ପଶ୍ଚିମବଙ୍ଗର ୨୯୩ଟି ବିଧାନସଭା ଆସନ ପାଇଁ ଭୋଟ ଗଣନା ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ହିଂସା ଓ ଅଶାନ୍ତିର ଖବର ଆସୁଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ, ବିଜେପି ୧୯୪ଟି ଆସନରେ ଆଗୁଆ ରହିଥିବାବେଳେ ତୃଣମୂଳ କଂଗ୍ରେସ (ଟିଏମସି) ୯୩ଟି ଆସନରେ ଆଗୁଆ ଅଛି। ଭୋଟ ଶେୟରରେ ବିଜେପି ପ୍ରାୟ ୪୫% ଓ ଟିଏମସି ପ୍ରାୟ ୪୨% ଭୋଟ ପାଇଥିବା ସୂଚନା ମିଳିଛି।
ଏହି ଗଣନା ପ୍ରକ୍ରିୟା ସମୟରେ କୁଚବିହାର, ଆସାନସୋଲ, ଜମୁରିଆ ଓ ବାରାକପୁର ଭଳି କିଛି ସେନସିଟିଭ୍ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। କୁଚବିହାରରେ ବିଜେପି ଓ ଟିଏମସି ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ଘଟିବା ପରେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ସୁରକ୍ଷାବାହିନୀ ଲାଠିଚାର୍ଜ କରିଥିଲେ।
ଏହା ସହିତ ଆସାନସୋଲର ଜମୁରିଆ ଅଞ୍ଚଳର ଚୁରୁଲିଆରେ ଏକ ଟିଏମସି କାର୍ଯ୍ୟାଳୟକୁ ଆଗ ଲଗାଇ ଦିଆଯାଇଥିବା ଖବର ମିଳିଛି। ଏହି ଘଟଣା ପଛରେ ବିଜେପି କର୍ମୀଙ୍କ ହାତ ଥିବା ଅଭିଯୋଗ ହୋଇଛି। ତଦୁପରି, ବାରାକପୁରରେ ଗଣନା କେନ୍ଦ୍ର ସମ୍ମୁଖରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଝଡ଼ପ ଘଟିଥିଲା।
ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ଓ ଅନ୍ୟ ସୁରକ୍ଷାବାହିନୀ ଉଚ୍ଚ ସତର୍କତାରେ ରହିଛନ୍ତି ଓ ଅନେକ ସ୍ଥାନରେ ଅତିରିକ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫଳାଫଳ ଘୋଷଣା ପୂର୍ବରୁ ଏପରି ଘଟଣା ରାଜନୈତିକ ପରିସ୍ଥିତିକୁ ଆହୁରି ସେନସିଟିଭ୍ କରିଦେଇଛି।
କେବେ ନେଇପାରେ ବାତ୍ୟାର ରୂପ? ପାଣିପାଗ ବିଶାରଦଙ୍କ ଆକଳ...
ବଲିଉଡ୍ର ଆଗାମୀ ମହାକାବ୍ୟ ଆଧାରିତ ଫିଲ୍ମ ‘ରାମାୟଣ&...
‘Mirzapur’ ଫ୍ରାଞ୍ଚାଇଜ୍ର ଫ୍ୟାନ୍ମାନଙ୍କ ପ...
ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳକୁ ଚତୁର୍ଥ T20...
ନୂଆଦିଲ୍ଲୀ: ପ୍ରଥମ କମନୱେଲ୍ଥ କବାଡ଼ି ଚାମ୍ପିଅନସିପ୍&zwnj...
ଭୁବନେଶ୍ୱର: ବଙ୍ଗୋପସାଗରରେ ପାଣିପାଗରେ ପରିବର୍ତ୍ତନ ଦେଖାଦ...
ହକି ପଡ଼ିଆରେ ଜଣେ ମହାନ ଖେଳାଳିଙ୍କ ପରିଚୟ କେବଳ ଗୋଲ୍&zwn...
Netflixର ନୂଆ କ୍ରାଇମ୍ ଥ୍ରିଲର୍ ସିରିଜ୍ ‘Akka&rs...