ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାସ୍ଥିତ ପବିତ୍ରବଦ୍ରିନାଥ ଧାମର ଦାନ ପାଣ୍ଠି ଚୋରି ମାମଲାରେ ତଦନ୍ତ କରୁଥିବାସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ (SIT)ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ମାମଲାରେ ବଦ୍ରି-କେଦାର ମନ୍ଦିର କମିଟିର ପୂର୍ବତନ ଅଧିକାରୀରାଜେନ୍ଦ୍ର ସିଂ ଚୌହ୍ୱାନଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ରାଜେନ୍ଦ୍ର ସିଂ ଚୌହ୍ୱାନ ଗତଜୁନ୍ ୩୦ତାରିଖରେ ନିଜ ପଦରୁ ଅବସର ଗ୍ରହଣ କରିଥିଲେ। ଅବସରର କିଛି ଦିନ ପରେ ଏସଆଇଟି ତଦନ୍ତରେ ମିଳିଥିବା ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରିଛି।
ଏସଆଇଟି ପକ୍ଷରୁ ବର୍ତ୍ତମାନ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି। ତଦନ୍ତକାରୀ ଅଧିକାରୀମାନଙ୍କ ମତରେ, ଜେରା ପରେ ଏହି ମାମଲାରେ ଆହୁରି ଗୁରୁତ୍ୱପୂର୍ଣ୍ଣ ସୂଚନା ଏବଂ ଅନ୍ୟ ସମ୍ଭାବ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ସାମ୍ନାକୁ ଆସିପାରେ।
ଏହି ଘଟଣା ସେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ସୋସିଆଲ ମିଡିଆରେ ବଦ୍ରିନାଥ ମନ୍ଦିରର ଦାନ ଅର୍ଥ ଗଣନା ସମୟରେ ଚୋରି ହେଉଥିବା ଅଭିଯୋଗ ସହ କିଛି ଭିଡିଓ ଭାଇରାଲ ହୋଇଥିଲା।
ପରବର୍ତ୍ତୀ ସମୟରେଭୈରବ ସେନାନାମକ ଏକ ସଂଗଠନ ଥାନାରେ ଅଭିଯୋଗ ଦାଖଲ କରିବା ପରେ ପୋଲିସ ମାମଲା ରୁଜୁ କରି ଏସଆଇଟି ଗଠନ କରିଥିଲା। ବର୍ତ୍ତମାନ ମାମଲାର ତଦନ୍ତ ଜାରି ରହିଛି।
ମୟୂରଭଞ୍ଜ: ଜାତୀୟ ରାଜପଥ ନା ମୃତ୍ୟୁପଥ? NH-18ର କଳମାରୁ ବ...
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଜଣ୍ଡିସ ବା ହ...
ଆବୁଧାବି:ଓଡ଼ିଶାରେ ବୃହତ୍ ନିବେଶ ଆଣିବା ଲକ୍ଷ୍ୟରେ ୟୁଏଇ ଗ...
ପୁରୀ ଜିଲ୍ଲା ସାକ୍ଷୀଗୋପାଳ କମ୍ୟୁନିଟି ହେଲ୍ଥ ସେଣ୍ଟର (CH...
କେନ୍ଦ୍ରାପଡ଼ା/ସୁବର୍ଣ୍ଣପୁର:ବେଆଇନ ମଦ କାରବାରକୁ ନେଇ ଓଡ଼...
ଭୁବନେଶ୍ୱର:ହୃଦ୍ରୋଗ କିମ୍ବା ଷ୍ଟ୍ରୋକ୍ ପରେ ରୋଗୀଙ୍କ ଶାରୀ...
ଭୁବନେଶ୍ୱର: ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ସ୍ୱ...
ଭୁବନେଶ୍ୱର:ଡିଜିଟାଲ୍ ପେମେଣ୍ଟ ଏବେ ଆମ ଦୈନନ୍ଦିନ ଜୀବନର ଏ...