ସୋମବାର ଜାପାନର ଉତ୍ତର-ପୂର୍ବ ଉପକୂଳରେ ଭୟାବହ 7.7 ମାଗ୍ନିଟ୍ୟୁଡର ଭୂକମ୍ପ ଆଘାତ ଲାଗିଛି। ଜାପାନ ମେଟିଓରୋଲଜିକାଲ ଏଜେନ୍ସି (JMA) ଅନୁସାରେ, ଏହି ଭୂକମ୍ପ ପ୍ୟାସିଫିକ ସମୁଦ୍ରରେ 10 କି.ମି. ଗଭୀରତାରେ ଘଟିଥିଲା। ଏହା ପରେ ଇୱାଟେ, ଆଓମୋରି ଓ ହୋକ୍କାଇଡୋ ପ୍ରାନ୍ତ ପାଇଁ ସୁନାମି ସତର୍କତା ଜାରି କରାଯାଇଛି।
JMA ଦ୍ୱାରା ଇୱାଟେ ପ୍ରାନ୍ତର କୁଜି ବନ୍ଦରରେ 80 ସେ.ମି. ଏବଂ ଅନ୍ୟ ଏକ ସ୍ଥାନରେ 40 ସେ.ମି. ଉଚ୍ଚତାର ତରଙ୍ଗ ଦର୍ଶାଯାଇଛି। ଦିନଭରି ଅଧିକ ଛୋଟ ତରଙ୍ଗ ଆସିପାରେ ବୋଲି ସଚେତନ କରାଯାଇଛି।
ପ୍ରଧାନମନ୍ତ୍ରୀ ସନାଏ ତାକାଇଚି ଆପାତକାଳୀନ ଟାସ୍କ ଫୋର୍ସ ଗଠନ କରିଛନ୍ତି ଏବଂ ପ୍ରଭାବିତ ଅଞ୍ଚଳର ନାଗରିକମାନଙ୍କୁ ତତ୍କ୍ଷଣାତ୍ ସୁରକ୍ଷିତ ସ୍ଥାନକୁ ସରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
NHK ଟେଲିଭିଜନ ଚ୍ୟାନେଲର ଭିଡିଓରେ ହୋକ୍କାଇଡୋର ହାଚିନୋହେ ବନ୍ଦରରୁ ଜାହାଜମାନେ ସମୁଦ୍ରକୁ ବାହାରୁଥିବା ଦେଖାଯାଇଥିଲା, ସ୍କ୍ରିନରେ ‘Tsunami! Evacuate!’ ସତର୍କ ସନ୍ଦେଶ ଫ୍ଲାଶ ହେଉଥିଲା।
3 ମିଟର ଉଚ୍ଚତାର ସୁନାମି ତରଙ୍ଗ ନିମ୍ନାଞ୍ଚଳକୁ ବିପଦରେ ପକାଇପାରେ, ଘରବାଡ଼ି ଓ ଅଟାଳିକା ଜଳମଗ୍ନ ହେବାର ସମ୍ଭାବନା ରହିଛି ବୋଲି JMA ସୂଚନା ଦେଇଛି।
ଭୂକମ୍ପର ତୀବ୍ରତା ଜାପାନର ସିସ୍ମିକ୍ ସ୍କେଲରେ “ଅପର 5” ମାପ ହୋଇଛି, ଯାହା ମଣିଷଙ୍କ ଚଳାଚଳକୁ କଷ୍ଟକର କରିପାରେ ଏବଂ ଦୁର୍ବଳ ଦିଵାଲ ଧସିପଡ଼ିବାର ସମ୍ଭାବନା ରହିଛି।
ଭୂକମ୍ପ ପରେ ଟୋକିଓ ଓ ଆଓମୋରି ମଧ୍ୟରେ ବୁଲେଟ୍ ଟ୍ରେନ୍ ସେବା ବନ୍ଦ କରାଯାଇଛି। ବିଦ୍ୟୁତ କମ୍ପାନୀମାନେ ନିଜ ଉପକରଣ ଯାଞ୍ଚ କରୁଛନ୍ତି। ଓନାଗାୱା ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟରେ ମଧ୍ୟ ଯାଞ୍ଚ ଚାଲିଛି।
ଜାପାନ ପ୍ୟାସିଫିକ “ରିଙ୍ଗ ଅଫ ଫାୟର” ଅଞ୍ଚଳରେ ଥିବାରୁ ଭୂକମ୍ପ ପ୍ରବଣ ଦେଶ। 2011 ମସିହାର ଭୟାବହ 9.0 ମାଗ୍ନିଟ୍ୟୁଡର ଭୂକମ୍ପ ଓ ସୁନାମିରେ 22,000 ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ।
ସମ୍ପ୍ରତି ଘଟିଥିବା ଏହି ଭୂକମ୍ପ ଓ ସୁନାମି 2011 ଭଳି ପରିସ୍ଥିତି ସୃଷ୍ଟି କରିବ କିନା ବୋଲି ଚିନ୍ତା ବୃଦ୍ଧି ପାଇଛି।
ବିରାଟ କୋହଲି ୨୦୨୭ ମସିହାର ODI ବିଶ୍ୱକପ୍‌ ଖେଳିବେ...
ଭୁବନେଶ୍ୱର: ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ସ୍ୱ...
ମହମ୍ମଦ ଶାମିଙ୍କୁ ଭାରତୀୟ କ୍ରିକେଟ୍ ଦଳ ଅଣଦେଖା କରିନାହିଁ...
ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଦେବାକୁ ନ...
ଭୁବନେଶ୍ୱର:ହୃଦ୍ରୋଗ କିମ୍ବା ଷ୍ଟ୍ରୋକ୍ ପରେ ରୋଗୀଙ୍କ ଶାରୀ...
ଦୁବାଇରେ ଗୁରୁବାର ଖେଳାଯାଇଥିବା ମହିଳା ଏସିଆ କପ୍‌ର...
କଦଳୀକୁ ସାଧାରଣତଃ ସ୍ୱାସ୍ଥ୍ୟକର ଫଳ ଭାବେ ଲୋକେ ଖାଇଥାନ୍ତି...
ଇଷ୍ଟ ଜୋନ୍‌ ଦୀର୍ଘ ୧୩ ବର୍ଷ ପରେ ଦୁଲୀପ୍‌ ଟ୍ର...