ନୂଆଦିଲ୍ଲୀ: ଭାରତ ଉପରେ ପୁଣି ଶୁଳ୍କ ବୋମା ପକାଇବାକୁ ପ୍ରସ୍ତୁତ ହେଉଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।ଭାରତ, ଚୀନ୍ ଓ ୟୁରୋପୀୟ ସଂଘ ସମେତ ୧୬ଟି ଦେଶ ଉପରେ ନୂଆ ଆମଦାନି ଶୁଳ୍କ ଲଗାଇବା ନେଇ ଆମେରିକା ପ୍ରଶାସନ ପ୍ରସ୍ତୁତି ଚଳାଇଛି। ଏହି ଦେଶଗୁଡ଼ିକରେ ଶିଳ୍ପ କ୍ଷେତ୍ରରେ ଆବଶ୍ୟକତାଠାରୁ ଅଧିକ ଉତ୍ପାଦନ କ୍ଷମତା ରହିଥିବା ଅଭିଯୋଗରେ ଆମେରିକା ପକ୍ଷରୁ ତଦନ୍ତ କରାଯାଇଥିଲା।
ଆଠ ମାସ ପୂର୍ବରୁ ଆରମ୍ଭ ହୋଇଥିବା ଏହି ତଦନ୍ତର ରିପୋର୍ଟ ଆମେରିକାର ବାଣିଜ୍ୟ ପ୍ରତିନିଧି (USTR) ଖୁବ୍ଶୀଘ୍ର ପ୍ରକାଶ କରିବେ। ଏହା ପରେ ନୂଆ ଶୁଳ୍କ ଲାଗୁ କରିବା ନେଇ ପ୍ରସ୍ତାବ ଆସିପାରେ। ଆମେରିକାରୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ଅନୁସାରେ, ଚଳିତ ସପ୍ତାହରେ ନୂଆ ଶୁଳ୍କ ବୃଦ୍ଧି ହୋଇପାରେ। ସେହିପରି ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ମଙ୍ଗଳବାରଠାରୁ ମଧ୍ୟ ଏହାର ଘୋଷଣା ହେବା ସମ୍ଭାବନା ରହିଛି।
ଆମେରିକାର ସୁପ୍ରିମକୋର୍ଟରେ ଜରୁରୀକାଳୀନ କ୍ଷମତା ବ୍ୟବହାର କରି 'ପାରସ୍ପରିକ ଶୁଳ୍କ' ଲଗାଇବା ପ୍ରସଙ୍ଗରେ ଝଟକା ଲାଗିବା ପରେ ଟ୍ରମ୍ପ ପ୍ରଶାସନ Section 301 ଅନୁସାରେ ଦୁଇଟି ତଦନ୍ତ ଆରମ୍ଭ କରିଥିଲା।
ପ୍ରଥମ ତଦନ୍ତରେ ବାଧ୍ୟତାମୂଳକ ଶ୍ରମ ଦ୍ୱାରା ଉତ୍ପାଦିତ ସାମଗ୍ରୀର ଆମଦାନି ଉପରେ ରୋକ୍ ନଲଗାଇବା ଅଭିଯୋଗ ଆଣି ଭାରତ ସମେତ ୫୦ରୁ ଅଧିକ ଦେଶ ଉପରେ ୧୦ରୁ ୧୨.୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଯାଇଥିଲା। ଏହି ମାମଲାରେ ଭାରତ ପ୍ରାରମ୍ଭିକ ୧୨.୫ ପ୍ରତିଶତ ପ୍ରସ୍ତାବ ବଦଳରେ ୧୦ ପ୍ରତିଶତ ଶୁଳ୍କରେ ରିହାତି ପାଇଥିଲା।
ଆହୁରି ପଢନ୍ତୁ: ନେତାନ୍ୟାହୁଙ୍କୁ କ୍ଷମତାରୁ ହଟାଇବାକୁ ବିରୋଧୀଙ୍କ ମେଳି! ଇସ୍ରାଏଲରେ ନୂଆ ସରକାର ଗଠନ ପାଇଁ ମେଣ୍ଟ
ନୂଆ ଶୁଳ୍କ ତଦନ୍ତର ପରିଣାମ ଭାରତ ପାଇଁ ନକାରାତ୍ମକ ହେବ ନାହିଁ ବୋଲି କେନ୍ଦ୍ର ସରକାର ଆଶା ରଖିଛନ୍ତି। ଭାରତରେ ଶିଳ୍ପ କ୍ଷେତ୍ରରେ କୌଣସି ଗଠନମୂଳକ ଅତିରିକ୍ତ ଉତ୍ପାଦନ କ୍ଷମତା ନାହିଁ ବୋଲି ସରକାରଙ୍କ ଯୁକ୍ତି। ବିଶ୍ୱର ଦ୍ରୁତତମ ବିକାଶଶୀଳ ବଡ଼ ଅର୍ଥନୀତି ଭାବେ ଭାରତରେ ଭବିଷ୍ୟତରେ ଚାହିଦା ବୃଦ୍ଧି ଆଶାରେ ଉତ୍ପାଦନ କ୍ଷମତା ବଢ଼ାଯାଇଛି।
ଆମେରିକା ସରକାରଙ୍କ ସହ ଆଲୋଚନା ସମୟରେ ଭାରତୀୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଅତିରିକ୍ତ ଉତ୍ପାଦନ କ୍ଷମତା ସୃଷ୍ଟି ପାଇଁ ସରକାର କୌଣସି ବିଶେଷ ସବସିଡି କିମ୍ବା ସହାୟତା ଦେଇନାହାନ୍ତି। ଯେକୌଣସି ଦେଶରେ ଘରୋଇ ଉତ୍ପାଦନ ଅଧିକ ହେଲେ ସେହି ଦେଶ ରପ୍ତାନି କରିଥାଏ ବୋଲି ଭାରତ ପକ୍ଷରୁ ଯୁକ୍ତି ରଖାଯାଇଛି।
USTR ତଦନ୍ତ ରିପୋର୍ଟ ପ୍ରକାଶ ପାଇବା ପରେ ଏହା ଉପରେ ଶୁଣାଣି ହେବ। ଏହା ପରେ ପ୍ରାୟ ୪୫ ଦିନ ମଧ୍ୟରେ ଚୂଡ଼ାନ୍ତ ଶୁଳ୍କ ଘୋଷଣା ହୋଇପାରେ। ଶୁଳ୍କର ହାର ସ୍ପଷ୍ଟ ହେବା ପରେ ଭାରତ ସମେତ ପ୍ରଭାବିତ ଦେଶଗୁଡ଼ିକ ଆମେରିକା ସହ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା କରିବେ।
ଭାରତ ଆଶା କରୁଛି ଯେ, ଏହି ଆଲୋଚନାରେ ଏହାର ରପ୍ତାନି କ୍ଷେତ୍ରରେ ଅନ୍ୟ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ ଦେଶ ତୁଳନାରେ ଅଧିକ ସୁବିଧା ମିଳିବ ।
ଆହୁରି ପଢନ୍ତୁ: ଆମେରିକାରେ ବଡ଼ ବିମାନ ଦୁର୍ଘଟଣା! ୨ ଶିଶୁଙ୍କ ସମେତ ୬ ନିଖୋଜ ଆଶଙ୍କା
ଆମେରିକାର ଶୀର୍ଷ ୨୦ ବାଣିଜ୍ୟ ସହଯୋଗୀ ଦେଶ ମଧ୍ୟରୁ କାନାଡା, ବ୍ରିଟେନ୍, ବ୍ରାଜିଲ୍ ଓ ଅଷ୍ଟ୍ରେଲିଆକୁ ଛାଡ଼ି ଅନ୍ୟ ଦେଶଗୁଡ଼ିକ ଏହି ତଦନ୍ତର ସମ୍ମୁଖୀନ ହେଉଛନ୍ତି। ଭାରତ, ଚୀନ୍, ୟୁରୋପୀୟ ସଂଘର ବଡ଼ ଦେଶଗୁଡ଼ିକ ସହ ନରୱେ, ଇଣ୍ଡୋନେସିଆ, କାମ୍ବୋଡିଆ ଓ ବାଂଲାଦେଶ ମଧ୍ୟ ଏହି ତାଲିକାରେ ରହିଛନ୍ତି।
ଏବେ ସମସ୍ତଙ୍କ ନଜର USTR ରିପୋର୍ଟ ଓ ଟ୍ରମ୍ପ ପ୍ରଶାସନର ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ରହିଛି। ଏହା ଆମେରିକା-ଭାରତ ବାଣିଜ୍ୟ ସମ୍ପର୍କ ଏବଂ ଭାରତୀୟ ରପ୍ତାନି ପାଇଁ କେତେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।
କଟକ: ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଂସ୍କୃତିକ...
କିନ୍ତୁ ତୃତୀୟ ସପ୍ତାହାନ୍ତରେ ଆୟ ଆନୁମାନିକ ୧୮ରୁ ୨୦ କୋଟି...
ନୂଆଦିଲ୍ଲୀ: ଭାରତୀୟ ସେନା, ନୌସେନା ଓ ବାୟୁସେନାରେ ଅଧିକାର...
ଅମରାବତୀ: ଭାରତରେ ଆଧୁନିକ ପ୍ରଯୁକ୍ତି ଶିକ୍ଷା କ୍ଷେତ୍ରରେ...
ଦିଲ୍ଲୀରେ ମହକିଲା ଓଡ଼ିଆ ପରମ୍ପରା ଓଡ଼ିଶାର ଗୌରବମୟ ଇତ...
“ସେ ମୋର ସବୁକିଛି, ମୋର ଅସ୍ତିତ୍ୱ ଥିଲେ…&r...
ଦେଶର ଶିକ୍ଷା ବ୍ୟବସ୍ଥାରେ ମୁଖସ୍ଥ ବିଦ୍ୟା ବଦଳରେ ବୁଝିବା...
ଭୁବନେଶ୍ୱର: ରାଜଧାନୀରେ ନିର୍ମାଣ ହେବାକୁ ଯାଉଛି ଏକ ଅତ୍ୟା...