Turkey school shooting at Ayser Calık Secondary School leaves students and teacher dead

ତୁର୍କୀର ଏକ ସ୍କୁଲରେ ଗୁଳିକାଣ୍ଡ: ୩ ଛାତ୍ର ସହ ୪ ମୃତ, ୨୦ରୁ ଅଧିକ ଆହତ

ତୁର୍କୀର Ayser Calık Secondary School ରେ ଘଟିଥିବା ଭୟାବହ ଗୁଳିକାଣ୍ଡରେ ୩ ଛାତ୍ର ଏବଂ ୧ ଶିକ୍ଷକ ସହିତ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ଆକ୍ରମଣକାରୀ ୮ମ ଶ୍ରେଣୀର ଜଣେ ଛାତ୍ର ଥିବା ନିଶ୍ଚିତ ହୋଇଛି ଏବଂ ସେ ମଧ୍ୟ ଘଟଣା ସମୟରେ ମୃତ୍ୟୁବରଣ କରିଛି।

ତୁର୍କୀର Ayser Calık Secondary School ରେ ଏକ ଦୁଃଖଦ ଓ ଭୟାବହ ଗୁଳିକାଣ୍ଡ ଘଟିଛି। ଏହି ଘଟଣାରେ କମ୍ତରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ମୃତକମାନଙ୍କ ମଧ୍ୟରେ ୩ ଜଣ ଛାତ୍ର ଏବଂ ୧ ଜଣ ଶିକ୍ଷକ ଅଛନ୍ତି।

ସ୍ଥାନୀୟ ପ୍ରଶାସନ ଅନୁସାରେ ଏହି ଗୁଳିକାଣ୍ଡରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଛି ଏବଂ ଚିକିତ୍ସା ଜାରି ରହିଛି।

ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଆକ୍ରମଣକାରୀ ସେହି ସ୍କୁଲରେ ପଢୁଥିବା ୮ମ ଶ୍ରେଣୀର ଜଣେ ଛାତ୍ର ଥିଲା। ରିପୋର୍ଟ ଅନୁଯାୟୀ, ସେ ତାଙ୍କ ବାପାଙ୍କ ଗନ୍କୁ ବ୍ୟାଗ୍ରେ ନେଇ ସ୍କୁଲକୁ ଆଣିଥିଲା। ଆକ୍ରମଣ ସମୟରେ ଆକ୍ରମଣକାରୀ ମଧ୍ୟ ମୃତ୍ୟୁବରଣ କରିଛି। ଏହି ଘଟଣାର କାରଣ (ମୋଟିଭ୍) ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଏବଂ ତଦନ୍ତ ଚାଲିଛି।

ଘଟଣା ସହିତ ସହିତ ଆପାତକାଳୀନ ଟିମ୍, ସୁରକ୍ଷା ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁଲ ପରିସରକୁ ସିଲ୍ କରିଥିଲେ। ଅଞ୍ଚଳକୁ କର୍ଡନ୍ କରାଯାଇ ସୁରକ୍ଷା ବଢ଼ାଯାଇଛି। ଗଭର୍ନର Mukerrem Unluer ମୃତ୍ୟୁ ଓ ଆହତ ସଂଖ୍ୟା ନିଶ୍ଚିତ କରିଥିବା ସହ ତଦନ୍ତ ଜାରି ଥିବା କଥା କହିଛନ୍ତି।

ଏହା ଗତ ୪୮ ଘଣ୍ଟା ମଧ୍ୟରେ ତୁର୍କୀର ଦ୍ୱିତୀୟ ସ୍କୁଲ ଗୁଳିକାଣ୍ଡ। ଏହା ପୂର୍ବଦିନ Sanliurfa ଅଞ୍ଚଳରେ ଘଟିଥିବା ଗୁଳିକାଣ୍ଡରେ ୧୬ ଜଣ ଆହତ ହୋଇଥିଲେ। ସେହି ଘଟଣାରେ ଆକ୍ରମଣକାରୀ ୧୭ ବର୍ଷୀୟ ପୂର୍ବତନ ଛାତ୍ର ଥିଲା ଏବଂ ଗୁଳିକାଣ୍ଡ ପରେ ସେ ଆତ୍ମହତ୍ୟା କରିଥିଲା।

ଲଗାତାର ଦୁଇଟି ଘଟଣା ପରେ ତୁର୍କୀରେ ସ୍କୁଲ ସୁରକ୍ଷା, ଛାତ୍ରଛାତ୍ରୀଙ୍କ ହାତକୁ ଅସ୍ତ୍ର ପହଞ୍ଚିବା ଓ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚର୍ଚ୍ଚା ତୀବ୍ର ହୋଇଛି। ସରକାର ଓ ପ୍ରଶାସନ ସ୍କୁଲ ସୁରକ୍ଷା ବ୍ୟବସ୍ଥାକୁ ପୁନଃ ସମୀକ୍ଷା କରିବା ନେଇ ପଦକ୍ଷେପ ନେବାର ସମ୍ଭାବନା ରହିଛି।

Latest News
ଏସ୍‌ସିବି ମେଡିକାଲରେ ଦୁର୍ଲଭ ସର୍ଜରୀର ସଫଳତା: CAH ରୋଗୀଙ୍କୁ ମିଳିଲା ସାଧାରଣ ଜୀବନର ନୂଆ ଆଶା

ଏସ୍‌ସିବି ମେଡିକାଲରେ ଦୁର୍ଲଭ ସର୍ଜରୀର ସଫଳତା: CAH...

କଟକର ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପୁଣିଥରେ ଚିକିତ...

ସାପ୍ତାହିକ ରାଶିଫଳ: ଜୁଲାଇ ୨୦ରୁ ୨୭, ୨୦୨୬; ଜାଣନ୍ତୁ କେଉଁ ରାଶି ପାଇଁ ଖୋଲିବ ଭାଗ୍ୟର ଦ୍ୱାର, କାହାକୁ ରହିବାକୁ ହେବ ସତର୍କ

ସାପ୍ତାହିକ ରାଶିଫଳ: ଜୁଲାଇ ୨୦ରୁ ୨୭, ୨୦୨୬;...

ମେଷ ଏହି ସପ୍ତାହ ଆପଣଙ୍କ କର୍ମକ୍ଷେତ୍ର ପାଇଁ ଉତ୍ସାହଜନ...

ଆନ୍ଦୋଳନରେ ଲାଠି ଧରି ଆସିଲା ପୁଲିସ, ଜାତୀୟ ସଙ୍ଗୀତ ଗାଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ କଲେ ଛାତ୍ରଛାତ୍ରୀ

ଆନ୍ଦୋଳନରେ ଲାଠି ଧରି ଆସିଲା ପୁଲିସ, ଜାତୀୟ...

ଦେଶର ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଛାତ୍ରଛାତ୍ରୀଙ୍କ...

ଗଜପତି ମୋହନା ସିଏଚ୍‌ସିରେ ଖୋଲାରେ ପଡ଼ିରହିଛି ଔଷଧ, ମିଆଦ ପୂର୍ଣ୍ଣ ଓ ବ୍ୟବହାରଯୋଗ୍ୟ ମେଡିସିନ୍ ମିଳିବା ପରେ ତଦନ୍ତ ନିର୍ଦ୍ଦେଶ

ଗଜପତି ମୋହନା ସିଏଚ୍‌ସିରେ ଖୋଲାରେ ପଡ଼ିରହିଛି ଔଷଧ,...

ଗଜପତି ଜିଲ୍ଲାର ମୋହନା କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚ୍ସ...

ଏସ୍‌ସିବିରେ ‘ମହାପ୍ରୟାଣ’ ସେବା ସଙ୍କଟ: ଶବବାହୀ ଗାଡ଼ି ଅଭାବରୁ ବେସରକାରୀ ଆମ୍ବୁଲାନ୍ସ ଭରସାରେ ଗରିବ ପରିବାର

ଏସ୍‌ସିବିରେ ‘ମହାପ୍ରୟାଣ’ ସେବା ସଙ୍କଟ: ଶବବାହୀ ଗାଡ଼ି...

ଓଡ଼ିଶାର ସବୁଠାରୁ ବଡ଼ ରେଫରାଲ୍ ହସ୍ପିଟାଲ କଟକସ୍ଥିତ ଏସ୍ସ...

ଓଡ଼ିଶାରେ କୋଭିଡ୍ ଆକ୍ରାନ୍ତ ସଂଖ୍ୟା ୩ରେ ପହଞ୍ଚିଲା, ପରିସ୍ଥିତି ନିୟନ୍ତ୍ରଣରେ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଓଡ଼ିଶାରେ କୋଭିଡ୍ ଆକ୍ରାନ୍ତ ସଂଖ୍ୟା ୩ରେ ପହଞ୍ଚିଲା,...

ଓଡ଼ିଶାରେ କୋଭିଡ୍-୧୯ ମାମଲାକୁ ନେଇ ଜନସ୍ୱାସ୍ଥ୍ୟ ବିଭାଗ ପ...

“ସେମାନେ ଦେଶର ଭବିଷ୍ୟତ, ଶତ୍ରୁ ନୁହନ୍ତି”; ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ସୋନିଆ ଗାନ୍ଧୀ

“ସେମାନେ ଦେଶର ଭବିଷ୍ୟତ, ଶତ୍ରୁ ନୁହନ୍ତି”; ଧର୍ମେନ୍ଦ୍ର...

ଦେଶବ୍ୟାପୀ ନିଟ୍ ପରୀକ୍ଷା ବିବାଦ ଓ ଶିକ୍ଷା ବ୍ୟବସ୍ଥାକୁ ନ...

ଶିବରାଜ ପାଟିଲଙ୍କ ଠାରୁ ପବନ ବନସଲ ପର୍ଯ୍ୟନ୍ତ: ମନମୋହନ ସରକାରରେ କେତେ ମନ୍ତ୍ରୀ ଦେଇଥିଲେ ଇସ୍ତଫା?

ଶିବରାଜ ପାଟିଲଙ୍କ ଠାରୁ ପବନ ବନସଲ ପର୍ଯ୍ୟନ୍ତ:...

୨୦୦୪ ଲୋକସଭା ନିର୍ବାଚନ ପରେ ଡ଼. ମନମୋହନ ସିଂହଙ୍କ ନେତୃତ୍...

ୱାଙ୍ଗଚୁକ ଅନଶନ ଭଙ୍ଗିଲେ, ଅଭିଜିତଙ୍କ ଆନ୍ଦୋଳନ ଜାରି: ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାରଙ୍କୁ ନୂଆ ଚ୍ୟାଲେଞ୍ଜ

ୱାଙ୍ଗଚୁକ ଅନଶନ ଭଙ୍ଗିଲେ, ଅଭିଜିତଙ୍କ ଆନ୍ଦୋଳନ ଜାରି:...

ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନର ରାଜନୀତି ପୁଣିଥରେ ଚର୍ଚ୍ଚାର...

Breaking News
କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍ କ୍ୱାର୍ଟରଫାଇନାଲ୍‌ ପୂର୍ବରୁ ଇଂଲଣ୍ଡ-ନରୱେ ପ୍ରଧାନମନ୍ତ୍ରୀଙ୍କ ଜର୍ସି ଅଦଳବଦଳ, ଫୁଟବଲ୍‌କୁ ନେଇ ମଜାଦାର କଥାବାର୍ତ୍ତା ଆମେରିକା ଉପରେ ଚୁକ୍ତି ଉଲ୍ଲଂଘନର ଅଭିଯୋଗ ଆଣିଲେ ଇରାନ ସଂସଦ ବାଚସ୍ପତି; କହିଲେ- ‘ଦାଦାଗିରିର ଯୁଗ... ଦୌସା ଦୁର୍ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ସୁରକ୍ଷା ଯାଞ୍ଚ କଲେ ନୀତିନ ଗଡ଼କରୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ: ଚାଲିଛି ବ୍ୟାପକ ତଲାସି, ମୁତୟନ ବୋମା ନିଷ୍କ୍ରିୟକରଣ ସ୍କ୍ୱାଡ୍
+