କଟକ ଜିଲ୍ଲାର ଆଠଗଡ଼ରେ ସପୁଆ ନଦୀ ଉଛୁଳିବା ଫଳରେ ବନ୍ୟା ପରିସ୍ଥିତି ଉପୁଜିଛି। ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ନିମ୍ନାଞ୍ଚଳଗୁଡ଼ିକ ଜଳମଗ୍ନ ହୋଇ ସାଧାରଣ ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି।
ବନ୍ୟା ଜଳରେ ପୁରୁଣା କଟକ-ସମ୍ବଲପୁର ରାସ୍ତା ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିବାରୁ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି। ବିଶେଷକରି ନଡୁଆପଡ଼ା ନିକଟରେ ଥିବା ପୋଲ ନିକଟରେ ପ୍ରାୟ ଚାରି ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ରାସ୍ତା ସମ୍ପୂର୍ଣ୍ଣ ଜଳାବଦ୍ଧ ହୋଇଛି। ଫଳରେ ଯାତ୍ରୀ ଓ ସ୍ଥାନୀୟ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସପୁଆ ନଦୀ କୂଳରେ ଥିବା ଗୁଡୁପଡ଼ା ଗ୍ରାମ ବନ୍ୟା ଜଳ ଘେରରେ ରହିଥିବାରୁ ବାହ୍ୟ ଜଗତ ସହିତ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ଆଠଗଡ଼ ଏନ୍ଏସିର ୱାର୍ଡ ନମ୍ବର–୨ ଅଧୀନ ତାଳସାହି ଓ ଗଡ଼ସାହି ଅଞ୍ଚଳର କିଛି ଘରେ ବନ୍ୟା ଜଳ ପ୍ରବେଶ କରିଛି।
ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଜଳସ୍ତର ଆହୁରି ବୃଦ୍ଧି ପାଇବା ନେଇ ଆଶଙ୍କା ଦେଖାଦେଇଛି। ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବାବେଳେ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ମହାନ କଣ୍ଠଶିଳ୍ପୀ MS ସୁବ୍ବୁ...
ଜାପାନରେ ଚାଲିଥିବା ୨୦୨୬ ଏସୀୟ କ୍ରୀଡ଼ାରେ ଆୟୋଜକଙ୍କ ଏକ ଭ...
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ରେ ଯୋଡ଼ି ହେବାକୁ ଯା...
ବଲିଉଡ୍‌ର ଲୋକପ୍ରିୟ କମେଡି ଫ୍ରାଞ୍ଚାଇଜ୍ ‘Go...
ଭାରତୀୟ କ୍ରିକେଟ୍‌ରେ ଏକ ଖେଳାଳିଙ୍କୁ ନେଇ ଦୁଇଟି ଦଳ...
୨୦୨୫ରେ ରିଲିଜ୍ ହୋଇଥିବା‘Saiyaara’ଫିଲ୍ମ ନ...
ସାଉଥ୍‌ ସିନେମାର ଚର୍ଚ୍ଚିତ ଅଭିନେତା ଅଲ୍ଲୁ ଅର୍ଜୁନଙ...
ଭାରତୀୟ କ୍ରିକେଟ୍‌ରେ ଅମ୍ପାୟାର ଓ ମ୍ୟାଚ୍ ରେଫରିଙ୍କ...