ବାଲେଶ୍ୱରରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ରେସ୍ତୋରାଁ, ଏକାଧିକ ଗାଡ଼ି କ୍ଷତିଗ୍ରସ୍ତ

ବାଲେଶ୍ୱର ସହର ଡିଆଇସି ଛକ ନିକଟସ୍ଥ ଶାନ୍ତି ରେସ୍ତୋରାଁରେ ସୋମବାର ସକାଳେ ଗ୍ୟାସ୍ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଦ୍ରୁତଗତିରେ ରେସ୍ତୋରାଁକୁ ବ୍ୟାପିବା ସହ ନିକଟରେ ଥିବା କିଛି ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ୩ଟି ଅଗ୍ନିଶମ ଟିମ୍ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନିର ସୂଚନା ମିଳିନାହିଁ।
Massive fire after gas cylinder explosion at a restaurant near DIC Chhak in Balasore Odisha
Massive fire after gas cylinder explosion at a restaurant near DIC Chhak in Balasore Odisha

ବାଲେଶ୍ୱର ସହରର ଡିଆଇସି ଛକ ନିକଟରେ ଥିବାଶାନ୍ତି ରେସ୍ତୋରାଁରେ ସୋମବାର ସକାଳେ ଭୟାବହ ଅଗ୍ନିକାଣ୍ଡଘଟିଛି। ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ରେସ୍ତୋରାଁରେ ଥିବା ଗ୍ୟାସ୍ ଟାଙ୍କି ଫାଟିଯିବା ପରେ ହଠାତ୍ ନିଆଁ ଲାଗିଥିବା ଜଣାପଡ଼ିଛି। ପରେ ନିଆଁ ରେସ୍ତୋରାଁର ବିଭିନ୍ନ ଅଂଶକୁ ଦ୍ରୁତଗତିରେ ବ୍ୟାପିଯାଇଥିଲା।

ଅଗ୍ନିକାଣ୍ଡରେ ରେସ୍ତୋରାଁଟି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାବେଳେ ନିକଟରେ ପାର୍କିଂ ହୋଇଥିବା କିଛି ଗାଡ଼ି ମଧ୍ୟ ନିଆଁରେ ପୋଡ଼ି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରୁ ଘନ କଳା ଧୂଆଁ ଦୂରରୁ ଦେଖିବାକୁ ମିଳିଥିଲା।

ଖବର ପାଇ ବାଲେଶ୍ୱର ଅଗ୍ନିଶମ ବାହିନୀର୩ଟି ଟିମ୍ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗ୍ୟାସ୍ ଟାଙ୍କି ବିସ୍ଫୋରଣ ପରେ ଅଗ୍ନିଶମ କର୍ମଚାରୀମାନେ ସତର୍କତାର ସହ ଅନ୍ୟ ଟାଙ୍କିକୁ ବାହାର କରିଥିଲେ ଏବଂ ନିଆଁକୁ ନିୟନ୍ତ୍ରଣ କରିବାକୁ ଦୀର୍ଘ ସମୟ ଧରି ଉଦ୍ୟମ କରିଥିଲେ।

ବର୍ତ୍ତମାନ ସୁଦ୍ଧାକୌଣସି ଜୀବନହାନି ହୋଇଥିବା ଖବର ମିଳିନାହିଁ। ତେବେ ଅଗ୍ନିକାଣ୍ଡରେ ମୋଟ କେତେ ସମ୍ପତ୍ତି ନଷ୍ଟ ହୋଇଛି ଏବଂ କେତେ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି, ତାହାର ସଠିକ୍ ଆକଳନ ପରବର୍ତ୍ତୀ ସମୟରେ ଜଣାପଡ଼ିବ।

LIVE TV
LIVE
Latest News
ଇଟାଲୀରେ ମେଲୋନିଙ୍କ ନୂଆ ପ୍ରସ୍ତାବ: ସ୍କୁଲରେ ବୁର୍ଖା-ନିକାବ ନିଷେଧ, ବିଦେଶୀ ଛାତ୍ର ସଂଖ୍ୟାରେ ଲାଗିବ ସୀମା

ଇଟାଲୀରେ ମେଲୋନିଙ୍କ ନୂଆ ପ୍ରସ୍ତାବ: ସ୍କୁଲରେ ବୁର୍ଖା-ନିକାବ...

ଇଟାଲୀରେ ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ନେଇ ନୂଆ ନିୟମ ଆଣିବା...

ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ, ଓଡ଼ିଶା ପାଇଁ ବଡ଼ ବର୍ଷା ଚେତାବନୀ; ୨୩-୨୪ରେ ଅତି ପ୍ରବଳ ବର୍ଷା

ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ, ଓଡ଼ିଶା ପାଇଁ...

ବଙ୍ଗୋପସାଗରରେ ଗଠିତ ଲଘୁଚାପ କ୍ରମେ ଶକ୍ତିଶାଳୀ ହେଉଥିବାରୁ...

ଭାରି ବର୍ଷା ସତ୍ତ୍ୱେ ମେଘାଳୟରେ ବଢ଼ୁଛି ମରୁଡ଼ି ଆଶଙ୍କା! ଜଳବାୟୁ ପରିବର୍ତ୍ତନ ନେଇ ନୂଆ ଅଧ୍ୟୟନ

ଭାରି ବର୍ଷା ସତ୍ତ୍ୱେ ମେଘାଳୟରେ ବଢ଼ୁଛି ମରୁଡ଼ି...

ମେଘାଳୟରେ ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ଭବିଷ୍ୟତରେ ମରୁଡ଼ି...

ଏଲ୍ ନିନୋ ପ୍ରଭାବରେ ଭାରତରେ ମୌସୁମୀ ସଙ୍କଟ! ୨୦୦୯ ପରେ ସବୁଠୁ କମ୍ ବର୍ଷାର ଆଶଙ୍କା

ଏଲ୍ ନିନୋ ପ୍ରଭାବରେ ଭାରତରେ ମୌସୁମୀ ସଙ୍କଟ!...

ଭାରତ ଏଥର ଦୀର୍ଘ ସମୟ ପରେ ଏକ ଦୁର୍ବଳ ମୌସୁମୀ ଋତୁର ସାମ୍ନ...

ଜର୍ମାନୀରେ ମେର୍ଜଙ୍କୁ ବଡ଼ ଝଟକା, ରାଜ୍ୟ ନିର୍ବାଚନରେ CDUର ଭାରି ପରାଜୟ

ଜର୍ମାନୀରେ ମେର୍ଜଙ୍କୁ ବଡ଼ ଝଟକା, ରାଜ୍ୟ ନିର୍ବାଚନରେ...

ଜର୍ମାନୀର ଚାନ୍ସେଲର ଫ୍ରିଡ୍ରିକ୍ ମେର୍ଜଙ୍କ ଉପରେ ପୁଣିଥରେ...

୩ ବାତ୍ୟାର ଆକଳନ, ବଢ଼ିଲା ଚିନ୍ତା! ୨୦୨୬ ପୋଷ୍ଟ-ମୌସୁମୀରେ ବଢ଼ିପାରେ ସାଇକ୍ଲୋନ୍ କାର୍ଯ୍ୟକଳାପ

୩ ବାତ୍ୟାର ଆକଳନ, ବଢ଼ିଲା ଚିନ୍ତା! ୨୦୨୬...

୨୦୨୬ର ପୋଷ୍ଟ-ମୌସୁମୀ ଋତୁକୁ ନେଇ ବାତ୍ୟା କାର୍ଯ୍ୟକଳାପର ଏ...

୨୧ରୁ ୨୮ ସେପ୍ଟେମ୍ବର ସାପ୍ତାହିକ ରାଶିଫଳ: କାହାର ବଢ଼ିବ ଆୟ, କାହାକୁ ମିଳିବ ଚାକିରିରେ ସଫଳତା? ଜାଣନ୍ତୁ ୧୨ ରାଶିର ଭାଗ୍ୟଫଳ

୨୧ରୁ ୨୮ ସେପ୍ଟେମ୍ବର ସାପ୍ତାହିକ ରାଶିଫଳ: କାହାର...

  ସେପ୍ଟେମ୍ବରର ଏହି ସପ୍ତାହ ଜ୍ୟୋତିଷ ଦୃଷ୍ଟିରୁ...

ସେପ୍ଟେମ୍ବର ୨୩-୨୫ରେ ଆମେରିକା ଗସ୍ତରେ ଜିନପିଙ୍ଗ, ଟ୍ରମ୍ପଙ୍କ ସହ ହେବ ବୈଠକ

ସେପ୍ଟେମ୍ବର ୨୩-୨୫ରେ ଆମେରିକା ଗସ୍ତରେ ଜିନପିଙ୍ଗ, ଟ୍ରମ୍ପଙ୍କ...

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆମେରିକା ଗସ୍ତ ନେଇ ଅଧ...

ବିଦେଶ ଯାତ୍ରାରେ ଆଉ ବାରମ୍ବାର ଦେଖାଇବାକୁ ପଡ଼ିବନି ପାସପୋର୍ଟ! ଅକ୍ଟୋବରରୁ ‘ଡିଜି ଯାତ୍ରା’ ଟ୍ରାଏଲ୍

ବିଦେଶ ଯାତ୍ରାରେ ଆଉ ବାରମ୍ବାର ଦେଖାଇବାକୁ ପଡ଼ିବନି...

ବିମାନବନ୍ଦରରେ ଯାତ୍ରୀଙ୍କ ସମୟ ବଞ୍ଚାଇବା ଏବଂ ଚେକିଂ ପ୍ରକ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+