ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ତଦନ୍ତକୁ ଆହୁରି ବ୍ୟାପକ କରିଛି। ମାମଲା ପଛରେ କୌଣସି ବୃହତ୍ ଷଡଯନ୍ତ୍ର ରହିଥିଲା କି ନାହିଁ, ସେନେଇ ଆୟୋଗ ବିଭିନ୍ନ ଦିଗରୁ ଖୋଳତାଡ଼ ଆରମ୍ଭ କରିଛି।
ଗୁରୁବାର ତଦନ୍ତର ଚତୁର୍ଥ ଦିନରେ ଏନଏଚଆରସି ମାମଲା ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ପଚରାଉଚରା କରିଥିଲା। ସୌମ୍ୟରଞ୍ଜନଙ୍କ ମହିଳା ବନ୍ଧୁ, କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ଶତପଥୀ ଏବଂ ଜୋନ-୪ ଏସିପି ଅଭିମନ୍ୟୁ ନାୟକଙ୍କୁ ଆୟୋଗ ପକ୍ଷରୁ ଜେରା କରାଯାଇଥିବା ସୂଚନା ମିଳିଛି।
ସୌମ୍ୟରଞ୍ଜନଙ୍କ ପରିବାର ପକ୍ଷରୁ ଉଠାଯାଇଥିବା ଅଭିଯୋଗକୁ ମଧ୍ୟ ଆୟୋଗ ଗୁରୁତ୍ୱର ସହ ନେଇଛି। ପରିବାର ଏଡିଜି ଦୟାଲ ଗଙ୍ଗୱାରଙ୍କ ଭୂମିକା ନେଇ ପ୍ରଶ୍ନ ଉଠାଇଥିବା ବେଳେ ତାଙ୍କୁ ମଧ୍ୟ ଏନଏଚଆରସି ପକ୍ଷରୁ ପଚରାଉଚରା କରାଯାଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି।
ବୁଧବାର ଅଭିଯୋଗକାରିଣୀଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ଗୁରୁବାର ପୁଣିଥରେ ତାଙ୍କୁ ଡକାଯାଇ ପଚରାଉଚରା କରାଯାଇଥିଲା। ସୌମ୍ୟରଞ୍ଜନଙ୍କ ବନ୍ଧୁ ଓମଙ୍କୁ ମଧ୍ୟ ପୂର୍ବରୁ ଆୟୋଗ ପକ୍ଷରୁ ଜେରା କରାଯାଇଛି।
ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ମଧ୍ୟ ଜାରି ରହିଛି। ମଙ୍ଗଳବାର ସୁଦ୍ଧା ମୋଟ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଡାକ୍ତର, ଡ୍ରାଇଭର ଓ ଘଟଣା ସହ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ବୟାନ ମଧ୍ୟ ଏନଏଚଆରସି ରେକର୍ଡ କରିଛି।
ତଦନ୍ତ ଆଗକୁ ବଢ଼ୁଥିବା ବେଳେ ଭୁବନେଶ୍ୱର ଡିସିପି ଓ ପୁଲିସ କମିଶନରଙ୍କ ଠାରୁ ମଧ୍ୟ ଆୟୋଗ ବ୍ୟାଖ୍ୟା ମାଗିପାରେ ବୋଲି ଜଣାପଡ଼ିଛି। ମାମଲାରେ ଆଗାମୀ ଦିନରେ ଆହୁରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।
ଦିଲ୍ଲୀରେ ବଢୁଥିବା ସାଇବର ଅପରାଧ ଓ ଟେକ୍ନୋଲୋଜି ଆଧାରିତ ଧ...
କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...
ଟେନିସ୍ କୋର୍ଟରେ ନିଜର ଆକ୍ରୋବାଟିକ୍ ଖେଳ ଓ ଅନନ୍ୟ ଶୈଳୀ ପ...
ହର୍ମୁଜ୍ ପ୍ରଣାଳୀରେ ନୌଚଳାଚଳର ସ୍ୱାଧୀନତାକୁ ସମର୍ଥନ କରିବ...
ଇରାନର ଦକ୍ଷିଣ ଅଞ୍ଚଳର କୁହେସ୍ତାକ ସହରରେ ମଙ୍ଗଳବାର ଏକ ବି...
ରୁଷିଆର ସାରାତୋଭ ଅଞ୍ଚଳର ଏଙ୍ଗେଲ୍ସ ସହରରେ ଜଣେ ସେନା ଅଧିକ...
ଆମେରିକାର Federal Bureau of Investigation (FBI) ମଞ୍...
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...
ଭାରତୀୟ କ୍ରିକେଟ୍‌ ଟିମ୍‌ ପ୍ରଥମଥର ପାଇଁ ଜାପା...
ପାଞ୍ଚଥରର ବିଶ୍ୱ ଚେସ୍ ଚାମ୍ପିଅନ୍ ମାଗ୍ନସ୍ କାର୍ଲସେନ୍ ଚେ...
ଆଫଗାନିସ୍ତାନ ବିପକ୍ଷ ଆଗାମୀ T20I ସିରିଜ୍ ପାଇଁ ଭାରତୀୟ ଦ...