ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ଥିବା ଏକ ସି-ଫୁଡ୍ ପ୍ରୋସେସିଂ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ହେବାରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଅଘଟଣାରେ ମୋଟ ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୦ରୁ ଅଧିକ ଶ୍ରମିକ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥଙ୍କ ମଧ୍ୟରୁ ୨୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।
ସବୁଠାରୁ ଦୁଃଖଦ ବିଷୟ ହେଉଛି, ମୃତକଙ୍କ ମଧ୍ୟରେ ଓଡ଼ିଶାର ଦୁଇ ଜଣ ମହିଳା ଶ୍ରମିକ ମଧ୍ୟ ଅଛନ୍ତି। ସେମାନେ ହେଲେ ୧୯ ବର୍ଷୀୟା ଜୁମଣି ଜୁଆଙ୍ଗ ଓ ମାଳତୀ। ତିରୁଭଲ୍ଲୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଘଟଣା ପରେ ତାମିଲନାଡୁ ସରକାର ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି। ଆହତମାନଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।
ଏହି ଦୁର୍ଘଟଣାକୁ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ Mohan Charan Majhi ଗଭୀର ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ସେ କହିଛନ୍ତି ଯେ, ତିରୁଭଲ୍ଲୁରରେ ଘଟିଥିବା ଏହି ଆମୋନିଆ ଗ୍ୟାସ୍ ଲିକ୍ ଘଟଣା ବିଷୟରେ ଜାଣି ସେ ମର୍ମାହତ। ମୃତ ଶ୍ରମିକମାନଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତ ଓଡ଼ିଆ ଶ୍ରମିକମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସହାୟତା ଯୋଗାଇବା ପାଇଁ ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛି। ଏହା ସହ ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ତିରୁଭଲ୍ଲୁର ପଠାଯାଇଛି, ଯେଉଁମାନେ ସେଠାରେ ଓଡ଼ିଆ ଶ୍ରମିକ ଓ ସେମାନଙ୍କ ପରିବାରକୁ ଆବଶ୍ୟକ ସହଯୋଗ ପ୍ରଦାନ କରିବେ।
ଅନ୍ୟପଟେ, ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରି ଆହତ ଓଡ଼ିଆ ଶ୍ରମିକମାନଙ୍କ ଚିକିତ୍ସା ଓ ଅନ୍ୟାନ୍ୟ ସହାୟତା ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି।
ଘଟଣାର କାରଣ ଓ ଗ୍ୟାସ୍ ଲିକ୍ କିପରି ହେଲା, ସେନେଇ ତଦନ୍ତ ଜାରି ରହିଛି।
୨୦ ମିନିଟ୍ରେ ହୋଇଥିଲା ବଡ଼ ଧରଣର ଚୋରି ଅକ୍ଟୋବର ୨୯, ୨...
Binanceରୁ ଚୋରି ହେଲା ୬ ବିଲିୟନ୍ ଡଲାରରୁ ଅଧିକ କ୍ରିପ୍ଟୋ...
ଅକ୍ଟୋବରରେ GST ସଂଗ୍ରହ ₹୨.୩୧ ଲକ୍ଷ କୋଟି ନୂଆଦିଲ୍ଲୀ:...
ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS), ଦିଲ୍ଲୀ କ...
୫୦ ବର୍ଷ ପରେ ମହିଳାଙ୍କ ହାଡ଼ ଭାଙ୍ଗିବାର ବିପଦ ଅଧିକ ବ...
ଯକ୍ଷ୍ମା ଚିକିତ୍ସାରେ ବଡ଼ ପଦକ୍ଷେପ, BPaL ଔଷଧର ପେଟେଣ୍ଟ...
ନୂଆଦିଲ୍ଲୀ: IDBI ବ୍ୟାଙ୍କର ଅଧିକାଂଶ ଅଂଶଧନ ବିକ୍ରିକୁ ନେ...
ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକା ପ୍ରକାରର ହେଲ୍ଥ ପ୍ୟାକେଜ...