ଆଧାର କାର୍ଡରେ ନାଁ ଭୁଲ ଥିଲେ କିମ୍ବା ନାଁ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ଏଣିକି ପ୍ରକ୍ରିୟା ଅଧିକ ସ୍ପଷ୍ଟ ହୋଇଛି। Unique Identification Authority of India (UIDAI) ୧୮ ସେପ୍ଟେମ୍ବର ୨୦୨୬ରେ ନାଁ ଅପଡେଟ୍ ପାଇଁ ସଂଶୋଧିତ Standard Operating Procedure (SOP) ଜାରି କରିଛି। ଏହା ୨୦୨୧ର ପୂର୍ବ ପ୍ରକ୍ରିୟାକୁ ବଦଳାଇଛି।
ନୂଆ ବ୍ୟବସ୍ଥାରେ ନାଁ ପରିବର୍ତ୍ତନକୁ minor correction, data-entry error, marriage/divorce-related change ଏବଂ major name change ଭଳି ବର୍ଗରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ବର୍ଗ ପାଇଁ ଆବଶ୍ୟକ ଦଲିଲ ମଧ୍ୟ ଅଲଗା ରହିଛି।
ଯଦି କେବଳ spelling correction, middle name କିମ୍ବା surname ଯୋଡ଼ିବା/ହଟାଇବା, ନାଁର କ୍ରମ ବଦଳାଇବା ଭଳି ସାମାନ୍ୟ ପରିବର୍ତ୍ତନ ରହିଛି, ତେବେ ଆବଶ୍ୟକ Proof of Identity (PoI) ଦେବାକୁ ପଡ଼ିବ।
ଆଧାର ତିଆରି ସମୟରେ operatorଙ୍କ ଦ୍ୱାରା ନାଁ ଭୁଲ ଭାବେ enter ହୋଇଥିଲେ ବୟସ୍କଙ୍କ ପାଇଁ Annexure B affidavit ସହିତ ଆବଶ୍ୟକ ପରିଚୟ ପ୍ରମାଣ ଦରକାର ହୋଇପାରେ। ଶିଶୁଙ୍କ କ୍ଷେତ୍ରରେ ଅଲଗା affidavit ବ୍ୟବସ୍ଥା ରହିଛି।
ବିବାହ ପରେ surname କିମ୍ବା ନାଁ ବଦଳାଇବା ପାଇଁ ଆବଶ୍ୟକ Proof of Identity ସହ Annexure D affidavit କିମ୍ବା ପ୍ରଯୁଜ୍ୟ ବିବାହ ସମ୍ବନ୍ଧୀୟ ଦଲିଲ ଦରକାର ହୋଇପାରେ। ଛାଡ଼ପତ୍ର ପରେ ମଧ୍ୟ ସମ୍ପର୍କିତ ଦଲିଲ ଦେବାକୁ ପଡ଼ିବ।
ପ୍ରଥମ ନାଁ କିମ୍ବା ସମ୍ପୂର୍ଣ୍ଣ ନାଁ ବଦଳାଇବା ଭଳି ବଡ଼ ପରିବର୍ତ୍ତନ ପାଇଁ Gazette Notification ସହ ଆଧାରରେ ପୂର୍ବରୁ ଥିବା ନାଁ ଦର୍ଶାଉଥିବା ପୁରୁଣା ପରିଚୟ ପ୍ରମାଣ ଆବଶ୍ୟକ। UIDAIର ଅଧିକୃତ ସୂଚନା ଅନୁସାରେ Gazetteର ଠିକଣା ଆଧାରର ଠିକଣା ସହ ମେଳ ହେବା ଦରକାର।
ନୂଆ ନିୟମରେ UIDAI ଦଲିଲ, affidavit ଏବଂ Gazette notificationର କଠୋର verification କରିବ। ଏହାର ଉଦ୍ଦେଶ୍ୟ ହେଉଛି ଭୁଲ ତଥ୍ୟ, ନକଲି ଦଲିଲ ଓ identity fraudକୁ ରୋକିବା।
ମାଛକୁଣ୍ଡ ପୋଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଛତିଶଗଡ଼...
ଆଖି ଦେଖି ଜଣାପଡ଼ିପାରେ ହୃଦୟର ସ୍ୱାସ୍ଥ୍ୟ! Retina Scanର...
ରୁଷିଆରେ ‘ପ୍ଲେଗ୍’ ଆତଙ୍କ, ଟ୍ରମ୍ପଙ୍କ ସହାୟ...
ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କୁ ନେଇ ରାଜନୈତିକ ବିବାଦ ଆ...
ଭୁବନେଶ୍ୱର: ବାଲିପାଟଣା ବଜାରରେ ଘଟିଥିବା ଅକ୍ଷୟ କୁମାର ମା...
ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ SIR ପ୍ରକ୍ରିୟା ଏବଂ ଭୋଟ...
IVF ବିଫଳ ହେଲେ ଭୟଭୀତ ହେବା ଆବଶ୍ୟକ କି? IVF ବାIn Vi...
ଯାଜପୁର ଜିଲ୍ଲାରେ ବେଆଇନ ଦେଶୀ ମଦ ତିଆରି ଓ ବିକ୍ରି ବିରୋଧ...