ଜମ୍ମୁ-କାଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ସେନା ଓ ପୁଲିସ ମଧ୍ୟରେ ଘଟିଥିବା ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଥାନା ପରିସରରେ ଆକ୍ରମଣ, ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିବା ଏବଂ ସରକାରୀ ସମ୍ପତ୍ତି କ୍ଷତିଗ୍ରସ୍ତ କରିବା ଅଭିଯୋଗରେ ଜମ୍ମୁ-କାଶ୍ମୀର ପୁଲିସ ୧୭ ରାଷ୍ଟ୍ରୀୟ ରାଇଫଲ୍ସର କମାଣ୍ଡିଂ ଅଫିସର ସମେତ ଅନ୍ୟାନ୍ୟ ସେନା କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି।
ପୁଲିସ ପକ୍ଷରୁ ଦାଖଲ ଏତଲା ଅନୁସାରେ, କମାଣ୍ଡିଂ ଅଫିସର କର୍ଣ୍ଣେଲ ଏନ୍. ଅରୁଣ ଗାନ୍ଧୀ, ମେଜର ବିକାଶ ଶର୍ମା, ସୁବେଦାର ଶଙ୍କର ଗୁର୍ଖେ, ରାଜ କୁମାର, ସିପାହୀ ରାହୁଲ କୁମାର, ଅନୁପ ସିଂହ, ଓମକାର ଇଙ୍ଗାଲେ ଏବଂ ୩୦ରୁ ୪୦ ଜଣ ସେନା କର୍ମଚାରୀଙ୍କ ନାମରେ ମାମଲା ରୁଜୁ ହୋଇଛି।
ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS) ଅନୁଯାୟୀ ବେଆଇନ ସମାବେଶ, ଦଙ୍ଗା, ଅନଧିକାର ପ୍ରବେଶ, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି, ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ ଏବଂ ହତ୍ୟା ଉଦ୍ୟମ ଭଳି ଗୁରୁତର ଧାରାରେ ମାମଲା ରୁଜୁ କରାଯାଇଛି।
ଘଟଣା ସମ୍ପର୍କରେ ପ୍ରତିରକ୍ଷା ବିଭାଗର ଜନସମ୍ପର୍କ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ସୁନୀଲ ବାରତୱାଲ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ପ୍ରତିଷ୍ଠାନଗତ ବ୍ୟବସ୍ଥା (Institutional Mechanism) ମାଧ୍ୟମରେ କରାଯାଉଛି। ଭାରତୀୟ ସେନା ଆଇନଗତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରିବ ଏବଂ ମିଳିତ ତଦନ୍ତର ରିପୋର୍ଟ ଆଧାରରେ ପରବର୍ତ୍ତୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।
ସୂଚନା ଅନୁସାରେ, କିସ୍ତୱାଡ଼ ଡେପୁଟି କମିସନରଙ୍କ ଗାଡ଼ି ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ସେନା ଗାଡ଼ିକୁ ପାର୍ଶ୍ୱକୁ ହଟିବାକୁ କୁହାଯାଇଥିଲା। ଏହାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା।
ପରବର୍ତ୍ତୀ ସମୟରେ ପୁଲିସ ସେହି ସେନା ଗାଡ଼ିକୁ ସ୍ଥାନୀୟ ଥାନାକୁ ନେଇଥିବା ବେଳେ, ଅନ୍ୟ ସେନା ଯବାନମାନେ ଥାନାରେ ପହଞ୍ଚି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଉଭୟ ପକ୍ଷର ତଦନ୍ତ ଜାରି ରହିଛି।
ଓଡ଼ିଶାର ବଲାଙ୍ଗିର ଜିଲ୍ଲା ଦେଶ ପାଇଁ ଏକ ନୂଆ ସଫଳତାର ଅଧ୍...
ବଲିଉଡ୍ର ଲୋକପ୍ରିୟ ଅଭିନେତାଅଜୟ ଦେବଗନପୁଣିଥରେ ତାଙ୍କର ଦମ...
ଚଳିତ ବିଶ୍ୱକପ୍ର ଗ୍ରୁପ୍-ଡିରେ ଏକ ବଡ଼ ଅଘଟଣ ଘଟିଛି। ପୂର୍...
ଚଳିତ ଫୁଟବଲ୍ ବିଶ୍ୱକପ୍ରେ ଶୁକ୍ରବାର ଖେଳାଯାଇଥିବା ଗ୍ରୁପ୍...
ଭାରତୀୟ କ୍ରିକେଟ ଦଳର ଯୁବ ଦ୍ରୁତ ବୋଲର ଆକାଶ ଦୀପ ନିଜ ଜୀବ...
କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ପଦାପଦର...
ଲୋକପ୍ରିୟ କ୍ରାଇମ୍-ଡ୍ରାମା ୱେବ୍ ସିରିଜ୍ ‘ମିର୍ଜାପ...
ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଭାରତୀୟ ଯୁବ...
ରାଜ୍ୟ ସରକାରୀ କାର୍ଯ୍ୟକ୍ରମ ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ଯା...
ଚଳିତ ଫୁଟବଲ ବିଶ୍ୱକପ୍‌ର ଗ୍ରୁପ୍‌-ଏଫ୍‌ର...
ରାଷ୍ଟ୍ରପତି ଭବନରେ ଆୟୋଜିତ ପଦ୍ମ ପୁରସ୍କାର ବିତରଣ ସମାରୋହ...
ଓଡ଼ିଶାର ପଛୁଆ ଓ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଶିଳ୍ପ ବି...