ଅରୁଣାଚଳ ପ୍ରଦେଶର ଅପର ସୁବନସିରି ଜିଲ୍ଲାରେ ଭାରତ-ଚୀନ୍ ସୀମାକୁ ନେଇ ପୁଣି ଥରେ ଚିନ୍ତାଜନକ ଅଭିଯୋଗ ସାମ୍ନାକୁ ଆସିଛି। ନାହ ଆଦିବାସୀ ସମ୍ପ୍ରଦାୟର ପ୍ରତିନିଧି ସଂଗଠନ ନାହ ୱେଲଫେୟାର ସୋସାଇଟି (NWS) ଦାବି କରିଛି ଯେ, ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି (PLA) ଗତ ଛଅ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ପାରମ୍ପରିକ ଚାରଣଭୂମି, ଶିକାର କ୍ଷେତ୍ର ଓ କୃଷି ଜମିର ବିସ୍ତୃତ ଅଂଶ ଉପରେ ନିଜର ଉପସ୍ଥିତି ବଢ଼ାଇଛି।
ସଂଗଠନ ପକ୍ଷରୁ ଅପର ସୁବନସିରିର ଡେପୁଟି କମିଶନରଙ୍କୁ ଦିଆଯାଇଥିବା ଏକ ସ୍ମାରକପତ୍ରରେ ତୁରନ୍ତ ପ୍ରଶାସନିକ ହସ୍ତକ୍ଷେପ ଦାବି କରାଯାଇଛି। ସଂଗଠନର ସଭାପତି କେରୁ ଚାଦର କହିଛନ୍ତି, ଯେଉଁ ଅଞ୍ଚଳରେ ସ୍ଥାନୀୟ ଲୋକମାନେ ବର୍ଷ ବର୍ଷ ଧରି ଶିକାର କରୁଥିଲେ, ଜଙ୍ଗଲରୁ ସମ୍ପଦ ସଂଗ୍ରହ କରୁଥିଲେ ଏବଂ ପଶୁ ଚରାଉଥିଲେ, ସେହି ଅଞ୍ଚଳଗୁଡ଼ିକ ବର୍ତ୍ତମାନ ଚୀନ୍ ସେନାର ପ୍ରଭାବ ଅଧୀନକୁ ଚାଲିଯାଇଥିବା ଅଭିଯୋଗ କରାଯାଇଛି।
ସ୍ମାରକପତ୍ର ଅନୁସାରେ ଓଇଙ୍ଗ (ଆସଫିଲା ଅଞ୍ଚଳ), ପାନିୟାର (ଚୁଜାର୍ତା), ମାରପାନ୍ (ମାର୍ନାଫେ), ପୋଟ୍ରାଙ୍ଗ ହ୍ରଦ ଏବଂ ଟିଣ୍ଡିଙ୍ଗଟାଙ୍ଗ ଭଳି ପାଞ୍ଚଟି ଅଞ୍ଚଳରେ ଚୀନ୍ ଧୀରେ ଧୀରେ ନିଜର କାର୍ଯ୍ୟକଳାପ ବଢ଼ାଇଥିବା ଦାବି କରାଯାଇଛି। ସଂଗଠନର କହିବା ଅନୁଯାୟୀ, ଏହି ସ୍ଥାନଗୁଡ଼ିକ କେବଳ ଜୀବିକାର ଉତ୍ସ ନୁହେଁ, ବରଂ ସ୍ଥାନୀୟ ସମ୍ପ୍ରଦାୟର ଧାର୍ମିକ ଓ ସାଂସ୍କୃତିକ ପରିଚୟ ସହ ମଧ୍ୟ ଜଡ଼ିତ।
ନାହ ୱେଲଫେୟାର ସୋସାଇଟି ଅଭିଯୋଗ କରିଛି ଯେ, ଗତ ୧୦ରୁ ୧୫ ବର୍ଷ ମଧ୍ୟରେ ଟାକ୍ସିଂ ସୀମାନ୍ତ ଅଞ୍ଚଳରେ ଚୀନ୍ର କାର୍ଯ୍ୟକଳାପ କ୍ରମାଗତ ଭାବେ ବଢ଼ିଛି ଏବଂ ବିଶେଷ କରି ୨୦୨୦ ପରେ ସ୍ଥାନୀୟ ଲୋକମାନେ ବ୍ୟବହାର କରୁଥିବା ଅନେକ ଅଞ୍ଚଳ ଉପରେ ନିୟନ୍ତ୍ରଣ ସ୍ଥାପନ କରାଯାଇଛି। ସେହିପରି ଭାରତୀୟ ଅଞ୍ଚଳ ମଧ୍ୟରେ ରାସ୍ତା ଓ ସାମରିକ ଭିତ୍ତିଭୂମି ନିର୍ମାଣ କରାଯାଇଥିବା ଅଭିଯୋଗ ମଧ୍ୟ ଉଠାଯାଇଛି।
ସଂଗଠନ ସ୍ପଷ୍ଟ କରିଛି ଯେ, ଭାରତୀୟ ସେନାର ସୀମା ସୁରକ୍ଷା ପ୍ରତି ସେମାନଙ୍କର ପୂର୍ଣ୍ଣ ଭରସା ରହିଛି। କିନ୍ତୁ ବର୍ତ୍ତମାନର ପରିସ୍ଥିତି ସ୍ଥାନୀୟ ଲୋକଙ୍କ ଜୀବିକା ଓ ପାରମ୍ପରିକ ଅଧିକାର ପାଇଁ ଚିନ୍ତାର ବିଷୟ ବୋଲି ସେମାନେ କହିଛନ୍ତି।
ଏହି ପ୍ରସଙ୍ଗରେ ନାଚୋ ବିଧାନସଭା ଆସନର ବିଧାୟକ ନାକାପ ନାଲୋ କହିଛନ୍ତି ଯେ, ଏହା ଜାତୀୟ ସୁରକ୍ଷା ସହ ଜଡ଼ିତ ଏକ ସମ୍ବେଦନଶୀଳ ବିଷୟ। ତେଣୁ କୌଣସି ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ପ୍ରଶାସନିକ ସ୍ତରରେ ସରକାରୀ ଯାଞ୍ଚ ଆବଶ୍ୟକ। ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ ଏହା ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ ହେବ ଏବଂ ସମ୍ପୃକ୍ତ ଏଜେନ୍ସିମାନେ ଉପଯୁକ୍ତ ପଦକ୍ଷେପ ନେବା ଦରକାର ବୋଲି ସେ କହିଛନ୍ତି।
କେନ୍ଦୁଝର: ସାମାନ୍ୟ ବଚସାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା...
ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକା ପ୍ରକାରର ହେଲ୍ଥ ପ୍ୟାକେଜ...
ଅକ୍ଟୋବର ମାସର ଶେଷ ସପ୍ତାହରୁ ନଭେମ୍ବର ମାସର ଆରମ୍ଭ ପର୍ଯ୍...
୫୦ ବର୍ଷ ପରେ ମହିଳାଙ୍କ ହାଡ଼ ଭାଙ୍ଗିବାର ବିପଦ ଅଧିକ ବ...
ଭୁବନେଶ୍ୱର: ଦୀପାବଳି ପୂର୍ବରୁ ଓଡ଼ିଶାରେ ବେଆଇନ ଭାବେ ବାଣ...
ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS), ଦିଲ୍ଲୀ କ...
ଶୁକ୍ର ବକ୍ରୀକୁ ନେଇ କ’ଣ କୁହୁଛି ଜ୍ୟୋତିଷ? ଜ୍ୟ...
ରାଜଧାନୀ ଭୁବନେଶ୍ୱରରେ ଗ୍ୟାସ୍ ସିଲିଣ୍ଡର ଚୋରି କରୁଥିବା ଏ...