ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଭାରୋତ୍ତୋଳକ ଭାଲୁରି ଅଜୟ ବାବୁ ଉଲ୍ଲେଖନୀୟ ପ୍ରଦର୍ଶନ କରି ପୁରୁଷ ୭୯ କେଜି ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି। ସ୍ୱର୍ଣ୍ଣ ପଦକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ମଧ୍ୟ ସେ ନୂଆ ଗେମ୍ସ ରେକର୍ଡ ସୃଷ୍ଟି କରି ଭାରତ ପାଇଁ ଗୌରବ ଆଣିଛନ୍ତି।
୨୧ ବର୍ଷୀୟ ଅଜୟ ସ୍ନାଚ୍ରେ ୧୪୯ କେଜି ଉଠାଇ ନୂଆ ଗେମ୍ସ ରେକର୍ଡ କରିଥିଲେ। ପରେ କ୍ଲିନ୍ ଆଣ୍ଡ୍ ଜର୍କରେ ୧୮୧ କେଜି ଉଠାଇ ସେ ମୋଟ ୩୩୦ କେଜି ଭାର ଉଠାଇ ରୌପ୍ୟ ପଦକ ନିଜ ନାମରେ କରିଥିଲେ।
ମାଲେସିଆର ଇରି ହିଦାୟାତ ମହମ୍ମଦ ସ୍ନାଚ୍ରେ ୧୪୭ କେଜି ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୧୮୪ କେଜି ଉଠାଇ ମୋଟ ୩୩୧ କେଜି ସହ ସ୍ୱର୍ଣ୍ଣ ପଦକ ଜିତିବା ସହ ଗେମ୍ସ ରେକର୍ଡ ମଧ୍ୟ ସୃଷ୍ଟି କରିଥିଲେ। ଇଂଲଣ୍ଡର କ୍ରିସ୍ ମୁରେ ୩୨୫ କେଜି ସହ କାଂସ୍ୟ ପଦକ ହାସଲ କରିଥିଲେ।
ଅଜୟଙ୍କ ଏହି ସଫଳତା ତାଙ୍କ ପରିବାର ପାଇଁ ମଧ୍ୟ ଗର୍ବର ବିଷୟ। ତାଙ୍କ ବାପା ଶ୍ରୀନିବାସ ରାଓ ୨୦୧୦ ନୂଆଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୫୬ କେଜି ବର୍ଗରେ କାଂସ୍ୟ ପଦକ ଜିତିଥିଲେ। ବର୍ତ୍ତମାନ ପୁଅ ରୌପ୍ୟ ପଦକ ଜିତି ସେହି ଗୌରବମୟ ପରମ୍ପରାକୁ ଆଗକୁ ବଢ଼ାଇଛନ୍ତି।
ଅଜୟଙ୍କ ଏହି ପ୍ରଦର୍ଶନ ଭାରତୀୟ ଭାରୋତ୍ତୋଳନ ପାଇଁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି। ଯୁବ ଖେଳାଳି ଭାବେ ସେ ଆଗାମୀ ଦିନରେ ଆହୁରି ବଡ଼ ମଞ୍ଚରେ ଭାରତ ପାଇଁ ପଦକ ଜିତିବେ ବୋଲି କ୍ରୀଡ଼ାପ୍ରେମୀମାନେ ଆଶା ପ୍ରକାଶ କରୁଛନ୍ତି।
ଭୁବନେଶ୍ୱର: ଆର୍ଥିକ ଠକେଇ ମାମଲାରେ ED ଚଢ଼ାଉ ଚାଲିଥିବା ବ...
ରାଜଧାନୀରେ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଗମ୍ଭୀର...
ୱାଶିଂଟନ୍: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଡେମୋକ୍...
ୟୁରୋପ: ୟୁରୋପରେ ବିମାନ ଯାତ୍ରାକୁ ନେଇ ଦେଖାଦେଇଛି ଆତଙ୍କ।...
ୱାଶିଂଟନ୍: ଆମେରିକାର ରାଜନୀତିରେ ବଡ଼ ପରିବର୍ତ୍ତନ। ୨୦୨୬...
ଛତ୍ରପୁର: ପାର୍ବଣ ଋତୁ ପୂର୍ବରୁ ବେଆଇନ ବାଣ କାରବାର ଉପରେ...
କାଠଯୋଡ଼ି ନଦୀପଠାରେ ଅଭିଯୁକ୍ତଙ୍କୁ ନେଇ ତଦନ୍ତ ...
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଓ ଉତ୍ତେଜନା ମଧ୍ୟରେ...