ସୋମବାର ସୁଦ୍ଧା ବନ୍ୟା ପ୍ରଭାବିତ ଅଞ୍ଚଳରେ ରହୁଥିବା୮୦ ହଜାରରୁ ଅଧିକ ଲୋକ ନିଜ ଘରୁ ବାହାରିପାରୁନଥିବାଥାଇଲ୍ୟାଣ୍ଡର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଗତ ସପ୍ତାହରେ ଦୁଇରୁ ତିନି ଦିନ ମଧ୍ୟରେ ପ୍ରାୟ୩୨୦ ମିଲିମିଟର ବର୍ଷାହୋଇଥିଲା। ଏହା ବ୍ୟାଙ୍କକ୍ରେ ସାଧାରଣତଃ ସମଗ୍ର ସେପ୍ଟେମ୍ବରରେ ହେଉଥିବା ବର୍ଷାର ପରିମାଣ ସହ ପ୍ରାୟ ସମାନ।
ଭାରି ବର୍ଷା ଯୋଗୁଁ ବ୍ୟାଙ୍କକ୍ର ଅନେକ ରାସ୍ତା ଓ ଆବାସିକ ଅଞ୍ଚଳ ଜଳମଗ୍ନ ହୋଇଛି। ସହରର ଡ୍ରେନେଜ୍ ବ୍ୟବସ୍ଥା ଉପରେ ଅତ୍ୟଧିକ ଚାପ ପଡ଼ିବାରୁ ଜଳ ନିଷ୍କାସନ ପ୍ରଭାବିତ ହୋଇଛି। ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ମୋବାଇଲ୍ କିଚେନ୍ ଓ ଡଙ୍ଗା ମାଧ୍ୟମରେ ରିଲିଫ୍ ସେବା ଯୋଗାଇ ଦିଆଯାଉଛି।
ବ୍ୟାଙ୍କକ୍ରେ ଅତି କମ୍ରେ୫,୯୦୧ ଜଣ ୨୩୪ଟି ଆଶ୍ରୟ କେନ୍ଦ୍ରକୁ ସ୍ଥାନାନ୍ତରହୋଇଛନ୍ତି। ବନ୍ୟାଜଳରେ କିଛି ଅଞ୍ଚଳର ଲୋକେ ଅଣ୍ଟା ପର୍ଯ୍ୟନ୍ତ ପାଣିରେ ଚାଲି ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ କିଣୁଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।
ଥାଇଲ୍ୟାଣ୍ଡରେ ସେପ୍ଟେମ୍ବର ୧୬ରୁ ଆରମ୍ଭ ହୋଇଥିବା ବନ୍ୟାରେ ବ୍ୟାଙ୍କକ୍ ସମେତ୪୧ଟି ପ୍ରଦେଶ ପ୍ରଭାବିତହୋଇଛି। ଏପର୍ଯ୍ୟନ୍ତ ଅତି କମ୍ରେ୮ ଜଣଙ୍କ ମୃତ୍ୟୁହୋଇଥିବା ବେଳେ ୫.୮ ଲକ୍ଷରୁ ଅଧିକ ଘର ପ୍ରଭାବିତ ହୋଇଥିବା ଥାଇ କର୍ତ୍ତୃପକ୍ଷଙ୍କ ତଥ୍ୟରେ କୁହାଯାଇଛି।
ଏହି ବନ୍ୟା ଯୋଗୁଁ ଦେଶର ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପଡ଼ିବା ଆଶଙ୍କା ରହିଛି। Rangsit Universityର ଅର୍ଥନୀତି ବିଭାଗର ଜଣେ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ସାରା ଦେଶରେ ଆର୍ଥିକ କ୍ଷତି୧୧ ବିଲିୟନ୍ ଥାଇ ବାହ୍ଟ୍ରୁ ଅଧିକହୋଇପାରେ।
ବ୍ୟାଙ୍କକ୍ ସମୁଦ୍ରପତ୍ତନଠାରୁ ମାତ୍ର ପ୍ରାୟ ୧.୫ ମିଟର ଉଚ୍ଚରେ ଅବସ୍ଥିତ ଏକ ନିମ୍ନଭୂମି ସହର। ପ୍ରତିବର୍ଷ ବର୍ଷା ଋତୁରେ ଏଠାରେ ବନ୍ୟା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥାଏ। ଏପଟେ ପୂର୍ବ ଥାଇଲ୍ୟାଣ୍ଡର ରାୟୋଙ୍ଗ ପ୍ରଦେଶରେ ଦୁଇଟି ଜଳଭଣ୍ଡାରରେ ଜଳସ୍ତର କ୍ଷମତା ଅତିକ୍ରମ କରିବା ପରେ କିଛି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ମୁମ୍ବାଇ: IPL 2027 ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନା...
ନୂଆଦିଲ୍ଲୀ: IDBI ବ୍ୟାଙ୍କର ଅଧିକାଂଶ ଅଂଶଧନ ବିକ୍ରିକୁ ନେ...
ବଲିଉଡ୍ର ଆଗାମୀ ମହାକାବ୍ୟ ଆଧାରିତ ଫିଲ୍ମ ‘ରାମାୟଣ&...
ନୂଆଦିଲ୍ଲୀ: ମହାକାଶରେ AI ଡାଟା ସେଣ୍ଟର୍ ନିର୍ମାଣ କରିବାର...
ନୂଆଦିଲ୍ଲୀ: ଚଳିତ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ...
ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳକୁ ଚତୁର୍ଥ T20...
ନୂଆଦିଲ୍ଲୀ: ପ୍ରଥମ କମନୱେଲ୍ଥ କବାଡ଼ି ଚାମ୍ପିଅନସିପ୍&zwnj...
‘Mirzapur’ ଫ୍ରାଞ୍ଚାଇଜ୍ର ଫ୍ୟାନ୍ମାନଙ୍କ ପ...