ବିଶ୍ୱର ପ୍ରସିଦ୍ଧ ଟେକ୍ କମ୍ପାନୀ ଆପଲ ଆସନ୍ତା ବର୍ଷ ନିଜର ପ୍ରଥମ ଫୋଲ୍ଡ ଆଇଫୋନକୁ ବଜାରକୁ ଆଣିବା ପାଇଁ ଜୋରଦାର ପ୍ରସ୍ତୁତି କରୁଛି। ମିଳିଥିବା ସୂଚନା ଅନୁସାରେ, କମ୍ପାନୀ ୨୦୨୬ ଶେଷ ସୁଦ୍ଧା ପ୍ରାୟ ୧ କୋଟି (୧୦ ମିଲିୟନ୍) ଫୋଲ୍ଡ ଆଇଫୋନ ବିକ୍ରି କରିବାର ଲକ୍ଷ୍ୟ ରଖିଛି।
ରିପୋର୍ଟ ଅନୁଯାୟୀ, ପୂର୍ବରୁ ଆପଲ ୭ରୁ ୮ ମିଲିୟନ୍ ଫୋଲ୍ଡ ଆଇଫୋନ ଉତ୍ପାଦନ କରିବାକୁ ଯୋଜନା କରିଥିଲା। କିନ୍ତୁ ବଜାରରେ ସମ୍ଭାବ୍ୟ ଚାହିଦା ବଢ଼ିବାର ଆକଳନ ପରେ କମ୍ପାନୀ ଏହି ଲକ୍ଷ୍ୟକୁ ବଢ଼ାଇ ୧୦ ମିଲିୟନ୍ କରିଛି। ଏଥିପାଇଁ କମ୍ପାନୀ ନିଜର ସପ୍ଲାୟର ଓ ଉତ୍ପାଦନ ସହଯୋଗୀମାନଙ୍କୁ ଉତ୍ପାଦନ କ୍ଷମତା ବଢ଼ାଇବାକୁ କହିଥିବା ସୂଚନା ମିଳିଛି।
କେବଳ ଫୋଲ୍ଡ ଆଇଫୋନ ନୁହେଁ, ଆପଲ ନୂଆ ପିଢ଼ିରଆଇଫୋନ ୧୮ ପ୍ରୋ,ଆଇଫୋନ ୧୮ ପ୍ରୋ ମ୍ୟାକ୍ସସହ ଅନ୍ୟାନ୍ୟ ମଡେଲର ମଧ୍ୟ ବ୍ୟାପକ ଉତ୍ପାଦନ କରିବାକୁ ଯୋଜନା କରିଛି। ରିପୋର୍ଟ ଅନୁସାରେ, ୨୦୨୬ରେ କମ୍ପାନୀର ମୋଟ ଆଇଫୋନ ଉତ୍ପାଦନ ୨୨ କୋଟିରୁ ଅଧିକ ହୋଇପାରେ।
ଫୋଲ୍ଡ ଆଇଫୋନର ମୂଲ୍ୟ ସାଧାରଣ ଆଇଫୋନ ତୁଳନାରେ ଅଧିକ ହେବାର ସମ୍ଭାବନା ରହିଛି। ଏହା ପ୍ରିମିୟମ୍ ସେଗମେଣ୍ଟର ଗ୍ରାହକଙ୍କୁ ଲକ୍ଷ୍ୟ କରି ବଜାରକୁ ଆସିପାରେ। ବଡ଼ ଫୋଲ୍ଡେବଲ୍ ଡିସ୍ପ୍ଲେ, ନୂଆ ଡିଜାଇନ୍ ଓ ଅତ୍ୟାଧୁନିକ ଫିଚର୍ ଏହାର ପ୍ରମୁଖ ଆକର୍ଷଣ ହେବ ବୋଲି ଆଶା କରାଯାଉଛି।
ମୋବାଇଲ ବଜାର ବିଶେଷଜ୍ଞଙ୍କ ମତରେ, ଆପଲର ଫୋଲ୍ଡ ଆଇଫୋନ ଲଞ୍ଚ ହେଲେ ସ୍ମାର୍ଟଫୋନ ବଜାରରେ ପ୍ରତିଯୋଗିତା ଆହୁରି ବଢ଼ିବ। ବର୍ତ୍ତମାନ ଏହି କ୍ଷେତ୍ରରେ ସାମସଙ୍ଗ ଓ ଅନ୍ୟ କିଛି ବ୍ରାଣ୍ଡ ଆଗରେ ଥିବାବେଳେ ଆପଲର ପ୍ରବେଶ ଫୋଲ୍ଡେବଲ୍ ସ୍ମାର୍ଟଫୋନ ବଜାରକୁ ନୂଆ ଗତି ଦେଇପାରେ।
ତିରୁଚିରାପଲ୍ଲୀ: ତାମିଲନାଡୁରେ ପ୍ରକୃତିର ତାଣ୍ଡବ। ରାଜ୍ୟର...
ଦୀପାବଳି ସଫାସୁତୁରା କେବଳ ଘରେ ନୁହେଁ, ଆର୍ଥିକ ଜୀବନରେ ବି...
ଶୁକ୍ରବାର, ନଭେମ୍ବର ୬ ତାରିଖରେ ଭାରତୀୟ ସେୟାର ବଜାରରେ କେ...
ନୂଆଦିଲ୍ଲୀ: ଦୀପାବଳିର ଖୁସି ମାହୋଲ୍‌ରେ ଏକ ସ୍ୱତନ୍ତ...
ଦୀପାବଳି ଅବସରରେ ନିଜ ଜନ୍ମମାଟି କେନ୍ଦୁଝରକୁ ବଡ଼ ଉପହାର ଦ...
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଓ ଏହା ପରବର...
କଟକ: ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କ ଅ...
ବାସୁଦେବପୁର, ୬/୧୧: ଧନତେରସକୁ ନେଇ ସାରା ଦେଶରେ ଉତ୍ସବର ମ...