Worm allegedly found inside antibiotic medicine supplied by Odisha Niramaya Centre in Mayurbhanj.

ଓଡ଼ିଶାର ନିରାମୟ କେନ୍ଦ୍ରରୁ ମିଳିଥିବା ଔଷଧରେ ବାହାରିଲା ପୋକ, ପରିବାରର ତଦନ୍ତ ଦାବି

ମୟୂରଭଞ୍ଜ ଜିଲ୍ଲାର ଉଦଳା ଅଞ୍ଚଳରେ ସରକାରୀ ନିରାମୟ କେନ୍ଦ୍ରରୁ ମିଳିଥିବା ଆଣ୍ଟିବାୟୋଟିକ୍ ଔଷଧରେ ପୋକ ଥିବା ଅଭିଯୋଗ ଆସିଛି। ଏହାକୁ ନେଇ ପରିବାର ଗୁରୁତର ଚିନ୍ତା ପ୍ରକାଶ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲାର ଉଦଳା ଅଞ୍ଚଳରୁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ସରକାରୀନିରାମୟ କେନ୍ଦ୍ରରୁ ମିଳିଥିବା ଏକ ଆଣ୍ଟିବାୟୋଟିକ୍ ଔଷଧ ଷ୍ଟ୍ରିପ୍ ଭିତରେ ପୋକ ଥିବା ଅଭିଯୋଗ କରିଛନ୍ତି ଜଣେ ନାବାଳକଙ୍କ ପରିବାର।

ଅଭିଯୋଗ ଅନୁସାରେ, ଉଦଳା ଥାନା ଅନ୍ତର୍ଗତ ବେଗୁନିଆଡିହି ଅଞ୍ଚଳର ରାଜା ହେମ୍ବ୍ରମଙ୍କ ପୁଅସିଦ୍ଧ ହେମ୍ବ୍ରମଥଣ୍ଡା ଓ ଜ୍ୱରରେ ପୀଡ଼ିତ ଥିଲେ। ଜୁଲାଇ ୮ ତାରିଖରେ ପରିବାର ଲୋକେ ତାଙ୍କୁ ଉଦଳା ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ଚିକିତ୍ସା କରି ଔଷଧ ଲେଖିଦେଇଥିଲେ।

ପରେ ପରିବାର ନିରାମୟ କେନ୍ଦ୍ରରୁ ଔଷଧ ଆଣିଥିଲେ। ନାବାଳକ ତୃତୀୟ ଡୋଜ୍ ପର୍ଯ୍ୟନ୍ତ ଔଷଧ ଖାଇବା ପରେ ଚତୁର୍ଥ ଡୋଜ୍ ଦେବା ବେଳେ ସିଲ୍ ଥିବା ଔଷଧ ଷ୍ଟ୍ରିପ୍ ଖୋଲିବା ସମୟରେ ପରିବାର ଲୋକେ ଏକ ପୋକ ସଦୃଶ ବସ୍ତୁ ଦେଖିଥିବା ଦାବି କରିଛନ୍ତି।

ଏହା ପରେ ଶିଶୁଟିକୁ ଆଉ ସେହି ଔଷଧ ଦିଆଯାଇନଥିଲା। ଏପରି କ୍ଷତିଗ୍ରସ୍ତ କିମ୍ବା ଦୂଷିତ ଔଷଧ କିପରି ନିରାମୟ କେନ୍ଦ୍ରକୁ ପହଞ୍ଚିଲା, ତାହାର ତଦନ୍ତ କରିବାକୁ ପରିବାର ଦାବି କରିଛନ୍ତି।

ପରିବାର ପକ୍ଷରୁ କୁହାଯାଇଛି ଯେ, ଏପରି ଔଷଧ ସେବନ କଲେ ରୋଗୀଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି ହୋଇପାରେ। ସେମାନେ ଘଟଣାର ନିରପେକ୍ଷ ତଦନ୍ତ କରି ଦାୟୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ଘଟଣା ସମ୍ପର୍କରେନିରାମୟ କେନ୍ଦ୍ରର ଅଧିକାରୀମାନଙ୍କ ପକ୍ଷରୁ ଖବର ଲେଖାଯିବା ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିନାହିଁ।

Latest News
ବିଜୟଙ୍କ ନେତୃତ୍ୱାଧୀନ ତାମିଲନାଡୁ ମେଣ୍ଟକୁ ମିଳିବ ନୂଆ ନାଁ, ତିଆରି ହେବ ସ୍ୱତନ୍ତ୍ର ରାଜନୈତିକ ପରିଚୟ

ବିଜୟଙ୍କ ନେତୃତ୍ୱାଧୀନ ତାମିଲନାଡୁ ମେଣ୍ଟକୁ ମିଳିବ ନୂଆ...

ତାମିଲନାଡୁର ଶାସକ ମେଣ୍ଟ ଏବେ ନିଜର ଏକ ସ୍ୱତନ୍ତ୍ର ରାଜନୈତ...

କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ଦାୟିତ୍ୱ ନେଲେ ଡ. ଅଜିତ କୁମାର ଶାସାନୀ

କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ...

କୋରାପୁଟସ୍ଥିତ କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ (CUO)ର...

‘ନ୍ୟୁ ମେକ୍ସିକୋ’ ହେବ ‘ନ୍ୟୁ ଆମେରିକା’? ଟ୍ରମ୍ପଙ୍କ ମ୍ୟାପ୍ ପୋଷ୍ଟକୁ ନେଇ ଚର୍ଚ୍ଚା

‘ନ୍ୟୁ ମେକ୍ସିକୋ’ ହେବ ‘ନ୍ୟୁ ଆମେରିକା’? ଟ୍ରମ୍ପଙ୍କ...

ଆମେରିକା ରାଷ୍ଟ୍ରପତିଡୋନାଲ୍ଡ ଟ୍ରମ୍ପଆମେରିକାର ରାଜ୍ୟନ୍ୟୁ...

ଚଣ୍ଡୀଗଡ଼, ନଦୀଜଳ ଓ ବନ୍ଦୀ ଶିଖଙ୍କ ପ୍ରସଙ୍ଗରେ ସ୍ପଷ୍ଟତା ନଆସିଲେ ବିଜେପି ସହ ମେଣ୍ଟ ନାହିଁ: SAD (ପୁନର ସୁରଜିତ)

ଚଣ୍ଡୀଗଡ଼, ନଦୀଜଳ ଓ ବନ୍ଦୀ ଶିଖଙ୍କ ପ୍ରସଙ୍ଗରେ...

ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...

ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ ଶିକ୍ଷା ଯୋଜନା ବିଷୟରେ ଜାଣନ୍ତୁ

ଅଟଳ ଆବାସୀୟ ବିଦ୍ୟାଳୟ: ଉତ୍ତରପ୍ରଦେଶର ମାଗଣା ଆବାସିକ...

ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...

IAFର ବଡ଼ ଆଧୁନିକୀକରଣ ଯୋଜନା: ୬୦ଟି ନୂଆ ପରିବହନ ବିମାନ କିଣିବ, ପ୍ରକଳ୍ପ ମୂଲ୍ୟ ପ୍ରାୟ ୧ ଲକ୍ଷ କୋଟି ଟଙ୍କା.

IAFର ବଡ଼ ଆଧୁନିକୀକରଣ ଯୋଜନା: ୬୦ଟି ନୂଆ...

ନୂଆଦିଲ୍ଲୀ:ଭାରତୀୟ ବାୟୁସେନା (IAF) ନିଜର ପରିବହନ ବିମାନ...

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ ଜିପ୍ ଟାଇରେ ସିଟ୍‌ରେ ବାନ୍ଧିଲେ, ବିମାନ ବାଲ୍ଟିମୋରରେ ଅବତରଣ

ବିମାନରେ ଯାତ୍ରୀଙ୍କ ଉତ୍ପାତ: ଡକ୍ଟ ଟେପ୍ ଓ...

ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...

NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲା: NTA ବିଶେଷଜ୍ଞଙ୍କ ସମେତ ୧୩ ଜଣଙ୍କ ବିରୋଧରେ CBI ଚାର୍ଜସିଟ୍

NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲା: NTA...

ନୂଆଦିଲ୍ଲୀ:NEET-UG 2026 ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ...

ପୋଷ୍ଟମ୍ୟାନ୍‌ରୁ ଡାକ୍ତର ହେବାର ସ୍ୱପ୍ନ; Re-NEETରେ ସଫଳ ହେଲେ କନ୍ଧମାଳର ବିନାୟକ

ପୋଷ୍ଟମ୍ୟାନ୍‌ରୁ ଡାକ୍ତର ହେବାର ସ୍ୱପ୍ନ; Re-NEETରେ ସଫଳ...

ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...

ହର୍ମୁଜ୍‌ ପ୍ରଣାଳୀ ବାହାରେ ‘ଏକ୍ସକ୍ଲୁଜନ୍ ଜୋନ୍’ ଘୋଷଣା କରିବ ଇରାନ, ଆମେରିକା ସହ ବଢ଼ିଲା ତିକ୍ତତା

ହର୍ମୁଜ୍‌ ପ୍ରଣାଳୀ ବାହାରେ ‘ଏକ୍ସକ୍ଲୁଜନ୍ ଜୋନ୍’ ଘୋଷଣା...

ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତ...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+