୍ଲାର ବାରଙ୍ଗ ଥାନା ପୁଲିସ ବିରୋଧରେ ହିରାସତରେ ନିର୍ଯାତନା ଅଭିଯୋଗ ଉଠିଛି। ନିଖୋଜ ମହିଳାଙ୍କ ସ୍ୱାମୀ ରାକେଶ ବେହେରାଙ୍କୁ ପୁଲିସ ଅଟକ ରଖି ପଚରାଉଚରା ସମୟରେ ଥର୍ଡ ଡିଗ୍ରୀ ଟର୍ଚର କରାଯାଇଥିବା ଅଭିଯୋଗ ପରେ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ରାକେଶ ଅସୁସ୍ଥ ହୋଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ପରିବାର ସଦସ୍ୟମାନେ ପୁଲିସ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁଯାୟୀ, ବାରଙ୍ଗ ଥାନା ଅଧୀନ ଚାନ୍ଦି ପ୍ରସାଦ ଗ୍ରାମର ଜଣେ ମହିଳା ମେ’ ୧୫ରୁ ନିଖୋଜ ଥିଲେ। ତାଙ୍କ ସ୍ୱାମୀ ରାକେଶ ବେହେରା ମେ’ ୧୬ରେ ବାରଙ୍ଗ ଥାନାରେ ନିଖୋଜ ଅଭିଯୋଗ ଦାଖଲ କରିଥିଲେ।
ମେ’ ୨୧ରେ କାଠଯୋଡ଼ି ନଦୀପଠାରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପୁଲିସ ଏହି ମୃତଦେହକୁ ରାକେଶଙ୍କ ନିଖୋଜ ପତ୍ନୀଙ୍କ ମୃତଦେହ ବୋଲି ସନ୍ଦେହ କରିଥିଲା ଏବଂ ରାକେଶ, ତାଙ୍କ ମାଆ ଓ ଅନ୍ୟ ପରିବାର ସଦସ୍ୟଙ୍କୁ ଡାକି ଚିହ୍ନଟ କରିବାକୁ କହିଥିଲା।
ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ରାକେଶ ବାରମ୍ବାର କହିଥିଲେ ଯେ ମୃତଦେହଟି ତାଙ୍କ ପତ୍ନୀଙ୍କର ନୁହେଁ। କିନ୍ତୁ ପୁଲିସ ତାଙ୍କ କଥାକୁ ଗ୍ରହଣ କରିନଥିଲା।
ପରେ ରାକେଶଙ୍କୁ ଥାନାରେ ଅଟକ ରଖାଯାଇଥିଲା ଓ ଚାରି ଦିନ ଧରି ତାଙ୍କୁ ନିର୍ଯାତନା ଦିଆଯାଇଥିବା ପରିବାର ଅଭିଯୋଗ କରିଛି। ପରିବାର ସଦସ୍ୟମାନଙ୍କୁ ତାଙ୍କ ସହ ଦେଖା କରିବାକୁ ମଧ୍ୟ ଦିଆଯାଇନଥିବା କୁହାଯାଇଛି।
ରାକେଶଙ୍କ ମାଆ କହିଛନ୍ତି, “ପୁଲିସ ଏକ ଅଜଣା ମୃତଦେହ ଆଣି ଏହା ମୋର ବୋହୁ ବୋଲି କହୁଥିଲେ। ଆମେ ଯେତେ କହିଲୁ ଏହା ମୋ ବୋହୁ ନୁହେଁ, ସେମାନେ ଶୁଣିଲେ ନାହିଁ। ମୋ ପୁଅକୁ ନେଇ ଥର୍ଡ ଡିଗ୍ରୀ ଟର୍ଚର କରିଛନ୍ତି।”
ଏହାସହ ରାକେଶଙ୍କ ଭଉଣୀ କଳ୍ପନା ଦାବି କରିଛନ୍ତି ଯେ ନିଖୋଜ ମହିଳା ସମ୍ପ୍ରତି ପରିବାର ସହ ଫୋନ୍ ଓ ଭିଡିଓ କଲ୍ରେ କଥା ହୋଇଥିଲେ। ସେ ସୁରକ୍ଷିତ ଥିବା କହିଥିଲେ, କିନ୍ତୁ ନିଜ ଅବସ୍ଥାନ ସମ୍ପର୍କରେ କିଛି ଜଣାଇନଥିଲେ।
ଅନ୍ୟପଟେ, ରାକେଶ ଯେତେବେଳେ ପୁଲିସ ହିରାସତରେ ଥିଲେ, ସେ କିପରି ହସ୍ପିଟାଲରେ ପହଞ୍ଚିଲେ ତାହାକୁ ନେଇ ମଧ୍ୟ ପରିବାର ପ୍ରଶ୍ନ ଉଠାଇଛି।
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...
ଆଲାର୍ମ ବାଜିବା ପୂର୍ବରୁ ସ୍ୱାଭାବିକ ଭାବେ ଉଠିବା ଅନେକଙ୍କ...
‘୧୦୦%’ ଦାବିକୁ ନେଇ ITC Limited ଏବଂ ଭାରତ...
ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ନୂଆଦିଲ୍ଲୀ:ଜନଗଣନା ୨୦୨୭ ପାଇଁ କେନ୍ଦ୍ର ସରକାର ପ୍ରଶ୍ନପତ୍...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ଭାରତରେ ଚିପ୍ସ, ମିଠା ପାନୀୟ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ ଖାଦ୍...