ତାମିଲନାଡୁରେ ମୁଖ୍ୟମନ୍ତ୍ରୀବିଜୟଙ୍କ ନେତୃତ୍ୱାଧୀନTVK ସରକାରଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଲାଞ୍ଚ ନେବା, ନକଲି ବିଲ୍ ଦାଖଲ କରିବା ଏବଂ ଚାକିରି ଦେବା ନାଁରେ ଟଙ୍କା ଆଦାୟ କରିବା ଭଳି ସଙ୍ଗୀନ ଅଭିଯୋଗରେଗ୍ରେଟର ଚେନ୍ନାଇ କର୍ପୋରେସନର ୬ ଜଣ ଅଧିକାରୀଙ୍କୁ ନିଲମ୍ବନକରାଯାଇଛି।
ସରକାର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ନିଲମ୍ବନ କେବଳ ପ୍ରାରମ୍ଭିକ ପଦକ୍ଷେପ। ତଦନ୍ତରେ ଅଭିଯୋଗ ପ୍ରମାଣିତ ହେଲେ ସମ୍ପୃକ୍ତ ଅଧିକାରୀଙ୍କୁ ସରକାରୀ ଚାକିରିରୁ ବରଖାସ୍ତ କରାଯିବ। ଆବଶ୍ୟକ ପଡ଼ିଲେ ସେମାନଙ୍କ ବିରୋଧରେ ଆପରାଧିକ ମାମଲା ମଧ୍ୟ ରୁଜୁ କରାଯିବ।
ନିଲମ୍ବିତ ଅଧିକାରୀଙ୍କ ମଧ୍ୟରେସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆନନ୍ଦ ରାଓଅଛନ୍ତି। ତାଙ୍କ ବିରୋଧରେ ବିଲ୍ଡିଂ ପ୍ଲାନ୍ ଅନୁମୋଦନ ପାଇଁ୨.୫ ଲକ୍ଷ ଟଙ୍କା ଲାଞ୍ଚଦାବି କରିଥିବା ଅଭିଯୋଗ ରହିଛି।
ସେହିପରିଡାକ୍ତର ଦେବିକଳାଙ୍କ ବିରୋଧରେ ମେଡିକାଲ୍ ଉପକରଣ କ୍ରୟରେ୯ ଲକ୍ଷ ଟଙ୍କାର ନକଲି ବିଲ୍ଦାଖଲ କରିଥିବା ଅଭିଯୋଗ ରହିଛି।
ଅନ୍ୟପଟେବରିଷ୍ଠ ଏଣ୍ଟୋମୋଲୋଜିଷ୍ଟ ଶିବା ପୋରକୋଡିଓ ତାଙ୍କ ସ୍ୱାମୀଙ୍କ ବିରୋଧରେ ଚାକିରି ଦେବା ନାଁରେ୬ ଲକ୍ଷ ଟଙ୍କାନେଇଥିବା ଅଭିଯୋଗ ଆସିଛି।
ଏହାବ୍ୟତୀତରୋଡ୍ ୱର୍କର ଭାସ୍କରଙ୍କ ବିରୋଧରେ୫୦ ହଜାର ଟଙ୍କା ଲାଞ୍ଚନେଇଥିବା ଅଭିଯୋଗ ଥିବାବେଳେ, ଅନ୍ୟ ଦୁଇ ଅଧିକାରୀଦୁର୍ଗା ଓ କନ୍ନନଙ୍କ ଉପରେ ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି।
ଗ୍ରେଟର ଚେନ୍ନାଇ କର୍ପୋରେସନ କହିଛି ଯେ, ମୁଖ୍ୟମନ୍ତ୍ରୀ ବିଜୟ'ଜିରୋ ଟଲରେନ୍ସ'ନୀତି ଅନୁସରଣ କରି ଦୁର୍ନୀତି ବିରୋଧରେ କୌଣସି ପ୍ରକାର ଆପୋଷ କରିବେ ନାହିଁ। ଆଗାମୀ ଦିନରେ ମଧ୍ୟ ଏଭଳି ମାମଲାରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ସୂଚନା ଦେଇଛନ୍ତି।
ଅନୁଗୋଳ ଜିଲ୍ଲା ଛେଣ୍ଡିପଦାରେ ପ୍ରସ୍ତାବିତ GMDC କୋଇଲା ଖଣ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁମ୍ବାଇ ଗସ୍ତ ପୂର୍ବର...
ଝାରସୁଗୁଡ଼ା-କନକତୋରା ଜାତୀୟ ରାଜପଥରେ ଦିନକୁ ଦିନ ବଢ଼ୁଛି...
ଭୁବନେଶ୍ୱର: ରାଜ୍ୟର ଦୁଗ୍ଧ ଚାଷୀଙ୍କ ପାଇଁ ଆସିଛି ବଡ଼ ଖୁସ...
ଗୁଜରାଟର ଜାମନଗରସ୍ଥିତ ଇଣ୍ଡିଆନ୍ ବ୍ୟାଙ୍କର ରଣଜିତସାଗର ରୋ...
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଜଣ୍ଡିସ ବା ହ...
ବାଲେଶ୍ୱର ଜିଲ୍ଲାରେ ସାମାଜିକ ସୁରକ୍ଷା ଭତ୍ତା ପାଣ୍ଠି ହେର...