ତ୍ରିପୁରା ପୁଲିସ ମହାନିର୍ଦ୍ଦେଶକ (DGP) ଅନୁରାଗ ଧନଖଡ଼ଙ୍କୁ ନେଇ ସୋମବାର ସକାଳେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଡିଜିପି କାର୍ଯ୍ୟାଳୟ ମଧ୍ୟରେ ତାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପ୍ରଚାରିତ ହେବା ପରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ପ୍ରଫେସର ମାଣିକ ସାହା ତୁରନ୍ତ ଡିଜିପି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତେବେ ଘଟଣାସ୍ଥଳରେ ପହଞ୍ଚିବା ପରେ ସେ ଗଣମାଧ୍ୟମ ସହ କୌଣସି ଆଲୋଚନା କରିନଥିଲେ।
ଏପର୍ଯ୍ୟନ୍ତ ଅନୁରାଗ ଧନଖଡ଼ଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଲା କିମ୍ବା ଏହା ପଛର କାରଣ କ’ଣ, ସେନେଇ ସରକାର କିମ୍ବା ପୁଲିସ ପକ୍ଷରୁ କୌଣସି ଅଧିକାରିକ ବୟାନ ଜାରି ହୋଇନାହିଁ।
ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଅନୁରାଗ ଧନଖଡ଼ ୧୯୯୪ ବ୍ୟାଚର ଜଣେ ଆଇପିଏସ ଅଧିକାରୀ ଥିଲେ। ସେ ମେ ୨୦୨୫ରେ ତ୍ରିପୁରା ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ଗୁଇନ୍ଦା ବିଭାଗର DGP ଭାବେ କାର୍ଯ୍ୟ କରିବା ସହ CBI ଓ BSF ଭଳି ପ୍ରମୁଖ ସଂସ୍ଥାରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।
ଘଟଣାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଚର୍ଚ୍ଚା ଚାଲିଥିଲେ ମଧ୍ୟ ଅଧିକାରିକ ସୂଚନା ପାଇଁ ଅପେକ୍ଷା କରାଯାଉଛି। ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।
ଆମେରିକା ଓ ଚୀନ୍‌ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (A...
ମୋଟା ଦରମା, ଆକର୍ଷଣୀୟ କର୍ପୋରେଟ୍ ଚାକିରି ଓ ଉଜ୍ଜ୍ୱଳ ଭବି...
ଲଗାଣ ବର୍ଷା ପରେ ବିହାରରେ ବନ୍ୟା ପରିସ୍ଥିତି ଆହୁରି ଗମ୍ଭୀ...
ନେପାଳରେ ପ୍ରାକୃତିକ ବିପର୍ଯ୍ୟୟର ଭୟ ଏବେ ବି ଟଳିନାହିଁ। ଅ...
ପିତାମାତାଙ୍କ ସମ୍ପତ୍ତିକୁ ନେଇ ଚାଲିଥିବା ଏକ ବିବାଦରେ ସୁପ...
ଆମେରିକାର ରିପବ୍ଲିକାନ୍‌ ପାର୍ଟି ପ୍ରଥମଥର ପାଇଁ ମିଡ...
ପ୍ରାୟ ୫ ବର୍ଷ ଧରି ଚାଲିଥିବା IDBI ବ୍ୟାଙ୍କର ଘରୋଇକରଣ ପ୍...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ପାକିସ୍ତାନରେ ନୂଆ ପ୍ରଦେଶ ଗଠନ ଓ ପ୍ରଦେଶ ବିଭାଜନକୁ ନେଇ ର...