ASI technical team conducts inspection of the sanctum sanctorum at Puri Jagannath Temple.

ପୁରୀ ଶ୍ରୀମନ୍ଦିର ଗର୍ଭଗୃହର ବୈଷୟିକ ଯାଞ୍ଚ କରିବ ASI, ଯାଞ୍ଚ ହେବ ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପ

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଗର୍ଭଗୃହର ବୈଷୟିକ ଯାଞ୍ଚ ଶନିବାର ASI ପକ୍ଷରୁ କରାଯିବ। ଏହି ଯାଞ୍ଚରେ IIT ଦିଲ୍ଲୀର ବିଶେଷଜ୍ଞ, ASI ଅଧିକାରୀ ଏବଂ ଶ୍ରୀମନ୍ଦିର କୋର କମିଟିର ସଦସ୍ୟମାନେ ସାମିଲ ହେବେ। ଗର୍ଭଗୃହ ଭିତରେ ଥିବା କଳା ଆସ୍ତରଣ ହଟାଇବା ସହ ମନ୍ଦିରର ଅନ୍ୟାନ୍ୟ ଅଂଶର ମଧ୍ୟ ଯାଞ୍ଚ କରାଯିବ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣକୁ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ଯାଞ୍ଚ କରାଯିବ। ଶନିବାର ଶ୍ରୀମନ୍ଦିରର ଗର୍ଭଗୃହ (ବେହରଣ ମଣ୍ଡପ)ର ସ୍ଥିତି ସମ୍ପର୍କରେ ବିଶେଷଜ୍ଞ ଟିମ୍ ତଦାରଖ କରିବେ।

ସୂଚନା ଅନୁସାରେ, ଗର୍ଭଗୃହ ଭିତରେ ଜମି ରହିଥିବା କଳା ଆସ୍ତରଣ (Black Deposits) ହଟାଇବା କାର୍ଯ୍ୟ ମଧ୍ୟ ଏହି ଯାଞ୍ଚ ସମୟରେ କରାଯିବ। ଏହି ଟିମ୍ରେ IIT ଦିଲ୍ଲୀର ବିଶେଷଜ୍ଞ, ASIର ଅଧିକାରୀ ଏବଂ ଶ୍ରୀମନ୍ଦିର କୋର କମିଟିର ସଦସ୍ୟମାନେ ସାମିଲ ହେବେ।

କେବଳ ଗର୍ଭଗୃହ ନୁହେଁ, ଶ୍ରୀମନ୍ଦିରର ଜଗମୋହନ, ନାଟମଣ୍ଡପ ଏବଂ ଭୋଗମଣ୍ଡପର ସ୍ଥିତିର ମଧ୍ୟ ତଦାରଖ କରାଯିବ। ଯାଞ୍ଚ ପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ଏବଂ ବିଶେଷଜ୍ଞ କମିଟିର ସୁପାରିସ ଅନୁଯାୟୀ ଆବଶ୍ୟକ ମରାମତି କାର୍ଯ୍ୟ ହାତକୁ ନିଆଯିବ।

ଯାଞ୍ଚ ସମୟରେ ପୂର୍ବରୁ ମରାମତି ହୋଇଥିବା ଫାଟ ସ୍ଥାନଗୁଡ଼ିକର ଭାର ବହନ କ୍ଷମତା (Load Assessment) ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯିବ। ଏଥିସହ ପୂର୍ବରୁ କେମିକାଲ ଟ୍ରିଟମେଣ୍ଟ କରାଯାଇଥିବା ସ୍ଥାନଗୁଡ଼ିକର ମଧ୍ୟ ସମୀକ୍ଷା କରାଯିବ।

ଏହା ବ୍ୟତୀତ ଶ୍ରୀମନ୍ଦିର ପରିସରରେ ପାଇପ୍ ମରାମତି କାର୍ଯ୍ୟ ଏବଂ ଜଳ ନିଷ୍କାସନରେ ସମସ୍ୟା ଥିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକର ସମାଧାନ ପାଇଁ ପଦକ୍ଷେପ ନିଆଯିବ। ଶ୍ରୀମନ୍ଦିରର ଦୀର୍ଘସ୍ଥାୟୀ ସଂରକ୍ଷଣ ଏବଂ ସୁରକ୍ଷା ଦୃଷ୍ଟିରୁ ଏହି ଯାଞ୍ଚକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

Latest News
ଶିକ୍ଷକ ଓ ସହପାଠୀଙ୍କ ଫଟୋକୁ ଅଶ୍ଳୀଳ କଣ୍ଟେଣ୍ଟରେ ପରିଣତ କରୁଥିଲା ଛାତ୍ର, ଗିରଫ

ଶିକ୍ଷକ ଓ ସହପାଠୀଙ୍କ ଫଟୋକୁ ଅଶ୍ଳୀଳ କଣ୍ଟେଣ୍ଟରେ...

କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...

୬ ଜିଲ୍ଲାରେ ଅତିପ୍ରବଳ ବର୍ଷା! ବର୍ଷାରେ ଭିଜୁଛି ଓଡ଼ିଶା, ୨୪ ଜିଲ୍ଲାକୁ ଆଲର୍ଟ

୬ ଜିଲ୍ଲାରେ ଅତିପ୍ରବଳ ବର୍ଷା! ବର୍ଷାରେ ଭିଜୁଛି...

ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...

ମଧ୍ୟପ୍ରଦେଶରେ ବିଷାକ୍ତ ମଦ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି, ୧୪ ଅଭିଯୁକ୍ତ ଗିରଫ

ମଧ୍ୟପ୍ରଦେଶରେ ବିଷାକ୍ତ ମଦ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୨କୁ...

ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...

କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ଦାୟିତ୍ୱ ନେଲେ ଡ. ଅଜିତ କୁମାର ଶାସାନୀ

କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ...

କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...

ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ ଶିକ୍ଷା ଯୋଜନା ବିଷୟରେ ଜାଣନ୍ତୁ

ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ...

ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...

NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲା: NTA ବିଶେଷଜ୍ଞଙ୍କ ସମେତ ୧୩ ଜଣଙ୍କ ବିରୋଧରେ CBI ଚାର୍ଜସିଟ୍

NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲା: NTA...

ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି; ମୃତାହତଙ୍କ ସମ୍ପର୍କରେ ବି ଅଜଣା ଅନେକ ତଥ୍ୟ

ତିବ୍ବତର ବନ୍ୟାର ଭୟଙ୍କର ଦୃଶ୍ୟ ଚୀନ୍‌ରେ ଦେଖାଯାଉନି;...

ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...

FBIର Most Wanted ତାଲିକାରେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି; ଗିରଫ ସୂଚନା ପାଇଁ ୧.୪୨ କୋଟି ଟଙ୍କା ପୁରସ୍କାର

FBIର Most Wanted ତାଲିକାରେ ଭାରତୀୟ ବଂଶୋଦ୍ଭବ...

ଆମେରିକାର Federal Bureau of Investigation (FBI) ମଞ୍...

ପୋଷ୍ଟମ୍ୟାନ୍‌ରୁ ଡାକ୍ତର ହେବାର ସ୍ୱପ୍ନ; Re-NEETରେ ସଫଳ ହେଲେ କନ୍ଧମାଳର ବିନାୟକ

ପୋଷ୍ଟମ୍ୟାନ୍‌ରୁ ଡାକ୍ତର ହେବାର ସ୍ୱପ୍ନ; Re-NEETରେ ସଫଳ...

ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...

ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରେ ପଥରମାଡ଼, ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା

ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରେ ପଥରମାଡ଼, ସନ୍ଦିଗ୍ଧଙ୍କୁ...

ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...

୩୦ ମିନିଟ୍‌ରେ ୯ ମିଟର ବଢ଼ିଲା ନଦୀ ଜଳସ୍ତର: ହିମସ୍ଖଳନ ଯୋଗୁଁ ନେପାଳରେ ଭୟଙ୍କର ବନ୍ୟା?

୩୦ ମିନିଟ୍‌ରେ ୯ ମିଟର ବଢ଼ିଲା ନଦୀ...

ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...

ଫ୍ରାନ୍ସରେ ଭୟଙ୍କର ଟର୍ନାଡୋ: ୩୯ ଆହତ, ୩୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ

ଫ୍ରାନ୍ସରେ ଭୟଙ୍କର ଟର୍ନାଡୋ: ୩୯ ଆହତ, ୩୦୦ରୁ...

ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+