BRICS ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଗସ୍ତରେ ଥିବା ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ରବିବାର ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏକ ବ୍ରେକଫାଷ୍ଟ ମିଟିଂରେ ଦୁଇ ନେତାଙ୍କ ମଧ୍ୟରେ ସୌଜନ୍ୟମୂଳକ ଆଲୋଚନା ହୋଇଥିଲା। ଏହି ସମୟରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଉପସ୍ଥିତ ଥିଲେ।
ବୈଠକରେ ଭାରତ ଓ ମାଲେସିଆ ମଧ୍ୟରେ ଥିବା ସାଂସ୍କୃତିକ ଓ କୂଟନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି।
ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତର ଗୋଟିଏ ଦିନ ପୂର୍ବରୁ ଅନୱାର ଇବ୍ରାହିମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ କରିଥିଲେ।
ମୋଦୀ-ଅନୱାର ଆଲୋଚନାରେ ସେମିକଣ୍ଡକ୍ଟର ଶିଳ୍ପ, ସ୍ୱଚ୍ଛ ଶକ୍ତି, ଭିତ୍ତିଭୂମି ବିକାଶ ଓ ପ୍ରତିରକ୍ଷା ସହଯୋଗ ଭଳି କ୍ଷେତ୍ରରେ ସହଭାଗିତା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଥିବା ଜଣାପଡ଼ିଛି।
ଏଥିସହ ମାଲେସିଆର ରପ୍ତାନି ସାମଗ୍ରୀ ପାଇଁ ଭାରତୀୟ ବଜାରକୁ ଅଧିକ ସୁଗମ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।
ମାଲେସିଆ BRICSର ଏକ ପାର୍ଟନର ଦେଶ ହୋଇଥିବା ବେଳେ ASEAN ମଞ୍ଚରେ ମଧ୍ୟ ଭାରତର ଜଣେ ପ୍ରମୁଖ ସହଯୋଗୀ ଭାବେ ରହିଛି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ ଓ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ବଢ଼ାଇବାର ସମ୍ଭାବନା ରହିଛି।
ବିଦେଶ ମନ୍ତ୍ରଣାଳୟ ଅନୁସାରେ, ଦୁଇ ଦେଶ ମଧ୍ୟରେ ଔଦ୍ୟୋଗିକ ସହଯୋଗ, ଯୋଗାଣ ଶୃଙ୍ଖଳାର ଏକୀକରଣ, ପ୍ରତିଭା ବିକାଶ ଓ ଦ୍ୱିପାକ୍ଷିକ ନିବେଶ ଭଳି କ୍ଷେତ୍ରରେ ଆହୁରି ସୁଯୋଗ ରହିଛି।
ଏହାସହ ଫେବୃଆରୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଲେସିଆ ଗସ୍ତ ସମୟରେ ହୋଇଥିବା ବୁଝାମଣାର କାର୍ଯ୍ୟକାରିତା ଏବଂ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ସମୀକ୍ଷା କରାଯାଇଥିବା ସୂଚନା ରହିଛି।
ଦେଶର ଅଗ୍ରଣୀ ପରିଚାଳନା ଶିକ୍ଷାନୁଷ୍ଠାନ ଇଣ୍ଡିଆନ୍‌...
ବିଦେଶୀ ନିବେଶକଙ୍କ ପାଇଁ LTCG ଟ୍ୟାକ୍ସ ହଟାଇବାକୁ ପ୍ରସ୍ତ...
ନଭେମ୍ବର ମାସରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ରହିଛି ଅନେ...
ହାମିଲଟନ୍: ନ୍ୟୁଜିଲାଣ୍ଡ ମାଟିରେ T20I ସିରିଜ୍ ଜିତିବା ପର...
ସେୟାର ବଜାରରେ ଦୀର୍ଘମିଆଦୀ ନିବେଶକଙ୍କ ଉପରେ ଲାଗୁ ହେଉଥିବ...
UGC NET ଆବେଦନ ସଂଶୋଧନ ପାଇଁ ଖୋଲିଲା ୱିଣ୍ଡୋ UGC NET...
ନୂଆଦିଲ୍ଲୀ: ଯୁବ କ୍ରିକେଟ୍ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍...
ଭାରତୀୟ କୁସ୍ତି ଜଗତରେ ଐତିହାସିକ ସଫଳତା ହାସଲ କରିଥିବା ମନ...