ଟେନିସ୍ କୋର୍ଟରେ ନିଜର ଆକ୍ରୋବାଟିକ୍ ଖେଳ ଓ ଅନନ୍ୟ ଶୈଳୀ ପାଇଁ ପରିଚିତ ଗେଲ୍ ମୋନଫିସ୍ ଖୁବଶୀଘ୍ର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବେ। ୪୦ ବର୍ଷୀୟ ଫ୍ରେଞ୍ଚ ଖେଳାଳି ଟେନିସ୍ରୁ ଅବସର ପରେ ଫାଇନାନ୍ସ ଓ ୱେଲ୍ଥ ମ୍ୟାନେଜମେଣ୍ଟ କ୍ଷେତ୍ରରେ କାମ କରିବାକୁ ଯୋଜନା କରିଛନ୍ତି।
ୟୁଏସ୍ ଓପନ୍ରେ ଲର୍ନର ଟିଏନ୍ଙ୍କଠାରୁ ସିଧାସଳଖ ସେଟ୍ରେ ହାରି ମୋନଫିସ୍ ନିଜର ଶେଷ ଗ୍ରାଣ୍ଡସ୍ଲାମ୍ ମ୍ୟାଚ୍ ଖେଳିଛନ୍ତି। ତେବେ ତାଙ୍କର ଟେନିସ୍ ଯାତ୍ରା ତୁରନ୍ତ ଶେଷ ହେଉନାହିଁ। ଅକ୍ଟୋବର ୧୯ରୁ ୨୫ ମଧ୍ୟରେ ଲିଓନ୍ ATP ୨୫୦ ଟୁର୍ଣ୍ଣାମେଣ୍ଟ ଖେଳିବା ସହ ଭିଏନା ATP ୫୦୦ରେ ମଧ୍ୟ ଖେଳିପାରନ୍ତି। ନଭେମ୍ବର ୨ରୁ ୮ ପର୍ଯ୍ୟନ୍ତ ହେବାକୁ ଥିବା Rolex Paris Masters ତାଙ୍କର ଶେଷ ଟୁର୍ଣ୍ଣାମେଣ୍ଟ ହେବ ବୋଲି ଆଶା କରାଯାଉଛି।
ମୋନଫିସ୍ କହିଛନ୍ତି, ଟେନିସ୍ ପରେ ସେ ସ୍ୱିସ୍ ଫାଇନାନ୍ସ କମ୍ପାନୀAlpha Suisseରେ ୱେଲ୍ଥ ମ୍ୟାନେଜମେଣ୍ଟରେ କାମ କରିବେ। ଅର୍ଥାତ୍ କୋର୍ଟର ଜର୍ସି ବଦଳରେ ସେ ଏବେ ଅଫିସ୍ରେ ସୁଟ୍ ପିନ୍ଧି ନୂଆ ପେସାଦାର ଜୀବନ ଆରମ୍ଭ କରିବେ।
ଏହି ପରିବର୍ତ୍ତନ ତାଙ୍କ ପାଇଁ ହଠାତ୍ ନୁହେଁ। ମୋନଫିସ୍ କହିଛନ୍ତି ଯେ ଫାଇନାନ୍ସ ପ୍ରତି ତାଙ୍କର ଦୀର୍ଘଦିନର ଆଗ୍ରହ ରହିଛି ଏବଂ ସେ କିଛି ବର୍ଷ ଧରି ଏହି ନୂଆ କ୍ୟାରିୟର ପାଇଁ ପ୍ରସ୍ତୁତ ହେଉଥିଲେ। ତାଙ୍କ ଝିଅ ସ୍କାଇ ସ୍କୁଲ୍ ଯିବା ଆରମ୍ଭ କରୁଥିବାରୁ ଅବସର ପରେ ମଧ୍ୟ ସକ୍ରିୟ ରହିବାକୁ ସେ ଚାହୁଁଛନ୍ତି।
ଟେନିସ୍ ସହ ତାଙ୍କ ସମ୍ପର୍କ ମଧ୍ୟ ସମ୍ପୂର୍ଣ୍ଣ ଛିନ୍ନ ହେବ ନାହିଁ। ତାଙ୍କ ପତ୍ନୀ ଓ ୟୁକ୍ରେନ୍ର ଟେନିସ୍ ତାରକା ଏଲିନା ସ୍ଭିତୋଲିନା ଏବେ ମଧ୍ୟ ଟୁର୍ରେ ଅଛନ୍ତି। ମୋନଫିସ୍ କହିଛନ୍ତି ଯେ ସେ ଟେନିସ୍ ଦେଖିବେ ଓ ପତ୍ନୀଙ୍କୁ ସମର୍ଥନ କରିବେ, କିନ୍ତୁ ନିଜେ ଟେନିସ୍ରେ ଅଧିକ ସକ୍ରିୟ ରହିବେ ନାହିଁ।
ମୋନଫିସ୍ ନିଜ କ୍ୟାରିୟରରେ୧୩ଟି ATP ସିଙ୍ଗଲ୍ସ ଟାଇଟଲ୍ଜିତିଛନ୍ତି ଏବଂ ବିଶ୍ୱ ରାଙ୍କିଂରେ ସର୍ବୋଚ୍ଚନମ୍ବର ୬ସ୍ଥାନରେ ପହଞ୍ଚିଥିଲେ। ସେ ୨୦୦୮ ଫ୍ରେଞ୍ଚ ଓପନ୍ ଓ ୨୦୧୬ ୟୁଏସ୍ ଓପନ୍ରେ ଗ୍ରାଣ୍ଡସ୍ଲାମ୍ ସେମିଫାଇନାଲ୍ ଖେଳିଥିଲେ।
ବହୁ ଦିନର ଅପେକ୍ଷା ପରେ ନଭେମ୍ବର ୫ ତାରିଖରେ ସାରା ବିଶ୍ୱର...
♈ ମେଷ ରାଶି (Aries) ଏହି ସପ୍ତାହ ମେଷ ରାଶିର ବ୍ୟକ୍ତ...
ଅକ୍ଟୋବର ମାସର ଶେଷ ସପ୍ତାହରୁ ନଭେମ୍ବର ମାସର ଆରମ୍ଭ ପର୍ଯ୍...
ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ବ...
ରିଲିଜ୍ ପୂର୍ବରୁ ‘ରାମାୟଣ’ର ବଡ଼ ରେକର୍ଡ...
ଭାରତୀୟ ସିନେମା ଜଗତର ବହୁ ପ୍ରତୀକ୍ଷିତ ଫିଲ୍ମ 'ରାମାୟ...