ସମ୍ବଲପୁର: ଭିସମୁନ୍–୨୦୨୬ର ସପ୍ତମ ସଂସ୍କରଣ ଉଦ୍ଯାପିତ ହୋଇଛି। ପାବପାଲି, ଶାସନସ୍ଥିତ ବୈଦିକ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ଆୟୋଜିତ ଏହି ଶିକ୍ଷାମୂଳକ କାର୍ଯ୍ୟକ୍ରମର ଉଦ୍ଯାପନୀ ସମାରୋହ ଆଇଆଇଏମ୍ ସମ୍ବଲପୁରର ଅଡିଟୋରିୟମ୍ରେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସହିତ ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର ୪୦ରୁ ଅଧିକ ବିଦ୍ୟାଳୟର ୧,୨୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶ୍ୱସ୍ତରୀୟ ପ୍ରସଙ୍ଗ, ନୀତି ନିର୍ଦ୍ଧାରଣ ଓ ଶାସନ ବ୍ୟବସ୍ଥା ସମ୍ପର୍କିତ ଆଲୋଚନା ପାଇଁ ମଡେଲ୍ ୟୁନାଇଟେଡ୍ ନେସନ୍ସ (Model United Nations) ଏକ ମଞ୍ଚ ପ୍ରଦାନ କରିଥାଏ।
ଚଳିତ ବର୍ଷର ବିଷୟବସ୍ତୁ ‘ଏକ ବିଶ୍ୱ, ଏକ ନୀତି, ଏକ ଶାସନ’କୁ ଆଧାର କରି ଛାତ୍ରଛାତ୍ରୀମାନେ ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଉଦ୍ଯାପନୀ ସମାରୋହରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ମହାଦେବ ଜୟସୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ଓ ଏଭଳି ଶିକ୍ଷାମୂଳକ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ବୈଦିକ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ ଆଗାମୀ ଅଷ୍ଟମ ସଂସ୍କରଣକୁ ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବେ ଗଢ଼ିତୋଳିବା ପାଇଁ ନୂଆ ଚିନ୍ତାଧାରା ଓ ଯୋଜନା ଉପରେ ଗୁରୁତ୍ୱ ଦେଇଥିଲେ।
ଭିସମୁନ୍ର ପ୍ରତିଷ୍ଠାତା ସନତ ପୁରୀ ଆଗାମୀ ଦିନରେ ରାୟପୁରସ୍ଥିତ ବୈଦିକ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଘୋଷଣା କରିଥିଲେ।
ବିଦ୍ୟାଳୟର ଅଧ୍ୟକ୍ଷା ଗୀତା ଧର୍ମରାଜନ, ଉପାଧ୍ୟକ୍ଷ ମୋନେନ ଈଶ୍ୱରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଉଦ୍ଯାପନୀ ସମାରୋହରେ ଉପସ୍ଥିତ ଥିଲେ। ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ଓ କାର୍ଯ୍ୟକ୍ରମର ଆୟୋଜନକୁ ନେଇ ଆୟୋଜକମାନେ ସନ୍ତୋଷ ପ୍ରକାଶ କରିଥିଲେ।
ଭିସମୁନ୍ ଭଳି ମଞ୍ଚ ଛାତ୍ରଛାତ୍ରୀଙ୍କୁ ବିଶ୍ୱ ପ୍ରସଙ୍ଗ ବୁଝିବା, ଯୁକ୍ତି ଉପସ୍ଥାପନ କରିବା ଏବଂ ନେତୃତ୍ୱ ଦକ୍ଷତା ବିକାଶ କରିବାର ସୁଯୋଗ ଦେଇଥାଏ।
ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହରେ ଗ୍ରହନ...
ନବରାତ୍ରି ଆସିଲେ ଗର୍ବା ନୃତ୍ୟର ଉତ୍ସାହ ସବୁଠି ଦେଖିବାକୁ...
କ୍ୟାନ୍ସର ଔଷଧର ଦାମ୍ କମାଇବାକୁ କେନ୍ଦ୍ରର ପଦକ୍ଷେପ ନୂ...
ଆମେରିକାରେ ଗୁଳିକାଣ୍ଡ, ୨ ଶିଶୁଙ୍କ ସମେତ ୯ ମୃତ ଏରି:...
ନୂଆଦିଲ୍ଲୀ:ଔଷଧ କମ୍ପାନୀଙ୍କ ବିପଣନ ପ୍ରଣାଳୀ ଉପରେ କଡ଼ା ନ...
ପଞ୍ଜାବ ପୁଲିସ ଏକ କଥିତ ପାକିସ୍ତାନ ସମର୍ଥିତ ଆତଙ୍କୀ ଷଡ଼ଯ...
ନୂଆଦିଲ୍ଲୀ: ଆପଣ ପେଟ ଭରି ଖାଇସାରିଛନ୍ତି, କିନ୍ତୁ କିଛି ସ...
ମେଷ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ନିଜ କ୍ୟାରିୟର ଓ ବ୍...