ଚଳିତ ବର୍ଷର ପବିତ୍ର ଅମରନାଥ ଯାତ୍ରାରେ ଭକ୍ତଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ପରିଲକ୍ଷିତ ହୋଇଛି। ମଙ୍ଗଳବାର ସକାଳେ ଜମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରୁ ୩୧ ଜଣ ବିଦେଶୀ ନାଗରିକଙ୍କ ସମେତ ମୋଟ ୮,୮୧୫ ଜଣ ଶ୍ରଦ୍ଧାଳୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବାବା ବରଫାନୀଙ୍କ ପବିତ୍ର ଗୁମ୍ଫା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏହା ଚଳିତ ବର୍ଷର ସବୁଠାରୁ ବଡ଼ ଯାତ୍ରୀ ଦଳ ବୋଲି ପ୍ରଶାସନ ସୂଚନା ଦେଇଛି।
ଗତ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ପବିତ୍ର ଯାତ୍ରାର ପ୍ରଥମ ଚାରି ଦିନ ମଧ୍ୟରେ ୩,୮୮୦ ମିଟର ଉଚ୍ଚତାରେ ଅବସ୍ଥିତ ପବିତ୍ର ଗୁମ୍ଫାରେ ୯୩ ହଜାରରୁ ଅଧିକ ଶ୍ରଦ୍ଧାଳୁ ବାବା ବରଫାନୀଙ୍କ ଦର୍ଶନ କରିସାରିଛନ୍ତି। ମଙ୍ଗଳବାର ସୁଦ୍ଧା ଏହି ସଂଖ୍ୟା ପ୍ରାୟ ଏକ ଲକ୍ଷରେ ପହଞ୍ଚିବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ବୃହତ୍ ଯାତ୍ରୀ ଦଳରେ ୫,୮୩୧ ଜଣ ପୁରୁଷ, ୨,୧୯୩ ଜଣ ମହିଳା, ୩୧ ଜଣ ଶିଶୁ, ୫୯୮ ଜଣ ସାଧୁ, ୧୩୧ ଜଣ ସାଧ୍ୱୀ ଏବଂ ୩୧ ଜଣ ବିଦେଶୀ ନାଗରିକ ସାମିଲ ଅଛନ୍ତି। ଏହି ସମସ୍ତ ଶ୍ରଦ୍ଧାଳୁ ୩୬୩ଟି ଗାଡ଼ିର ଏକ ସ୍ୱତନ୍ତ୍ର କନଭୟରେ ଯାତ୍ରା କରୁଛନ୍ତି।
ଏଥିମଧ୍ୟରୁ ୧୮୧ଟି ଗାଡ଼ିରେ ୩,୯୮୯ ଜଣ ଶ୍ରଦ୍ଧାଳୁ ବାଲଟାଲ୍ ବେସ୍ କ୍ୟାମ୍ପ ଅଭିମୁଖେ ଯାଇଥିବା ବେଳେ, ୧୮୨ଟି ଗାଡ଼ିରେ ୪,୮୨୬ ଜଣ ଭକ୍ତ ପାରମ୍ପରିକ ପହଲଗାମ ମାର୍ଗ ଦେଇ ଯାତ୍ରା କରିଛନ୍ତି।
ଯାତ୍ରା ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ଜମ୍ମୁ ବେସ୍ କ୍ୟାମ୍ପରୁ ମୋଟ ୩୪,୮୨୯ ଜଣ ଶ୍ରଦ୍ଧାଳୁ ଅମରନାଥ ଯାତ୍ରାରେ ବାହାରି ସାରିଛନ୍ତି। ଏହାପୂର୍ବରୁ ଗତ ରବିବାର ୬,୭୨୧ ଜଣ ଯାତ୍ରୀ ଯାଇଥିବା ବେଳେ ମଙ୍ଗଳବାରର ଦଳ ସେହି ରେକର୍ଡକୁ ଅତିକ୍ରମ କରିଛି।
ଭକ୍ତଙ୍କ ବଢ଼ୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀର ପ୍ରଶାସନ ଅଣ-ପଞ୍ଜୀକୃତ ଶ୍ରଦ୍ଧାଳୁଙ୍କୁ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଯାତ୍ରା ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛି। ସମସ୍ତ ପଞ୍ଜୀକରଣ ସ୍ଲଟ୍ ପୂର୍ବରୁ ପୂରଣ ହୋଇଯାଇଥିବାରୁ କେବଳ ବୈଧ ପଞ୍ଜୀକରଣ ଥିବା ଭକ୍ତମାନଙ୍କୁ ହିଁ କାଶ୍ମୀର ସୀମା ଭିତରକୁ ପ୍ରବେଶ ଅନୁମତି ମିଳୁଛି।
ଓମାନରେ ଆୟୋଜିତ ହେବାକୁ ଥିବା ବାଳିକା ୫ଏସ୍ ହକି ଏସୀୟ ପ୍ର...
ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଏକ ସରକାରୀ ସ...
ଜିମ୍ବାୱେ ଗସ୍ତ ପାଇଁ ଘୋଷିତ ଭାରତୀୟ ଟି-୨୦ ଦଳରେ ୱିକେଟକି...
ଗଜପତି ଜିଲ୍ଲାରେ ବୋରୱେଲ୍ ଖୋଳିଦେବା ନାଁରେ ୩୦୦ରୁ ଅଧିକ ଆ...
ପ୍ରାୟ ଦୁଇ ଦଶନ୍ଧି ଧରି ଗାଜା ଷ୍ଟ୍ରିପର ବେସାମରିକ ପ୍ରଶାସ...
ଟି-୨୦ ବିଶ୍ୱକପ୍ ବିଜୟ ପରେ ବିଶ୍ୱର ନମ୍ବର-୧ ଟି-୨୦ ଦଳ ଭା...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ...
ଜିଆରପି କନଷ୍ଟେବଳସୌମ୍ୟରଞ୍ଜନ ହତ୍ୟା ମାମଲାଏବଂ ଏହା ପରବର୍...
ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧ...
ପୁଣେର ବହୁଚର୍ଚ୍ଚିତ ଲୋହଗଡ଼ ଦୁର୍ଗ ହତ୍ୟାକାଣ୍ଡ ମାମଲାରେ...
ସିରିଆର ରାଜଧାନୀ ଦାମାସକସ୍ରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁ...
ଚୀନ୍ର ହୁବେଇ ପ୍ରଦେଶରେ ସୋମବାର ସନ୍ଧ୍ୟାରେ ହୋଇଥିବା ଭୟଙ୍...