ଜଗନ୍ନାଥ ଧାମ ପୁରୀକୁ ଯାଉଥିବା ପ୍ରତ୍ୟେକ ଭକ୍ତଙ୍କ ନଜର ପ୍ରଥମେ ପଡ଼େ ଅଠରନଳା ଉପରେ। ଶ୍ରୀକ୍ଷେତ୍ରର ଉତ୍ତର ପ୍ରବେଶ ପଥରେ ଅବସ୍ଥିତ ଏହି ଐତିହାସିକ ସେତୁ କେବଳ ଏକ ସ୍ଥାପତ୍ୟ ନିଦର୍ଶନ ନୁହେଁ, ଏହା ସହ ଜଡିତ ରହିଛି ଏକ ମର୍ମସ୍ପର୍ଶୀ କାହାଣୀ ଓ ଶତାବ୍ଦୀ ପୁରୁଣା ଇତିହାସ।
ଅନେକଙ୍କ ମନରେ ପ୍ରଶ୍ନ ଉଠେ—ଏହି ସେତୁର ନାମ ‘ଅଠରନଳା’ କାହିଁକି? କାହିଁକି ଏଥିରେ ରହିଛି ଠିକ୍ ୧୮ଟି ନଳା କିମ୍ବା ଖିଲାନ? ଏହା ପଛରେ ରହିଛି ଏକ ପୌରାଣିକ କିମ୍ବଦନ୍ତୀ।
କଥା ଅନୁଯାୟୀ, ରଣପୁରର ରାଜା ଶ୍ରୀ ପଦ୍ମନାଭ ସିଂହ ନରେନ୍ଦ୍ର ଦୀର୍ଘ ସମୟ ଧରି ନିଃସନ୍ତାନ ଥିଲେ। ସନ୍ଥ ଅଚ୍ୟୁତାନନ୍ଦ ଦାସଙ୍କ ଆଶୀର୍ବାଦ ଓ ହରିବଂଶ ପୁରାଣ ଶ୍ରବଣ ପରେ ତାଙ୍କର ୧୮ ଜଣ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ୧୮ ରାଜପୁତ୍ର ବିଭିନ୍ନ ଉପାଧି ଓ ସମ୍ମାନ ଲାଭ କରିଥିଲେ।
କିନ୍ତୁ ଭାଗ୍ୟର ନିଷ୍ଠୁର ପରିହାସରେ କଳାପାହାଡ଼ର ଆକ୍ରମଣ ସମୟରେ ଯୁଦ୍ଧକ୍ଷେତ୍ରରେ ରାଜାଙ୍କ ୧୭ ଜଣ ପୁଅ ବୀରଗତି ପ୍ରାପ୍ତ ହୋଇଥିଲେ। ନିଜ ସନ୍ତାନମାନଙ୍କର ମୃତ୍ୟୁରେ ରାଜା ଗଭୀର ଶୋକରେ ଭାଙ୍ଗି ପଡ଼ିଥିଲେ।
ସେହି ବୀର ପୁତ୍ରମାନଙ୍କ ସ୍ମୃତିକୁ ଅମର ରଖିବା ପାଇଁ ରାଜା ପୁରୀ ନିକଟସ୍ଥ ନଦୀ ଉପରେ ୧୮ଟି ନଳା ବିଶିଷ୍ଟ ଏକ ସେତୁ ନିର୍ମାଣ କରାଇଥିଲେ। ସେହି ସେତୁ ଆଜି ‘ଅଠରନଳା’ ନାମରେ ପରିଚିତ।
ଇତିହାସବିଦଙ୍କ ମତରେ, ଅଠରନଳା କେବଳ ଏକ ଯାତାୟାତ ମାର୍ଗ ନୁହେଁ, ବରଂ ଏହା ଓଡ଼ିଶାର ଐତିହ୍ୟ, ସ୍ଥାପତ୍ୟ କଳା ଓ ବୀରତ୍ୱର ପ୍ରତୀକ। ସେତୁର ପ୍ରତ୍ୟେକ ନଳାର ଲମ୍ବ ପ୍ରାୟ ୨୦ ଫୁଟ ହୋଇଥିବା ବେଳେ ଏହାର ଖିଲାନଗୁଡ଼ିକ ୧୨ରୁ ୧୭ ଫୁଟ ପର୍ଯ୍ୟନ୍ତ ଓସାର ବିଶିଷ୍ଟ। ମଝିର ଖିଲାନଟି ସବୁଠାରୁ ବଡ଼ ଏବଂ ଦୁଇ ପାର୍ଶ୍ୱକୁ କ୍ରମଶଃ ଛୋଟ ହୋଇଯାଇଛି।
ମାଦଳା ପାଞ୍ଜିରେ ମଧ୍ୟ ଅଠରନଳା ସମ୍ପର୍କରେ ଉଲ୍ଲେଖ ମିଳିଥାଏ। ଆଜି ବି ଏହି ଐତିହାସିକ ସେତୁ ଶ୍ରୀକ୍ଷେତ୍ରର ଗୌରବମୟ ଅତୀତକୁ ସ୍ମରଣ କରାଇ ଆସୁଛି ଏବଂ ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି।
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ନେପାଳରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର Bhotekoshi ବନ୍ୟା...
ନେପାଳର ଉତ୍ତର ଅଞ୍ଚଳରେ ଘଟିଥିବା ଭୟଙ୍କର ବନ୍ୟା ଓ ଭୂସ୍ଖଳ...
ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...