ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତକୁ ନେଇ ରାଜ୍ୟ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଭୁବନେଶ୍ୱରରେ ପ୍ରାୟ ୪୮ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ପ୍ରାୟ ୨୦୦ ପୋଲିସ ଅଧିକାରୀ ନିୟୋଜିତ ରହିବେ।
କମିଶନରେଟ୍ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ମିଳିତ ଭାବେ କାରକେଡ୍ ରିହର୍ସାଲ୍ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ‘ବ୍ଲୁ ବୁକ୍’ ଏସ୍ଓପି ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଭୁବନେଶ୍ୱରରେ ପ୍ରାୟ ୪୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ। ଏହା ସହିତ ୨୦୦ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱ ସମ୍ଭାଳିବେ। ବିମାନବନ୍ଦରରେ ମଧ୍ୟ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ।
ରାଷ୍ଟ୍ରପତିଙ୍କ କାରକେଡ୍ରେ ପ୍ରାୟ ୧୮ଟି ଗାଡ଼ି ରହିବ। ଏଥିରେ ପାଇଲଟ୍ କାର୍, ଆଡଭାନ୍ସ ପାଇଲଟ୍ କାର୍, ଜାମର୍ ଗାଡ଼ି, ଏସକର୍ଟ ଗାଡ଼ି, ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀର ଗାଡ଼ି ସାମିଲ ରହିବ। ରାଷ୍ଟ୍ରପତିଙ୍କ ସୁରକ୍ଷାରେ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି, ସ୍ପେଶାଲ ବ୍ରାଞ୍ଚ, ଗୁଇନ୍ଦା ବିଭାଗ ଓ ପ୍ରେସିଡେଣ୍ଟସ୍ ବଡିଗାର୍ଡ (PBG) କମାଣ୍ଡୋ ନିୟୋଜିତ ରହିବେ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରୁଟ୍ ଲାଇନିଂ, ଟ୍ରାଫିକ୍ ନିୟନ୍ତ୍ରଣ ଓ ପାର୍କିଂ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ଟ୍ରାଫିକ୍ ପରିଚାଳନା ପାଇଁ ୪୫୦ ଜଣ ଟ୍ରାଫିକ୍ କନଷ୍ଟେବଳଙ୍କ ସହ ଅତିରିକ୍ତ ୯୬ ଜଣ ଟ୍ରାଫିକ୍ କର୍ମଚାରୀ ବିଭିନ୍ନ ଛକ ଓ ଗଳିକନ୍ଦିରେ ନିୟୋଜିତ ରହିବେ।
କୌଣସି ଅଘଟଣର ମୁକାବିଲା ପାଇଁ ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ୍ (STU) ଓ ସ୍ପେଶାଲ ଟାକ୍ଟିକାଲ୍ ଗ୍ରୁପ୍ (STG)କୁ ମଧ୍ୟ ସଜାଗ ରଖାଯିବ।
ରାଷ୍ଟ୍ରପତି ନଭେମ୍ବର ୨୪ରେ କଟକର ଐତିହାସିକ ବାଲିଯାତ୍ରା ମହୋତ୍ସବରେ ଯୋଗଦେବେ। ଏହା ପରେ ନଭେମ୍ବର ୨୫ରେ ଭୁବନେଶ୍ୱରରେ ଆୟୋଜିତ ଜାତୀୟ ହୋମିଓପାଥି ବୈଜ୍ଞାନିକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ ବିଭାଗ ସମନ୍ୱୟ ରଖି କାମ କରୁଛନ୍ତି।
ମୁମ୍ବାଇ: ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନକୁ ନେ...
ମହିଳା ଫୁଟବଲ୍‌ ଜଗତରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି...
୨୬ ଆସନରେ କଂଗ୍ରେସକୁ ଅଟକାଇବାକୁ ଚାହୁଁଛି ସମାଜବାଦୀ ପାର୍...
ଭାରତୀୟ କ୍ରିକେଟ୍ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ପୁ...
ନୂଆଦିଲ୍ଲୀ: ପବିତ୍ର ଗୁରୁ ନାନକ ଜୟନ୍ତୀ ଅବସରରେ ଦିଲ୍ଲୀର...
ଶ୍ରୀକୃଷ୍ଣଙ୍କୁ ନେଇ ମନ୍ତବ୍ୟରୁ ଆରମ୍ଭ ହୋଇଥିଲା ବିବାଦ...
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଗାମୀ ନିର୍ବାଚନକୁ ନେଇ ରାଜନୈତି...
ହସିନାଙ୍କ ଫେରିବା ଯୋଜନାକୁ ନେଇ ବାଂଲାଦେଶରେ ହଟଚମଟ ବା...