ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନିଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ଓ ଇସ୍ରାଏଲୀ ଆକ୍ରମଣରେ ଇରାନ ନିଜର ସାମରିକ କ୍ଷମତା ଓ ଶୀର୍ଷ କମାଣ୍ଡରଙ୍କୁ ହରାଇଛି।
ଫକ୍ସ ନ୍ୟୁଜ୍କୁ ଦେଇଥିବା ସାକ୍ଷାତକାରରେ ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନର ନୌସେନା, ବାୟୁସେନା ଓ ପ୍ରତିରକ୍ଷା ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି। ସେ ଆହୁରି କହିଛନ୍ତି ଯେ, ଇରାନର ବହୁ ବଡ଼ ନେତା ଯୁଦ୍ଧରେ ନିହତ ହୋଇଛନ୍ତି।
ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନର ବର୍ତ୍ତମାନର ସର୍ବୋଚ୍ଚ ନେତା ମୋଜତାବା ଖାମେନି ‘୯୦ ପ୍ରତିଶତ ମୃତ’ ଅବସ୍ଥାରେ ଅଛନ୍ତି। ତେବେ ଏହି ଦାବିର କୌଣସି ସ୍ୱାଧୀନ ନିଶ୍ଚିତତା ମିଳିନାହିଁ।
ମୋଜତାବା ଖାମେନି ଗତ କିଛି ସମୟ ଧରି ସାଧାରଣ ସ୍ଥାନରେ ଦେଖାଯାଇନଥିବାରୁ ତାଙ୍କ ସ୍ୱାସ୍ଥ୍ୟ ଓ ଅବସ୍ଥାନକୁ ନେଇ ଅନେକ ଅନୁମାନ ଚାଲିଛି। ସେ ତାଙ୍କ ପିତା ଆୟାତୋଲ୍ଲା ଅଲି ଖାମେନିଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ଉପସ୍ଥିତ ନଥିଲେ।
ସାକ୍ଷାତକାର ସମୟରେ ଟ୍ରମ୍ପ ପୂର୍ବତନ ଇରାନୀ ସର୍ବୋଚ୍ଚ ନେତା ଆୟାତୋଲ୍ଲା ରୁହୋଲ୍ଲା ଖୋମେନି ଓ ବର୍ତ୍ତମାନର ନେତାଙ୍କ ନାମ ନେଇ ଭୁଲ କରିଥିବା ମଧ୍ୟ ଚର୍ଚ୍ଚା ହୋଇଛି।
ଇରାନ-ଆମେରିକା ମଧ୍ୟରେ ବଢ଼ୁଥିବା ତିକ୍ତତା ମଧ୍ୟରେ ଟ୍ରମ୍ପଙ୍କ ଏହି ବୟାନ ଆନ୍ତର୍ଜାତୀୟ ସ୍ତରରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
Red Roomରୁ ଆରମ୍ଭ ହୋଇଥିଲା କ୍ଷମତାର ଲଢ଼େଇ Ultimate...
ଫ୍ୟାନ୍ସଙ୍କ ମଝିରେ ବସି ଦେଖିଲେ ଫିଲ୍ମ ରଜନୀକାନ୍ତଙ୍କ...
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ-ପାକ...
‘Scout ଆପଣଙ୍କ ପାଇଁ କିଏ?’ ପ୍ରୋମୋରେ ର...
ହ୍ୱାଇଟ୍ ହାଉସ୍‌କୁ ନେଇ ଟ୍ରମ୍ପଙ୍କୁ ଓବାମାଙ୍କ କଟାକ...
ୟୁରୋପରେ ୨୦୨୬ର ଗ୍ରୀଷ୍ମ ଅସହ୍ୟ ଗରମର ଏକ ଭୟାବହ ଚିତ୍ର ସା...
‘India’s biggest rebel soldier’...
ଆମେରିକା-ଇରାନ ମଧ୍ୟରେ ତିକ୍ତତା ପୁଣି ବଢ଼ିବାର ସଙ୍କେତ ମି...