ପଶ୍ଚିମବଙ୍ଗର ୨୯୩ଟି ବିଧାନସଭା ଆସନ ପାଇଁ ଭୋଟ ଗଣନା ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ହିଂସା ଓ ଅଶାନ୍ତିର ଖବର ଆସୁଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ, ବିଜେପି ୧୯୪ଟି ଆସନରେ ଆଗୁଆ ରହିଥିବାବେଳେ ତୃଣମୂଳ କଂଗ୍ରେସ (ଟିଏମସି) ୯୩ଟି ଆସନରେ ଆଗୁଆ ଅଛି। ଭୋଟ ଶେୟରରେ ବିଜେପି ପ୍ରାୟ ୪୫% ଓ ଟିଏମସି ପ୍ରାୟ ୪୨% ଭୋଟ ପାଇଥିବା ସୂଚନା ମିଳିଛି।
ଏହି ଗଣନା ପ୍ରକ୍ରିୟା ସମୟରେ କୁଚବିହାର, ଆସାନସୋଲ, ଜମୁରିଆ ଓ ବାରାକପୁର ଭଳି କିଛି ସେନସିଟିଭ୍ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। କୁଚବିହାରରେ ବିଜେପି ଓ ଟିଏମସି ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ଘଟିବା ପରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ସୁରକ୍ଷାବାହିନୀ ଲାଠିଚାର୍ଜ କରିଥିଲେ।
ଏହା ସହିତ ଆସାନସୋଲର ଜମୁରିଆ ଅଞ୍ଚଳର ଚୁରୁଲିଆରେ ଏକ ଟିଏମସି କାର୍ଯ୍ୟାଳୟକୁ ଆଗ ଲଗାଇ ଦିଆଯାଇଥିବା ଖବର ମିଳିଛି। ଏହି ଘଟଣା ପଛରେ ବିଜେପି କର୍ମୀଙ୍କ ହାତ ଥିବା ଅଭିଯୋଗ ହୋଇଛି। ତଦୁପରି, ବାରାକପୁରରେ ଗଣନା କେନ୍ଦ୍ର ସମ୍ମୁଖରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଝଡ଼ପ ଘଟିଥିଲା।
ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ଓ ଅନ୍ୟ ସୁରକ୍ଷାବାହିନୀ ଉଚ୍ଚ ସତର୍କତାରେ ରହିଛନ୍ତି ଓ ଅନେକ ସ୍ଥାନରେ ଅତିରିକ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫଳାଫଳ ଘୋଷଣା ପୂର୍ବରୁ ଏପରି ଘଟଣା ରାଜନୈତିକ ପରିସ୍ଥିତିକୁ ଆହୁରି ସେନସିଟିଭ୍ କରିଦେଇଛି।
ୟଶଙ୍କ ଅପେକ୍ଷିତ ଚଳଚ୍ଚିତ୍ର ‘Toxic: A Fairytale...
ଇରାନ୍ ସହ ସମ୍ଭାବ୍ୟ ଶାନ୍ତି ଚୁକ୍ତିକୁ ନେଇ ଆମେରିକୀୟ ରାଷ...
ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାକୁ ନେଇ...
ଭାରତୀୟ Mixed Martial Arts (MMA) ଜଗତରେ Matrix Fight...
ବାଲିହନ୍ତାରେGRP କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟ...
ବ୍ରହ୍ମଗିରି ଅଞ୍ଚଳରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା...
ବ୍ରହ୍ମପୁରର ଅମ୍ବିକା ନଗର ଅଞ୍ଚଳରେ ଜଣେ ଯୁବକଙ୍କୁ ଧାରୁଆ...
Nitesh Tiwariଙ୍କ ମହାକାଙ୍କ୍ଷୀ ଚଳଚ୍ଚିତ୍ର ‘Rama...
ଇଣ୍ଡୋନେସିଆର ହାଲମାହେରା ଦ୍ୱୀପରେ ଥିବା ମାଉଣ୍ଟ ଡୁକୋନୋ ଜ...
ଇସ୍ଲାମ ଧର୍ମର ପାଞ୍ଚଟି ପ୍ରମୁଖ ସ୍ତମ୍ଭ ମଧ୍ୟରୁ ଗୋଟିଏ ପବ...
ରାଜଧାନୀ ଭୁବନେଶ୍ୱରର କେଦାରପଲ୍ଲୀ ବସ୍ତି ଅଞ୍ଚଳରେ ଅବୈଧ ନ...
ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ନିଜ ଜୀବନର ଏକ କଷ୍ଟଦାୟ...