ବାଲେଶ୍ୱର ଜିଲ୍ଲାରେ ବ୍ୟବସାୟୀ ଶେଖ୍ ଅମିତଙ୍କ ଦିନ ଦ୍ୱିପ୍ରହରରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ପୋଲିସ ତଦନ୍ତକୁ ଜୋରଦାର କରିଛି। ଘଟଣା ପଛରେ ସୁପାରି କିଲର କିମ୍ବା ପ୍ରଶିକ୍ଷିତ ବନ୍ଧୁକଧାରୀଙ୍କ ସମ୍ପୃକ୍ତି ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।
ଗୁରୁବାର ଅପରାହ୍ନ ପ୍ରାୟ ୩ଟା ବେଳେ ସାହାଦେବଖୁଣ୍ଟା ଥାନା ଅଧୀନ ଆରଡ଼ ବଜାର ଅଞ୍ଚଳରେ ଶେଖ୍ ଅମିତଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ବ୍ୟସ୍ତ ବଜାର ମଧ୍ୟରେ ଘଟିଥିବା ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ହତ୍ୟାକାଣ୍ଡଟି ପୂର୍ବରୁ ସୁପରିକଳ୍ପିତ ଥିଲା। ଅଭିଯୁକ୍ତମାନେ ବ୍ୟବସାୟୀଙ୍କ ଦୈନନ୍ଦିନ ଗତିବିଧି ଉପରେ ନଜର ରଖି ଏହି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ, ଦୁଇ ଜଣ ଦୁର୍ବୃତ୍ତ ଏକ ମୋଟରସାଇକେଲରେ ଆସିଥିଲେ। ପ୍ରଥମେ ପଛରେ ବସିଥିବା ବ୍ୟକ୍ତି ଗୁଳି ଚଳାଇଥିଲେ, ଯାହାଫଳରେ ଶେଖ୍ ଅମିତ ତଳେ ପଡ଼ିଯାଇଥିଲେ। ପରେ ଉଭୟ ଅଭିଯୁକ୍ତ ତାଙ୍କ ଉପରେ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ପୋଲିସ କହିଛି ଯେ, ୯ ମିଲିମିଟର ପିସ୍ତଲ ବ୍ୟବହାର କରି ପ୍ରାୟ ୮ ରାଉଣ୍ଡ ଗୁଳି ଚଳାଯାଇଥିଲା। ମୃତକଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ଅଂଶରେ ଗୁଳି ବାଜିଥିଲା। ଆକ୍ରମଣର ଶୈଳୀ ଦେଖି ପୋଲିସ ପ୍ରଶିକ୍ଷିତ ଅପରାଧୀ କିମ୍ବା ସୁପାରି କିଲରଙ୍କ ସମ୍ପୃକ୍ତି ନେଇ ସନ୍ଦେହ କରୁଛି।
ଘଟଣାର ତଦନ୍ତ ପାଇଁ ଚାରିଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଦୁଇଜଣ ଥାନା ଅଧିକାରୀ, ଏସଡିପିଓ ଏବଂ ଜିଲ୍ଲା ଏସପି ନିଜେ ତଦନ୍ତର ତଦାରଖ କରୁଛନ୍ତି। ଫରେନସିକ୍ ସାଇନ୍ସ ଲ୍ୟାବରେଟୋରି (FSL) ମଧ୍ୟ ତଦନ୍ତରେ ସାମିଲ ହୋଇଛି।
ପୋଲିସ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା, ଆର୍ଥିକ କାରବାର, ଜମି ବିବାଦ, ବ୍ୟକ୍ତିଗତ ଶତ୍ରୁତା ସମେତ ସମସ୍ତ ଦିଗକୁ ତଦନ୍ତ କରୁଛି। ତେବେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।
ମୃତକଙ୍କ ପରିବାର ପକ୍ଷରୁ କୌଣସି ଶତ୍ରୁତା କିମ୍ବା ବିବାଦ ଥିବା ନେଇ ଜ୍ଞାନ ନଥିବା କୁହାଯାଇଛି। ପୋଲିସ ନିକଟସ୍ଥ ଘରରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରିଥିବା ବେଳେ ଅନ୍ୟ ପ୍ରଯୁକ୍ତିଗତ ଓ ଫରେନସିକ୍ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କ ଖୋଜ ଚାଲିଛି।
ମେଷ : ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍...
ନୂତନ ସପ୍ତାହର ଆରମ୍ଭ ସହ ଗ୍ରହ-ନକ୍ଷତ୍ରର ଗତିବିଧିରେ ହେଉଥ...
ନୂତନ ସପ୍ତାହର ଆରମ୍ଭ ସହ ଗ୍ରହ-ନକ୍ଷତ୍ରର ସ୍ଥିତିରେ ହେଉଥି...
ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଆଜିକାଲି ଅନେକ ମହିଳା ଏବଂ ପୁର...
ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ୍ ବିନା ଜୀବନ କଳ୍ପନା କରିବା...
ସୁସ୍ଥ ଓ ସକ୍ରିୟ ଜୀବନ ପାଇଁ ସନ୍ତୁଳିତ ଖାଦ୍ୟାଭ୍ୟାସର ଭୂମ...
ମେଷ : ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ଦକ୍ଷତାର...
ଖାଦ୍ୟ ସୁରକ୍ଷା ଓ ସ୍ୱଚ୍ଛତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ...