ବଲିଉଡ୍ରେ ଚର୍ଚ୍ଚାରେ ଥିବା ସୂରଜ ବଡ଼ଜାତ୍ୟାଙ୍କ ନୂଆ ଫିଲ୍ମ **‘ୟେ ପ୍ରେମ ମୋଲ୍ ଲିୟା’**ର ସୁଟିଂ ଶେଷ ହୋଇଛି। ଫିଲ୍ମରେ ଆୟୁଷ୍ମାନ୍ ଖୁରାନା ଓ ଶର୍ବରୀ ଲିଡ୍ ରୋଲ୍ରେ ନଜର ଆସିବେ।ସୁଟିଂ ଶେଷ ହେବା ପରେ ଫିଲ୍ମର ଟିମ୍ ଏହି ବିଶେଷ ମୁହୂର୍ତ୍ତକୁ ସେଲିବ୍ରେଟ୍ କରିଛି।
ଫିଲ୍ମର ଶେଷ ସିଡ୍ୟୁଲ୍ ମୁମ୍ବାଇର ପ୍ରସିଦ୍ଧବାଙ୍ଗାଙ୍ଗା ଟ୍ୟାଙ୍କରେ ହୋଇଥିଲା। ଏଠାରେ ଆୟୁଷ୍ମାନ୍ ଓ ଶର୍ବରୀଙ୍କୁ ଫିଲ୍ମର ଶେଷ ଦୃଶ୍ୟଗୁଡ଼ିକ ଶୁଟ୍ କରୁଥିବା ଦେଖାଯାଇଥିଲା। ଏହି ଦୃଶ୍ୟଗୁଡ଼ିକର ଫଟୋ ସୋସିଆଲ୍ ମିଡିଆରେ ଆସିବା ପରେ ଫ୍ୟାନ୍ମାନଙ୍କ ଉତ୍ସାହ ଆହୁରି ବଢ଼ିଛି।
ଫିଲ୍ମର ଶୁଟିଂ ଶେଷ ହେବା ନେଇ ସୂରଜ ବଡ଼ଜାତ୍ୟା ଘୋଷଣା କରିବା ପରେ ଆୟୁଷ୍ମାନ୍ ମଧ୍ୟ ଇନ୍ଷ୍ଟାଗ୍ରାମରେ କିଛି ବିଟିଏସ୍ ଫଟୋ ସେୟାର କରି ନିଜ ଖୁସି ପ୍ରକାଶ କରିଥିଲେ।
ଶୁଟିଂ ଶେଷ ଅବସରରେ ଆୟୁଷ୍ମାନ୍ ଖୁରାନା ଟିମ୍ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି। ବାଙ୍ଗାଙ୍ଗାରେ ଶୁଟିଂ ଶେଷ କରିବାକୁ ସେ ଏକ ବିଶେଷ ଓ ଶୁଭ ମୁହୂର୍ତ୍ତ ବୋଲି କହିଛନ୍ତି।
ସେ ସୂରଜ ବଡ଼ଜାତ୍ୟା, ରାଜଶ୍ରୀ ପ୍ରଡକ୍ସନ୍ସ, ମହାବୀର ଜୈନ୍ ଏବଂ ପୂରା ଟିମ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ଫିଲ୍ମକୁ ଦର୍ଶକ ଓ ସେମାନଙ୍କ ପରିବାର ସହ ସିନେମା ହଲ୍ରେ ଦେଖନ୍ତୁ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
‘ୟେ ପ୍ରେମ ମୋଲ୍ ଲିୟା’ ମାଧ୍ୟମରେ ରାଜଶ୍ରୀ ପ୍ରଡକ୍ସନ୍ସର ଲୋକପ୍ରିୟ‘Prem’ଚରିତ୍ର ପୁଣିଥରେ ବଡ଼ ପରଦାକୁ ଫେରୁଛି। ପ୍ରାୟ ୧୨ ବର୍ଷ ପରେ ଏହି ଆଇକନିକ୍ ଚରିତ୍ରକୁ ନୂଆ ପିଢ଼ି ସାମ୍ନାରେ ଆଣିବାକୁ ଯାଉଛନ୍ତି ସୂରଜ ବଡ଼ଜାତ୍ୟା। ଏଥର ‘Prem’ ଭୂମିକାରେ ଆୟୁଷ୍ମାନ୍ ଖୁରାନାଙ୍କୁ ଦେଖିବାକୁ ମିଳିବ।
ପ୍ରେମ, ପରିବାର, ସମ୍ପର୍କ ଓ ମୂଲ୍ୟବୋଧକୁ କେନ୍ଦ୍ର କରି ରାଜଶ୍ରୀ ପ୍ରଡକ୍ସନ୍ସର ପାରମ୍ପରିକ ଶୈଳୀକୁ ଆଧୁନିକ ଦୃଷ୍ଟିକୋଣରେ ଉପସ୍ଥାପନ କରାଯାଇଥିବା କୁହାଯାଉଛି।
ଲୋକପ୍ରିୟ ‘Prem’ ଚରିତ୍ରରେ ଅଭିନୟ କରିବା ନେଇ ଆୟୁଷ୍ମାନ୍ ପୂର୍ବରୁ ନିଜ ଉତ୍ସାହ ପ୍ରକାଶ କରିଥିଲେ। ତାଙ୍କ ପାଇଁ ଏହି ଭୂମିକା ଏକସ୍ୱପ୍ନ ସାକାର ହେବା ଭଳିବୋଲି ସେ କହିଥିଲେ।
ସୂରଜ ବଡ଼ଜାତ୍ୟାଙ୍କ କାହାଣୀରେ କିଛି ନୂଆ ରହିଥିବା ସହ ଏହା ତାଙ୍କ ପାରମ୍ପରିକ ପରିବାରଭିତ୍ତିକ ଫିଲ୍ମ ଶୈଳୀକୁ ମଧ୍ୟ ବଜାୟ ରଖିଥିବା ଆୟୁଷ୍ମାନ୍ କହିଛନ୍ତି।
ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଥିବା ଅଭିନେତା ତଥା ଗୀତିକାର ସ୍ୱାନନ୍ଦ କିର୍କିରେ ମଧ୍ୟ ଦୁଇ ମୁଖ୍ୟ ଅଭିନେତାଙ୍କୁ ପ୍ରଶଂସା କରିଛନ୍ତି।
ସେ ଆୟୁଷ୍ମାନଙ୍କୁ ଜଣେ ଅତ୍ୟନ୍ତ ସରଳ ଓ ସହଯୋଗୀ ଅଭିନେତା ବୋଲି କହିବା ସହ ଶର୍ବରୀ ସେଟ୍ରେ ଏକ ସୁନ୍ଦର ଉର୍ଜା ଆଣନ୍ତି ବୋଲି କହିଛନ୍ତି। ସୂରଜ ବଡ଼ଜାତ୍ୟାଙ୍କ ଲେଖା ଓ କାହାଣୀର ଭାବପ୍ରବଣତା ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିବା ମଧ୍ୟ ସେ କହିଛନ୍ତି।
ସୁଟିଂ ଶେଷ ହୋଇଥିବାରୁ ଫିଲ୍ମଟି ଏବେ ପୋଷ୍ଟ-ପ୍ରଡକ୍ସନ୍ ପର୍ଯ୍ୟାୟକୁ ଯିବ। ଉପଲବ୍ଧ ସୂଚନା ଅନୁସାରେ‘ୟେ ପ୍ରେମ ମୋଲ୍ ଲିୟା’ ୨୭ ନଭେମ୍ବର ୨୦୨୬ରେସିନେମା ହଲ୍ରେ ରିଲିଜ୍ ହେବାକୁ ଥିବା ବେଳେ ଆୟୁଷ୍ମାନ୍-ଶର୍ବରୀଙ୍କ ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ଫ୍ୟାନ୍ମାନେ ଅପେକ୍ଷା କରିଛନ୍ତି।
ଲଗାଣ ବର୍ଷା ପରେ ତେଲ ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଥି...
ଭାରତରେ ଦେଖିବାକୁ ମିଳିବ ବ୍ରାଜିଲ ଫୁଟବଲର ଯାଦୁ। ଫୁଟବଲ୍ର...
ସୁବର୍ଣ୍ଣପୁର ଜିଲ୍ଲାର ବିନିକା କମ୍ୟୁନିଟି ହେଲ୍ଥ ସେଣ୍ଟର...
FIH ହକି ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ପୁରୁଷ ହକି ଦଳ...
ରାଜ୍ୟରେ ଗତ କିଛି ଦିନ ଧରି ଜାରି ରହିଥିବା ବନ୍ୟା ସ୍ଥିତିର...
ଶ୍ରୀଲଙ୍କା ଗସ୍ତରେ ଭାରତୀୟ କ୍ରିକେଟ୍ ଦଳ ୨ ମ୍ୟାଚ୍ ବିଶିଷ...
ଓଡ଼ିଶାରେ ବନ୍ୟା ପାଣି ଧୀରେ ଧୀରେ ଖସୁଥିବା ବେଳେ ଏବେ ସରକ...
ଓଡ଼ିଶାରେ ପୁଣି ବର୍ଷା ବଢ଼ିବାର ଆଶଙ୍କା ଦେଖାଦେଇଛି। ଭାରତ...
ମହାନଦୀ ଓ ପାଇକା ନଦୀରେ ବନ୍ୟା ପରିସ୍ଥିତି ଉଗ୍ର ରୂପ ନେବା...
ଓଡ଼ିଶା କ୍ରିକେଟ୍ ବର୍ତ୍ତମାନ ଏହାର ସବୁଠୁ କଠିନ ସମୟ ମଧ୍ୟ...
ବନ୍ୟାର ଭୟାବହତା ମଧ୍ୟରେ ଯାଜପୁର ଜିଲ୍ଲାରୁ ସାମ୍ନାକୁ ଆସି...
ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ୍ରେ ଦୟା ନଦୀର ବନ୍ୟାଜଳ ଲୋକଙ...