ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ସହକାରୀ କୋଚ୍ଅଭିଷେକ ନାୟରବ୍ୟାଟିଂ ସୁପରଷ୍ଟାରବିରାଟ କୋହଲିଙ୍କୁ ନେଇ ଏକ ଚର୍ଚ୍ଚିତ ଖୁଲାସା କରିଛନ୍ତି। ନାୟରଙ୍କ କହିବା ଅନୁସାରେ, କୋହଲିଙ୍କ ସବୁଠାରୁ ବଡ଼ ଶକ୍ତି ହେଉଛି ନିଜ ପଦ୍ଧତି ଉପରେ ତାଙ୍କର ଅଟୁଟ ବିଶ୍ୱାସ, ଯାହା କେବେ ବି ଖରାପ ଫର୍ମ କିମ୍ବା ବିଫଳତା ଯୋଗୁଁ ଦୁର୍ବଳ ହୁଏ ନାହିଁ।
ନିକଟରେ ଏକ ସାକ୍ଷାତକାରରେ ନାୟର କହିଛନ୍ତି ଯେ, ଅଷ୍ଟ୍ରେଲିଆ ଗସ୍ତ ସମୟରେ ଏକଦିନିକିଆ ସିରିଜରେ କୋହଲି ଲଗାତାର ଦୁଇଟି ଶୂନ୍ୟରେ ଆଉଟ୍ ହେବା ପରେ ସେ ତାଙ୍କ ସହ ଯୋଗାଯୋଗ କରିଥିଲେ। ନୂଆକରି ଭାରତୀୟ ଟିମ୍ରୁ ବାହାରିଥିବା ନାୟର ଜାଣିବାକୁ ଚାହୁଁଥିଲେ ଯେ କୋହଲିଙ୍କୁ କୌଣସି ସହାୟତା କିମ୍ବା ପରାମର୍ଶର ଆବଶ୍ୟକତା ଅଛି କି ନାହିଁ।
କିନ୍ତୁ କୋହଲି ସମ୍ପୂର୍ଣ୍ଣ ଶାନ୍ତ ଓ ଆତ୍ମବିଶ୍ୱାସୀ ଥିଲେ। ସେ ନାୟରଙ୍କୁ କହିଥିଲେ ଯେ ଖରାପ ସମୟ କ୍ରିକେଟ୍ର ଏକ ସ୍ୱାଭାବିକ ଅଂଶ ଏବଂ ଏହାକୁ ନେଇ ସେ ଆଦୌ ବିଚଳିତ ନୁହଁନ୍ତି।
ଅଭିଷେକ ନାୟର କହିଛନ୍ତି, ସେ କୋହଲିଙ୍କ ବ୍ୟାଟିଂ ସମ୍ପର୍କରେ ଏକ ବୈଷୟିକ ପର୍ଯ୍ୟବେକ୍ଷଣ କହିବାକୁ ଚାହୁଁଥିଲେ। ସେ ପଚାରିଥିଲେ, "ମୋର ଗୋଟିଏ ପର୍ଯ୍ୟବେକ୍ଷଣ ଅଛି, ଶୁଣିବାକୁ ଚାହିଁବ କି?" ଏହାର ଉତ୍ତରରେ କୋହଲି ହସି କହିଥିଲେ,"ନା... ମୁଁ ନିଜ ଉପାୟରେ କରିବି।"
ନାୟରଙ୍କ କହିବା ଅନୁଯାୟୀ, ପରବର୍ତ୍ତୀ ମ୍ୟାଚ୍ ପରେ କୋହଲିଙ୍କ ଉତ୍ତର ଥିଲା—"ମୁଁ ନିଜ ଉପାୟରେ କରିଦେଲି।"ଏହି ଘଟଣା କୋହଲିଙ୍କ ଦୃଢ଼ ମାନସିକତା ଓ ଆତ୍ମବିଶ୍ୱାସର ପ୍ରମାଣ ବୋଲି ନାୟର କହିଛନ୍ତି।
ତାଙ୍କ ମତରେ, ବିଶ୍ୱର ଶ୍ରେଷ୍ଠ ଖେଳାଳିମାନେ କଠିନ ସମୟରେ ମଧ୍ୟ ନିଜ ପ୍ରକ୍ରିୟା ଉପରେ ବିଶ୍ୱାସ ରଖନ୍ତି ଏବଂ ସେହି ବିଶ୍ୱାସ ହିଁ ସେମାନଙ୍କୁ ସଫଳତାର ଶିଖରରେ ପହଞ୍ଚାଇଥାଏ।
ଅଭିଷେକ ନାୟର ଆହୁରି କହିଛନ୍ତି ଯେ, ଏଭଳି ଅନୁଭୂତି ତାଙ୍କ ମନରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରତି ସମ୍ମାନକୁ ଆହୁରି ବଢ଼ାଇଛି। କାରଣ, ଏହି ଦୁଇ ଚାମ୍ପିଅନ୍ ଚାପ ଓ ବିପରୀତ ପରିସ୍ଥିତିରେ ମଧ୍ୟ ନିଜକୁ ପ୍ରମାଣ କରିବାର କ୍ଷମତା ରଖନ୍ତି।
ରାଜଧାନୀରେ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଗମ୍ଭୀର...
ଭୁବନେଶ୍ୱର: ଆର୍ଥିକ ଠକେଇ ମାମଲାରେ ED ଚଢ଼ାଉ ଚାଲିଥିବା ବ...
ଆମେରିକାର ରାଜନୀତିରେ ମଧ୍ୟାବଧି ନିର୍ବାଚନ ପରେ ବଡ଼ ଧରଣର...
ମଧ୍ୟପ୍ରାଚ୍ୟରେ ବଦଳୁଛି ରାଜନୈତିକ ଓ ସାମରିକ ସମୀକରଣ। ସାଉ...
ଆମେରିକାର ରାଜନୀତିରେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ମଧ୍ୟବର୍ତ...
କାଠଯୋଡ଼ି ନଦୀପଠାରେ ଅଭିଯୁକ୍ତଙ୍କୁ ନେଇ ତଦନ୍ତ ...
ଆନ୍ଧ୍ରରେ NDAର ଦମ୍‌ଦାର ପ୍ରଦର୍ଶନ ଆନ୍ଧ୍ରପ୍ରଦେ...
କେନ୍ଦ୍ରାପଡ଼ା: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘା...