ଉତ୍ତର ପ୍ରଦେଶର ଜଣେ ପୂର୍ବତନ ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ (ARTO)ଙ୍କ ବାସଭବନରେ ହୋଇଥିବା ଭିଜିଲାନ୍ସ ଚଢ଼ାଉ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ହୋଇଥିବା ଏହି ଚଢ଼ାଉରେ ପ୍ରାୟ୩୫ କୋଟି ଟଙ୍କାର ସମ୍ପତ୍ତିଠାବ ହୋଇଥିବା ସୂଚନା ମିଳିଛି।
ଭିଜିଲାନ୍ସ ଅଧିକାରୀମାନେ ଘରର ବିଭିନ୍ନ ଗୁପ୍ତ ସ୍ଥାନରେ ଲୁଚାଇ ରଖାଯାଇଥିବା ପ୍ରାୟ୧.୬୨ କୋଟି ଟଙ୍କା ନଗଦଜବତ କରିଛନ୍ତି। କାନ୍ଥ ଭିତରେ ନିର୍ମିତ ସିକ୍ରେଟ୍ ଲକରରୁ୧୩ କିଲୋଗ୍ରାମ ସୁନା, ସୁନା ଇଟା, ବିସ୍କୁଟ୍, ଗହଣା ସହ୯ କିଲୋଗ୍ରାମ ରୂପାମଧ୍ୟ ଉଦ୍ଧାର ହୋଇଛି। ଏହି ସୁନା, ରୂପା ଓ ହୀରା ଗହଣାର ମୂଲ୍ୟ ପ୍ରାୟ୨୦ କୋଟି ଟଙ୍କାବୋଲି ଆକଳନ କରାଯାଇଛି।
ଏହାଛଡ଼ା ଲକ୍ଷ୍ନୌ, ନୋଏଡା, ବାରାବଙ୍କି ଓ ରାୟବରେଲିରେ ଥିବା ଏକାଧିକ ପ୍ଲଟ୍, ଫ୍ଲାଟ୍ ଏବଂ କୃଷି ଜମିର ଦଲିଲ ମଧ୍ୟ ଜବତ ହୋଇଛି। ଏହି ଅଚଳ ସମ୍ପତ୍ତିର ମୂଲ୍ୟ ପ୍ରାୟ୧୩ କୋଟି ଟଙ୍କାହେବ। ଏହା ସହ ବ୍ୟାଙ୍କ ନିବେଶ, ମ୍ୟୁଚୁଆଲ୍ ଫଣ୍ଡ ଦଲିଲ, ବିଳାସପୂର୍ଣ୍ଣ ଗାଡ଼ି ଓ ଏକ ଲାଇସେନ୍ସପ୍ରାପ୍ତ ରିଭଲଭର ମଧ୍ୟ ଜବତ କରାଯାଇଛି।
ଚଢ଼ାଉ ବେଳେ ଅଧିକାରୀମାନେ ଘର ଭିତରେ ଏକ ଅତ୍ୟାଧୁନିକ ଡିଜିଟାଲ୍ ଲକର ପାଇଥିଲେ। ଲକରର ପାସୱାର୍ଡ ମାଗିବାରୁ ସମ୍ପୃକ୍ତ ପୂର୍ବତନ ଅଧିକାରୀ "ମନେ ନାହିଁ" ବୋଲି କହିଥିଲେ। ପ୍ରାୟ ଦୁଇ ଘଣ୍ଟାର ପ୍ରୟାସ ପରେ ଟେକ୍ନିକାଲ୍ ବିଶେଷଜ୍ଞଙ୍କ ସହାୟତାରେ ଲକର ଖୋଲାଯାଇଥିଲା। ସେଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଦଲିଲ ଜବତ ହୋଇଛି।
ପୂର୍ବତନ ARTO ଲଳିତ କୁମାର କାନପୁର ଓ ଆଗ୍ରାରେ କାର୍ଯ୍ୟରତ ଥିବାବେଳେ ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବାର ଅଭିଯୋଗ ଆସିଥିଲା। ପ୍ରାଥମିକ ତଦନ୍ତରେ ଅଭିଯୋଗର ସତ୍ୟତା ମିଳିବା ପରେ ସ୍ପେଶାଲ୍ କୋର୍ଟରୁ ସର୍ଚ୍ଚ ୱାରେଣ୍ଟ ଆଣି ଭିଜିଲାନ୍ସ ବିଭାଗ ଏହି ଚଢ଼ାଉ କରିଥିଲା।
ବର୍ତ୍ତମାନ ଜବତ ହୋଇଥିବା କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ ଓ ଆୟକର ରିଟର୍ଣ୍ଣର ଯାଞ୍ଚ ଚାଲିଛି। ଏହି ଦୁର୍ନୀତି ମାମଲାରେ ଆଉ କେଉଁ ଅଧିକାରୀ କିମ୍ବା ମଧ୍ୟସ୍ଥି ସମ୍ପୃକ୍ତ ଅଛନ୍ତି, ସେନେଇ ମଧ୍ୟ ତଦନ୍ତ ଜାରି ରହିଛି।
କନିଷ୍ଠ ଏସିଆ କପ୍‌ ହକିରେ ଭାରତୀୟ ଯୁବ ଦଳର ଦମଦାର ପ...
ପାକିସ୍ତାନରେ ନୂଆ ପ୍ରଦେଶ ଗଠନ ଓ ପ୍ରଦେଶ ବିଭାଜନକୁ ନେଇ ର...
ବୁଲଗେରିଆର ଭବିଷ୍ୟଦ୍ରଷ୍ଟା ବାବା ଭେଙ୍ଗାଙ୍କ ନାମରେ ୨୦୨୭କ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ବଲୁଚିସ୍ତାନରେ ପାକିସ୍ତାନୀ ସେନା ଓ ବଲୋଚ ବିଦ୍ରୋହୀଙ୍କ ମଧ...
ଭାରତୀୟ କ୍ରିକେଟ୍‌ ଟିମ୍‌ ସହ ଯୋଡ଼ିହୋଇଛି ୩ଟି...
ଆମେରିକା ଓ ଚୀନ୍‌ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (A...
ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଖରାପ ପ୍ରଦର୍ଶନ...
ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଆସନ୍ତା ଘରୋଇ ସିରିଜ୍ ପା...