ଦୁର୍ନୀତି ବିରୋଧରେ ବିଜୟ ସରକାରଙ୍କ କଡ଼ା ଆକ୍ସନ: ଲାଞ୍ଚ ଓ ନକଲି ବିଲ୍ ଅଭିଯୋଗରେ ୬ ଅଧିକାରୀ ନିଲମ୍ବିତ

ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ୱାଧୀନ TVK ସରକାର ଦୁର୍ନୀତି ବିରୋଧରେ ବଡ଼ ପଦକ୍ଷେପ ନେଇଛନ୍ତି। ଲାଞ୍ଚ, ନକଲି ବିଲ୍ ଓ ଚାକିରି ଦେବା ନାଁରେ ଟଙ୍କା ଆଦାୟ ଭଳି ଅଭିଯୋଗରେ ଗ୍ରେଟର ଚେନ୍ନାଇ କର୍ପୋରେସନର ୬ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଦୋଷ ପ୍ରମାଣିତ ହେଲେ ବରଖାସ୍ତ ସହ ଆପରାଧିକ ମାମଲା ମଧ୍ୟ ରୁଜୁ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
Tamil Nadu Chief Minister Vijay suspends six Greater Chennai Corporation officials over corruption allegations.
Tamil Nadu Chief Minister Vijay suspends six Greater Chennai Corporation officials over corruption allegations.

ତାମିଲନାଡୁରେ ମୁଖ୍ୟମନ୍ତ୍ରୀବିଜୟଙ୍କ ନେତୃତ୍ୱାଧୀନTVK ସରକାରଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଲାଞ୍ଚ ନେବା, ନକଲି ବିଲ୍ ଦାଖଲ କରିବା ଏବଂ ଚାକିରି ଦେବା ନାଁରେ ଟଙ୍କା ଆଦାୟ କରିବା ଭଳି ସଙ୍ଗୀନ ଅଭିଯୋଗରେଗ୍ରେଟର ଚେନ୍ନାଇ କର୍ପୋରେସନର ୬ ଜଣ ଅଧିକାରୀଙ୍କୁ ନିଲମ୍ବନକରାଯାଇଛି।

ସରକାର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ନିଲମ୍ବନ କେବଳ ପ୍ରାରମ୍ଭିକ ପଦକ୍ଷେପ। ତଦନ୍ତରେ ଅଭିଯୋଗ ପ୍ରମାଣିତ ହେଲେ ସମ୍ପୃକ୍ତ ଅଧିକାରୀଙ୍କୁ ସରକାରୀ ଚାକିରିରୁ ବରଖାସ୍ତ କରାଯିବ। ଆବଶ୍ୟକ ପଡ଼ିଲେ ସେମାନଙ୍କ ବିରୋଧରେ ଆପରାଧିକ ମାମଲା ମଧ୍ୟ ରୁଜୁ କରାଯିବ।

ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆନନ୍ଦ ରାଓଅଛନ୍ତି। ତାଙ୍କ ବିରୋଧରେ ବିଲ୍ଡିଂ ପ୍ଲାନ୍ ଅନୁମୋଦନ ପାଇଁ୨.୫ ଲକ୍ଷ ଟଙ୍କା ଲାଞ୍ଚଦାବି କରିଥିବା ଅଭିଯୋଗ ରହିଛି।

ସେହିପରିଡାକ୍ତର ଦେବିକଳାଙ୍କ ବିରୋଧରେ ମେଡିକାଲ୍ ଉପକରଣ କ୍ରୟରେ୯ ଲକ୍ଷ ଟଙ୍କାର ନକଲି ବିଲ୍ଦାଖଲ କରିଥିବା ଅଭିଯୋଗ ରହିଛି।

ଅନ୍ୟପଟେବରିଷ୍ଠ ଏଣ୍ଟୋମୋଲୋଜିଷ୍ଟ ଶିବା ପୋରକୋଡିଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ଚାକିରି ଦେବା ନାଁରେ୬ ଲକ୍ଷ ଟଙ୍କାନେଇଥିବା ଅଭିଯୋଗ ଆସିଛି।

ଏହାବ୍ୟତୀତରୋଡ୍ ୱର୍କର ଭାସ୍କରଙ୍କ ବିରୋଧରେ୫୦ ହଜାର ଟଙ୍କା ଲାଞ୍ଚନେଇଥିବା ଅଭିଯୋଗ ଥିବାବେଳେ, ଅନ୍ୟ ଦୁଇ ଅଧିକାରୀଦୁର୍ଗା ଓ କନ୍ନନଙ୍କ ଉପରେ ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି।

ଗ୍ରେଟର ଚେନ୍ନାଇ କର୍ପୋରେସନ କହିଛି ଯେ, ମୁଖ୍ୟମନ୍ତ୍ରୀ ବିଜୟ'ଜିରୋ ଟଲରେନ୍ସ'ନୀତି ଅନୁସରଣ କରି ଦୁର୍ନୀତି ବିରୋଧରେ କୌଣସି ପ୍ରକାର ଆପୋଷ କରିବେ ନାହିଁ। ଆଗାମୀ ଦିନରେ ମଧ୍ୟ ଏଭଳି ମାମଲାରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ସୂଚନା ଦେଇଛନ୍ତି।

LIVE TV
LIVE
Latest News
ବିଦେଶରେ ପଢ଼ିବାକୁ ବଦଳୁଛି ଛାତ୍ରଛାତ୍ରୀଙ୍କ ପସନ୍ଦ, ୭୦%ଙ୍କ ବଜେଟ୍ ୩୦ ଲକ୍ଷରୁ କମ୍

ବିଦେଶରେ ପଢ଼ିବାକୁ ବଦଳୁଛି ଛାତ୍ରଛାତ୍ରୀଙ୍କ ପସନ୍ଦ, ୭୦%ଙ୍କ...

ବିଦେଶରେ ପଢ଼ିବା ନେଇ ଭାରତୀୟ ଛାତ୍ରଛାତ୍ରୀଙ୍କ ଚିନ୍ତାଧାର...

ବିଦେଶ ଯାତ୍ରାରେ ଭାରତୀୟଙ୍କ ଖର୍ଚ୍ଚ ବଢ଼ିଲା: ଅଗଷ୍ଟରେ ବାହାରକୁ ଗଲା ୨.୭ ବିଲିୟନ ଡଲାର

ବିଦେଶ ଯାତ୍ରାରେ ଭାରତୀୟଙ୍କ ଖର୍ଚ୍ଚ ବଢ଼ିଲା: ଅଗଷ୍ଟରେ...

ଯାତ୍ରା ପାଇଁ ଗଲା ୧.୬୩ ବିଲିୟନ ଡଲାର ଅଗଷ୍ଟରେ LRS ଅଧ...

Rise & Fall 2: Ultimate Ruler ହେଲେ Gautam Gulati, Towerର ନାଁ ବଦଳାଇଲେ ‘Gautam City’

Rise & Fall 2: Ultimate Ruler...

Red Roomରୁ ଆରମ୍ଭ ହୋଇଥିଲା କ୍ଷମତାର ଲଢ଼େଇ Ultimate...

Fauzi First Look: ଜନ୍ମଦିନରେ ଧମାକା କଲେ Prabhas, ‘ରେବେଲ୍ ସୋଲଜର’ ଅବତାରରେ ନଜର; ରିଲିଜ୍ ଡେଟ୍ ଘୋଷଣା

Fauzi First Look: ଜନ୍ମଦିନରେ ଧମାକା କଲେ...

‘India’s biggest rebel soldier’...

ସାଇବର ଆକ୍ରମଣରେ ଭାରତ ବିଶ୍ୱର ୭ମ ସର୍ବାଧିକ ଟାର୍ଗେଟ୍‌: AI ନେଇ ମାଇକ୍ରୋସଫ୍ଟର ଚେତାବନୀ

ସାଇବର ଆକ୍ରମଣରେ ଭାରତ ବିଶ୍ୱର ୭ମ ସର୍ବାଧିକ...

ଭାରତ କାହିଁକି ବଡ଼ ଟାର୍ଗେଟ୍? ମାଇକ୍ରୋସଫ୍ଟର ୨୦୨୬ ଡି...

MIT ବନାମ IIT: ଜଣେ ସାଧାରଣ MIT ଛାତ୍ର JEE Advanced ପାସ୍ କରି IITରେ ଭର୍ତ୍ତି ହୋଇପାରିବେ କି?

MIT ବନାମ IIT: ଜଣେ ସାଧାରଣ MIT...

MIT ଓ IITକୁ ନେଇ ଏକ ଚର୍ଚ୍ଚା ପୁଣି ସାମ୍ନାକୁ ଆସିଛି&mda...

ହିମାଚଳର ୬ ସରକାରୀ ମେଡିକାଲ କଲେଜରେ ୩୨୦ ନୂଆ PG ସିଟ୍‌କୁ କେନ୍ଦ୍ରର ମଞ୍ଜୁରୀ

ହିମାଚଳର ୬ ସରକାରୀ ମେଡିକାଲ କଲେଜରେ ୩୨୦...

​​​​​​​​​​​​ହିମାଚଳ ପ୍ରଦେଶର ଛାତ୍ରଛାତ୍ରୀ ଏବଂ ମେଡିକାଲ...

CAT 2026 ପାଇଁ ସ୍ମାର୍ଟ ରଣନୀତି: ଅଧିକ ପ୍ରଶ୍ନ ନୁହେଁ, ସଠିକ୍ ପ୍ରଶ୍ନ ବାଛିବା ହିଁ ସଫଳତାର ଚାବି

CAT 2026 ପାଇଁ ସ୍ମାର୍ଟ ରଣନୀତି: ଅଧିକ...

CAT 2026 ପାଇଁ ପ୍ରସ୍ତୁତି ନେଉଥିବା MBA ଆଶାୟୀଙ୍କ ପାଇଁ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+