କୋରାପୁଟ: ବିବାଦୀୟ କୋଟିଆ ଅଞ୍ଚଳକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା ସୀମା ବିବାଦ ପୁଣି ତୀବ୍ର ହେବାରେ ଲାଗିଛି। କୋଟିଆରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ଡିସେମ୍ବର ୨ ତାରିଖରେ ପଞ୍ଚାୟତ ନିର୍ବାଚନ କରାଯିବାକୁ ଥିବାରୁ ଅଞ୍ଚଳରେ ନିର୍ବାଚନୀ ତାତି ବଢ଼ିଛି।
ନାମାଙ୍କନ ପ୍ରକ୍ରିୟାର ତୃତୀୟ ଦିନରେ ଆଉ ୪ ଜଣ ପ୍ରାର୍ଥୀ ନିଜ ନାମାଙ୍କନ ଦାଖଲ କରିଛନ୍ତି। ଏଥିମଧ୍ୟରୁ ଗଞ୍ଜେପଦରରୁ ଜଣେ, ଫଗୁଣସିନେରିରୁ ଦୁଇ ଜଣ ଏବଂ ଫାଟୁସିନେରିରୁ ଜଣେ ପ୍ରାର୍ଥୀ ରହିଛନ୍ତି।
୩ ଦିନରେ ୫୮ ପ୍ରାର୍ଥୀଙ୍କ ନାମାଙ୍କନ
ସୂଚନା ଅନୁସାରେ, ତିନି ଦିନ ମଧ୍ୟରେ ମୋଟ ୫୮ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ସେଥିମଧ୍ୟରୁ ୧୨ ଜଣ ସରପଞ୍ଚ ପଦ ପାଇଁ ଏବଂ ୪୬ ଜଣ ୱାର୍ଡ ସଭ୍ୟ ପଦ ପାଇଁ ନାମାଙ୍କନ କରିଛନ୍ତି। ଏହାକୁ ନେଇ କୋଟିଆ ଅଞ୍ଚଳରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।
ସଜାଗ ଓଡ଼ିଶା ପ୍ରଶାସନ
ଆନ୍ଧ୍ରପ୍ରଦେଶର ନିର୍ବାଚନୀ ପ୍ରକ୍ରିୟାକୁ ନେଇ ଓଡ଼ିଶା ପ୍ରଶାସନ ମଧ୍ୟ ସତର୍କ ରହିଛି। ନିର୍ବାଚନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ନଘଟିବା ପାଇଁ ସୀମାନ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି। ବିଭିନ୍ନ ସ୍ଥାନରେ ଚେକପୋଷ୍ଟ ସ୍ଥାପନ ସହ ପୋଲିସ ପାଟ୍ରୋଲିଂ ଓ ଫ୍ଲାଗମାର୍ଚ୍ଚ କରାଯାଉଛି।
ଏହାସହ ଡିସେମ୍ବର ୧ ଓ ୨ ତାରିଖରେ କୋଟିଆରେ ଓଡ଼ିଶା ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ସହ ପ୍ରଶାସନିକ ଉପସ୍ଥିତି ବଢ଼ାଇବାକୁ ପ୍ରସ୍ତୁତି ଚାଲିଛି। କୋଟିଆର ସମ୍ବେଦନଶୀଳ ଅଞ୍ଚଳ ଉପରେ ପୋଲିସ ଓ ପ୍ରଶାସନ ତୀକ୍ଷ୍ଣ ନଜର ରଖିଛନ୍ତି।
ଆଗାମୀ ଡିସେମ୍ବର ୧ ଓ ୨ ତାରିଖରେ କୋଟିଆରେ ଓଡ଼ିଶା ପକ୍ଷରୁ ହେବାକୁ ଥିବା କାର୍ଯ୍ୟକ୍ରମ ଏବଂ ଆନ୍ଧ୍ରର ନିର୍ବାଚନକୁ ନେଇ ଏବେ ସମସ୍ତଙ୍କ ନଜର ରହିଛି।
୫୩ ବଲ୍‌ରେ ୨୦୪ ରନ୍, ରେକର୍ଡ ପରେ ରେକର୍ଡ ଭାଙ୍ଗିଲେ...
“ସେ ମୋର ସବୁକିଛି, ମୋର ଅସ୍ତିତ୍ୱ ଥିଲେ…&r...
୩୮ ଚାଲ୍‌ ପରେ ଡ୍ର’ ହେଲା ପ୍ରଥମ ଗେମ୍ ଜେ...
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଗାମୀ ନିର୍ବାଚନକୁ ନେଇ ରାଜନୈତି...
କିନ୍ତୁ ତୃତୀୟ ସପ୍ତାହାନ୍ତରେ ଆୟ ଆନୁମାନିକ ୧୮ରୁ ୨୦ କୋଟି...
ଏବେ ଟକ୍‌ ଶୋ’ ହୋଷ୍ଟ ହେବେ ମେଗାଷ୍ଟାର ଚିରଞ୍...
ବକ୍ସ ଅଫିସରେ ଇତିହାସ ରଚିବାକୁ ଯାଉଛି ରଣବୀର କପୁର ଓ ୟଶଙ୍...
ମହିଳା ଫୁଟବଲ୍‌ ଜଗତରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି...