ଅଯୋଧ୍ୟା ରାମମନ୍ଦିର ଓ ବଦ୍ରିନାଥ ମନ୍ଦିରର ଦାନକୁ ନେଇ ବିବାଦ ପରେ ଏବେ ଜମ୍ମୁ-କାଶ୍ମୀରର ପ୍ରସିଦ୍ଧ ମା’ ବୈଷ୍ଣୋଦେବୀ ମନ୍ଦିରରେ ଦାନ ହୋଇଥିବା ରୁପାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ଭକ୍ତମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ପ୍ରାୟ ୨୦ ଟନ୍ ରୁପାର ମୂଲ୍ୟ ପ୍ରାୟ ୫୫୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି।
ରୁପାର ଶୁଦ୍ଧତା ଯାଞ୍ଚ ପାଇଁ ନମୁନା ପରୀକ୍ଷା କରାଯାଇଥିବାବେଳେ ରିପୋର୍ଟରେ ଦାବି କରାଯାଇଛି ଯେ, ସମୁଦାୟ ରୁପା ମଧ୍ୟରୁ ମାତ୍ର ୫ରୁ ୬ ପ୍ରତିଶତ ରୁପା ଅସଲି ଥିଲା। ଏହାପରେ ପ୍ରଶ୍ନ ଉଠିଛି ଯେ, ଭକ୍ତମାନେ ଦାନ କରିଥିବା ରୁପା ନକଲି ଥିଲା କି ନା ପରବର୍ତ୍ତୀ ସମୟରେ ତାହାକୁ ବଦଳାଇ ଦିଆଯାଇଛି।
ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି କରି ଜମ୍ମୁର ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ମୁନୀଶ କୁମାର ମନସ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କୁ ସମସ୍ତ ସମ୍ବନ୍ଧିତ ଦସ୍ତାବେଜ ସହ ବ୍ୟକ୍ତିଗତ ଭାବେ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅଦାଲତ ଏହି ମାମଲାକୁ ଗୁରୁତ୍ୱର ସହ ନେଇଥିବା ବେଳେ ଆସନ୍ତା ଜୁଲାଇ ୨୯ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ତଦନ୍ତରୁ ସତ୍ୟାସତ୍ୟ ସାମ୍ନାକୁ ଆସିବା ପରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ପରବର୍ତ୍ତୀ ପଦକ୍ଷେପ ନିଆଯାଇପାରେ।
ଏହି ଘଟଣା ଭକ୍ତମାନଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଥିବା ବେଳେ ମନ୍ଦିରର ଦାନ ସାମଗ୍ରୀର ସୁରକ୍ଷା ଓ ସ୍ୱଚ୍ଛତା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ରାଜଧାନୀରେ ପୁଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ଏକ ଗମ୍ଭୀର...
କେନ୍ଦୁଝର: ସାମାନ୍ୟ ବଚସାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା...
ନୂଆଦିଲ୍ଲୀ: ଯୁବ କ୍ରିକେଟ୍ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀଙ୍...
ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଗାମୀ ଡିସେମ୍ବର...
ଭୁବନେଶ୍ୱର: ଦୀପାବଳି ପୂର୍ବରୁ ଓଡ଼ିଶାରେ ବେଆଇନ ଭାବେ ବାଣ...
ହାମିଲଟନ୍: ନ୍ୟୁଜିଲାଣ୍ଡ ମାଟିରେ T20I ସିରିଜ୍ ଜିତିବା ପର...
ଭାରତୀୟ କୁସ୍ତି ଜଗତରେ ଐତିହାସିକ ସଫଳତା ହାସଲ କରିଥିବା ମନ...
କେନ୍ଦ୍ରାପଡ଼ା: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘା...