୧୮ତମ BRICS ଶିଖର ସମ୍ମିଳନୀରେ ଯୋଗଦେବା ପରେ ଆବୁଧାବିର କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲିଦ ବିନ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହୟାନ୍ ନିଜ ଦେଶକୁ ଫେରିଛନ୍ତି। ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ସେ ସମ୍ମିଳନୀ ଶେଷ ହେବା ପୂର୍ବରୁ ଫେରିଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଭାରତ ଗସ୍ତ ସମୟରେ ଶେଖ୍ ଖାଲିଦ ଇରାନର ରାଷ୍ଟ୍ରପତି ମସୁଦ ପେଜେଶ୍କିଆନ୍ଙ୍କ ସହ ନୂଆଦିଲ୍ଲୀରେ ବୈଠକ କରିଥିଲେ। ଏହା ବ୍ୟତୀତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।
ରିପୋର୍ଟ ଅନୁସାରେ, ଇରାନ ରାଷ୍ଟ୍ରପତିଙ୍କ ସହ ଆଲୋଚନାରେ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ, ତଣାପୋଡ଼ ହ୍ରାସ ଏବଂ ପଶ୍ଚିମ ଏସିଆରେ ସ୍ଥିରତା ଆଣିବା ଭଳି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ତେବେ କ୍ରାଉନ୍ ପ୍ରିନ୍ସଙ୍କ ଶୀଘ୍ର ଫେରିବାର ପ୍ରକୃତ କାରଣ ନେଇ କୌଣସି ସ୍ପଷ୍ଟ ସରକାରୀ ବ୍ୟାଖ୍ୟା ଏଠାରେ ଦିଆଯାଇନାହିଁ।
ଏପଟେ ପଶ୍ଚିମ ଏସିଆର ସୁରକ୍ଷା ପରିସ୍ଥିତିକୁ ନେଇ ନୂଆ ଦାବି ଓ ରିପୋର୍ଟ ସାମ୍ନାକୁ ଆସିଛି। UAE ଉପରେ ଇରାନ ପକ୍ଷରୁ ବାଲିଷ୍ଟିକ୍ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ ହୋଇଥିବା ଦାବି କରାଯାଇଛି। ସେହିପରି ସାଉଦି ଆରବରେ ମଧ୍ୟ ଡ୍ରୋନ୍ ଆକ୍ରମଣ ପରେ ଏହାର ଇଷ୍ଟ-ୱେଷ୍ଟ ତୈଳ ପାଇପଲାଇନ୍କୁ ବନ୍ଦ କରାଯାଇଥିବା ଖବର ରହିଛି।
ଅନ୍ୟପଟେ, ହୁତି ବିଦ୍ରୋହୀମାନେ ୟେମେନର ରଣନୀତିକ ସମୁଦ୍ରବନ୍ଦର ମୋଖା ଉପରେ ନିୟନ୍ତ୍ରଣ ନେଇଥିବା ଦାବି ହୋଇଛି। ସେମାନେ ତାଇଜ୍ ଦିଗକୁ ଅଗ୍ରସର ହେଉଥିବା ନେଇ ମଧ୍ୟ ରିପୋର୍ଟ ଆସିଛି। ହୁତି ଆକ୍ରମଣକୁ ରୋକିବା ପାଇଁ ସାଉଦି ଆରବ ପାକିସ୍ତାନ ମାଧ୍ୟମରେ ଇରାନକୁ ବାର୍ତ୍ତା ପଠାଇଥିବା ଦାବି ମଧ୍ୟ ରହିଛି।
ତେବେ ଇରାନ ହୁତି ବିଦ୍ରୋହୀଙ୍କ ଉପରେ ନିଜର ସିଧାସଳଖ ନିୟନ୍ତ୍ରଣ ଥିବା ଦାବିକୁ ଖଣ୍ଡନ କରିଆସିଛି। ତେଣୁ UAE କ୍ରାଉନ୍ ପ୍ରିନ୍ସଙ୍କ ଶୀଘ୍ର ଫେରିବା ପଛରେ ପଶ୍ଚିମ ଏସିଆର ସୁରକ୍ଷା ପରିସ୍ଥିତି କେତେଦୂର ଦାୟୀ, ତାହା ନେଇ ଏବେ ଚର୍ଚ୍ଚା ଜାରି ରହିଛି।
ରାଉରକେଲା: ପରୀକ୍ଷା ଫଳ ପ୍ରକାଶରେ ନୂଆ ରେକର୍ଡ କରିଛି ଓଡ଼...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ ନେଇ ଆଶା ସ...
ରୋଗୀ ସାଜି ଘରେ ପଶିଲେ, ଚିକିତ୍ସା କରାଇବା ବାହାନାରେ କବାଟ...
ନୂଆଦିଲ୍ଲୀରେ ଶନିବାରଠାରୁ ଆରମ୍ଭ ହୋଇଥିବା୧୮ତମ BRICS ଶିଖ...
କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...
Android ବ୍ୟବହାରକାରୀଙ୍କ ପାଇଁ ଏକ ନୂଆ ମାଲୱେର୍‌କୁ...
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆୟର୍ଲାଣ୍ଡ ଗସ...
ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଚାଲିଥିବା BRICS ସମ୍ମି...
ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଛାତିଥରା ହତ୍ୟାକାଣ୍ଡ ସା...
କୃତ୍ରିମ ବୁଦ୍ଧିମତ୍ତା ବା AIର ଦ୍ରୁତ ବିକାଶ ମଧ୍ୟରେ ଏହାର...
କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଏକ ବଡ଼ ଲୁଟ୍‌ ଘଟଣା ସ...
ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ବଢ଼ୁଥିବା ଗୁଳିକାଣ୍ଡ ଘଟଣ...