ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ଭାବ୍ୟ ଆମେରିକା ଗସ୍ତକୁ ନେଇ ଭାରତରେ ନିଯୁକ୍ତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଆମେରିକା ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବାକୁ ଉତ୍ସୁକ ରହିଛି।
ଆମେରିକା-ଭାରତ ରଣନୈତିକ ସହଭାଗିତା ମଞ୍ଚର Leadership Summit 2026 ରେ ଯୋଗଦେଇ ସର୍ଗିଓ ଗୋର୍ କହିଥିଲେ ଯେ, ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆମେରିକା ଗସ୍ତ ପାଇଁ ନିମନ୍ତ୍ରଣ ଜଣାଇଥିଲେ। ସେ ଆଶା ପ୍ରକାଶ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଡିସେମ୍ବରରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆମେରିକା ଗସ୍ତ କରିପାରନ୍ତି।
ଗୋର୍ କହିଛନ୍ତି ଯେ, ଭାରତ ଆମେରିକାର ଏକ ବିଶ୍ୱସ୍ତ ଓ ରଣନୈତିକ ସହଯୋଗୀ। ଉଭୟ ଦେଶ ମଧ୍ୟରେ ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଖୁବ୍ ଶୀଘ୍ର ସମ୍ପନ୍ନ ହେବ ବୋଲି ସେ ଆଶାବାଦ ବ୍ୟକ୍ତ କରିଛନ୍ତି। ସେହିପରି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାକୁ ପ୍ରାଥମିକତା ଦେଉଥିବା ସେ କହିଛନ୍ତି।
କ୍ୱାଡ୍ ମେଣ୍ଟକୁ ନେଇ ମଧ୍ୟ ସର୍ଗିଓ ଗୋର୍ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଫିଲିପାଇନ୍ସରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ମିଳିତ ଭାବେ ଏହି ସହଯୋଗୀ ମେଣ୍ଟକୁ ଆହୁରି ସୁଦୃଢ଼ କରିବା ଦିଗରେ କାମ କରୁଛନ୍ତି।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ଭାବ୍ୟ ଭାରତ ଗସ୍ତ ପ୍ରସଙ୍ଗରେ ସର୍ଗିଓ ଗୋର୍ କହିଛନ୍ତି ଯେ, ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଯୋଗୁଁ ଚଳିତ ବର୍ଷ ଏହା ସମ୍ଭବ ନ ହୋଇପାରେ। ତେବେ ଆସନ୍ତା ବର୍ଷ ଏହି ଗସ୍ତ ହେବାର ସମ୍ଭାବନା ରହିଛି। ପୂର୍ବରୁ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ମଧ୍ୟ ସୂଚନା ଦେଇଥିଲେ ଯେ, ରାଷ୍ଟ୍ରପତି ଟ୍ରମ୍ପ ଆସନ୍ତା ବର୍ଷ ଆରମ୍ଭରେ ଭାରତ ଗସ୍ତ କରିପାରନ୍ତି।
ହାମିଲଟନ୍‌ର ସେଡନ୍‌ ପାର୍କରେ ଖେଳାଯାଇଥିବା ପଞ...
ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଆଉ ଏକ ଗୌରବର ଖବର। ଉଦୀୟମାନ...
ଭାରତୀୟ କୁସ୍ତି ଜଗତରେ ଐତିହାସିକ ସଫଳତା ହାସଲ କରିଥିବା ମନ...
ମେଡିକାଲ୍‌ର ସୁପର ସ୍ପେଶାଲିଟି ପାଠ୍ୟକ୍ରମରେ ନାମଲେଖ...
ବଲିଉଡ୍‌ର ‘କିଙ୍ଗ୍ ଖାନ୍’ ଶାହରୁଖ ଖାନ...
ହାଲୋୱିନ୍ର ରଙ୍ଗରେ ରଙ୍ଗାଇଛି ଗ୍ଲୋବାଲ୍ ଷ୍ଟାର୍ ପ୍ରିୟଙ୍କ...
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ତଥା ଶେଷ T...
ବ୍ରିଟେନ୍‌ରେ ଉଚ୍ଚଶିକ୍ଷା ଲାଭ କରିବାକୁ ଚାହୁଁଥିବା...