ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ନଗର ପଞ୍ଚାୟତର ନୂଆ କାଳିଆକଣ ଗାଁରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ଗାଁର ପ୍ରାୟ ୫୦୦ ଲୋକ ଦୀର୍ଘ ୧୦ ବର୍ଷ ଧରି ଏକ ପୁରୁଣା ଖୋଲା କୂଅ ଉପରେ ପାନୀୟ ଜଳ ପାଇଁ ନିର୍ଭର କରୁଛନ୍ତି।
ଗାଁକୁ ଏପର୍ଯ୍ୟନ୍ତ ପାଇପ୍ ଯୋଗେ ପାନୀୟ ଜଳ ପହଞ୍ଚି ନଥିବା ବେଳେ ଭୂତଳ ଜଳ ମଧ୍ୟ ପିଇବା ଯୋଗ୍ୟ ନଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାମବାସୀ ବାଧ୍ୟ ହୋଇ କୂଅର ପାଣିକୁ ଛାଣିବା ଓ ଫୁଟାଇବା ପରେ ବ୍ୟବହାର କରୁଛନ୍ତି।
ପ୍ରତିଦିନ କୂଅ ନିକଟରେ ଲମ୍ବା ଧାଡ଼ି ଲାଗୁଛି। ଗ୍ରାମବାସୀ ଡ୍ରମ୍, ବାଲ୍ତି ଓ ବିଭିନ୍ନ ପାତ୍ର ଧରି ଘଣ୍ଟା ଘଣ୍ଟା ଅପେକ୍ଷା କରି ପାଣି ସଂଗ୍ରହ କରୁଛନ୍ତି। ତେବେ କୂଅ ପାଣି ମଇଳା ହେବା ସହ ଏଥିରେ ଶିଉଳି ରହୁଥିବା ଲୋକେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ ୧୦ ବର୍ଷ ହେଲା ସେମାନେ ଏହି ଗୋଟିଏ କୂଅ ଉପରେ ନିର୍ଭର କରୁଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସ୍ଥାୟୀ ସମାଧାନ ହୋଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି।
ଗାଁର ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟ ଏହି କୂଅ ପାଣିରେ ପିଲାମାନଙ୍କ ପାଇଁ ରୋଷେଇ କରାଯାଉଥିବା ଅଭିଯୋଗ ହୋଇଛି। ଦୂଷିତ ପାଣି ବ୍ୟବହାର ଯୋଗୁଁ ବିଭିନ୍ନ ସମୟରେ ସଂକ୍ରମଣ ଓ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି।
ସମସ୍ୟାର ସମାଧାନ ପାଇଁ ଗ୍ରାମରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ କରାଯିବ ବୋଲି ଗ୍ରାମୀଣ ଜଳଯୋଗାଣ ଓ ପରିମଳ (RWSS) ବିଭାଗ କହିଛି। ବିଭାଗର ସହକାରୀ ଯନ୍ତ୍ରୀ ସାଗର ପରିଡ଼ାଙ୍କ ଅନୁସାରେ, ଆଗାମୀ ବର୍ଷ ମଧ୍ୟରେ ଗାଁକୁ ପାନୀୟ ଜଳ ଯୋଗାଇ ଦିଆଯିବ।
ସେପର୍ଯ୍ୟନ୍ତ ଗ୍ରାମବାସୀଙ୍କୁ କୂଅ ବଦଳରେ ଗାଁର ଟ୍ୟୁବ୍ୱେଲ୍ ପାଣି ବ୍ୟବହାର କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଟ୍ୟୁବ୍ୱେଲ୍ ଠିକ୍ ଭାବେ କାମ ନକଲେ ତାହାର ମରାମତି କରାଯିବ ବୋଲି ମଧ୍ୟ ଆଶ୍ୱାସନ ଦିଆଯାଇଛି।
ନୂଆଦିଲ୍ଲୀ: E20 ପେଟ୍ରୋଲ୍‌କୁ ନେଇ ଚାଲିଥିବା ବିବାଦ...
ଓଡ଼ିଶାରେ ବର୍ଷାର ପ୍ରଭାବ ଜାରି ରହିଥିବାବେଳେ ଆସନ୍ତା ଦୁଇ...
ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ...
Title (ଓଡ଼ିଆ) ଅଗଷ୍ଟ ୧୫ ପାଇଁ ଲାଲକିଲ୍ଲାରେ ଅଭେଦ୍ୟ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଆମେରିକାର ଉପରାଷ୍...
ନୂଆଦିଲ୍ଲୀ: ଭାରତୀୟ ଖାଦ୍ୟ ସୁରକ୍ଷା ନିୟାମକ Food Safety...
ଲଘୁଚାପର ପ୍ରଭାବରେ ବାଲେଶ୍ୱର ଜିଲ୍ଲାରନୀଳଗିରି ଅଞ୍ଚଳରେ ପ...
ୱାଶିଂଟନ୍:ରୁଷିଆରୁ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ କିଣୁ...
ଓଡ଼ିଶାରେ ଆସନ୍ତା ପାଞ୍ଚ ଦିନ ଧରି ବ୍ୟାପକ ବର୍ଷା ଜାରି ରହ...
ଟୋକିଓ/ବେଜିଂ:ଜାପାନର ଦକ୍ଷିଣ ଓକିନାୱା ପ୍ରାନ୍ତରେ ଶନିବାର...