Food safety officials seize chemically treated bananas during raid at a warehouse in Bhubaneswar

ଛେନା, ପନିର ପରେ କଦଳୀରେ ବିଷ! ଗୋଦାମରେ ଚଢ଼ାଉ ପରେ ଖାଉଟି ଆତଙ୍କିତ

ଛେନା ଓ ପନିରରେ ଅପମିଶ୍ରଣକୁ ନେଇ ଚିନ୍ତା ଦୂର ହୋଇନଥିବା ବେଳେ ଏବେ କଦଳୀରେ ମାତ୍ରାଧିକ ରାସାୟନିକ ବ୍ୟବହାର ନେଇ ଚିନ୍ତା ବଢ଼ିଛି। ଭୁବନେଶ୍ୱରର ଏକାଧିକ କଦଳୀ ଗୋଦାମରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ ସମୟରେ ରଙ୍ଗ ଦିଆ ଓ ରାସାୟନିକ ପଦାର୍ଥ ବ୍ୟବହୃତ କଦଳୀ ମିଳିଥିବା ଅଭିଯୋଗ ହୋଇଛି। ଶୀଘ୍ର କଦଳୀ ପଚାଇବା ପାଇଁ ଅନୁମତିଠାରୁ ଅଧିକ ରାସାୟନିକ ବ୍ୟବହାର ହେଉଥିବା ନେଇ ଫୁଡ୍ ସେଫ୍ଟି ବିଭାଗ ଚିନ୍ତା ପ୍ରକାଶ କରିଛି।

କଦଳୀକୁ ସାଧାରଣତଃ ସ୍ୱାସ୍ଥ୍ୟକର ଫଳ ଭାବେ ଲୋକେ ଖାଇଥାନ୍ତି। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ କଦଳୀର ଚାହିଦା ରହିଛି। ହେଲେ ଏବେ କଦଳୀ ପଚାଇବା ପ୍ରକ୍ରିୟାକୁ ନେଇ ସାମ୍ନାକୁ ଆସିଥିବା ଅଭିଯୋଗ ଖାଉଟିଙ୍କ ଚିନ୍ତା ବଢ଼ାଇଛି।

ଭୁବନେଶ୍ୱରର କଦଳୀ ଗୋଦାମରେ ଖାଦ୍ୟ ନିରାପତ୍ତା ବିଭାଗ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ରଙ୍ଗ ଦିଆ ଏବଂ ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥିବା କଦଳୀ ମିଳିଥିବା ଜଣାପଡ଼ିଛି। ଏହି କଦଳୀଗୁଡ଼ିକୁ ଜବତ କରି ଅଳିଆ ଗାଡ଼ିରେ ନେଇ ନଷ୍ଟ କରାଯାଇଥିବା ସୂଚନା ମିଳିଛି।

କଦଳୀକୁ ପ୍ରାକୃତିକ ଭାବେ ପାଚିବା ପାଇଁ ସମୟ ଲାଗୁଥିବାରୁ ଶୀଘ୍ର ବଜାରକୁ ଛାଡ଼ିବା ଲକ୍ଷ୍ୟରେ ଗୋଦାମରେ ରାସାୟନିକ ବ୍ୟବହାର କରାଯାଉଥିବା ଅଭିଯୋଗ ରହିଛି। କଦଳୀ ପାଚାଇବା ପାଇଁ ଇଥିଲିନ୍/ଇଥୋଫନ୍‌ ଭଳି ପଦାର୍ଥର ନିୟନ୍ତ୍ରିତ ବ୍ୟବହାର ନେଇ ନିୟମ ରହିଥିବା ବେଳେ ଏଠାରେ ମାତ୍ରାଧିକ ରାସାୟନିକ ବ୍ୟବହାର ହେଉଥିବା ନେଇ ଫୁଡ୍ ସେଫ୍ଟି ଅଧିକାରୀମାନେ ଆପତ୍ତି ଉଠାଇଛନ୍ତି।

ଫୁଡ୍ ସେଫ୍ଟି ବିଭାଗର ଅଭିଯୋଗ ଅନୁସାରେ, ଗୋଟିଏ ଦିନ ମଧ୍ୟରେ କଦଳୀ ପଚାଇବା ପାଇଁ ଅତ୍ୟଧିକ ରାସାୟନିକ ବ୍ୟବହାର କରାଯାଉଛି। ଏପରି କଦଳୀ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବା ଆଶଙ୍କା ରହିଛି। ଏହି ଘଟଣା ପରେ ବଜାରରୁ କଦଳୀ କିଣିବା ବେଳେ ଖାଉଟିଙ୍କ ମଧ୍ୟରେ ସତର୍କତା ବଢ଼ିଛି।

LIVE TV
LIVE
Latest News
POCSO ମାମଲାରେ ଅଭିନେତା ରୋହିତ ଚନ୍ଦେଲଙ୍କୁ ଜାମିନ, ‘ଅପରାଧ ଗୁରୁତର’ କହିଲେ କୋର୍ଟ

POCSO ମାମଲାରେ ଅଭିନେତା ରୋହିତ ଚନ୍ଦେଲଙ୍କୁ ଜାମିନ,...

ଟେଲିଭିଜନ ଅଭିନେତାରୋହିତ ଚନ୍ଦେଲଙ୍କୁ POCSO ମାମଲାରେ ଜାମ...

ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା, ସମୟ ପୂର୍ବରୁ ମୁକ୍ତି ଆବେଦନ ଖାରଜ

ଗ୍ୟାଙ୍ଗଷ୍ଟର ଆବୁ ସାଲେମଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା,...

୧୯୯୩ ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାର ଦୋଷୀ ତଥା ଗ୍ୟାଙ...

୧୧ ବର୍ଷ ପରେ ଭାରତ ଫେରିଲେ ପଳାତକ ହରନେକ ସିଂହ, ବିମାନବନ୍ଦରରୁ ଗିରଫ କଲା ସିବିଆଇ

୧୧ ବର୍ଷ ପରେ ଭାରତ ଫେରିଲେ ପଳାତକ...

ନୂଆଦିଲ୍ଲୀ:ଦୀର୍ଘ ୧୧ ବର୍ଷ ପରେ ଭାରତକୁ ଫେରାଇ ଅଣାଯାଇଛି...

ଭଂସାଲୀଙ୍କ ଫିଲ୍ମରେ ଅମିତାଭ-ରେଖାଙ୍କୁ ଦେଖିବାକୁ ଚାହାନ୍ତି ପୃଥ୍ୱୀରାଜ, କହିଲେ- ‘ପ୍ରଥମ ଦିନ ପ୍ରଥମ ଶୋ’ ଦେଖିବି

ଭଂସାଲୀଙ୍କ ଫିଲ୍ମରେ ଅମିତାଭ-ରେଖାଙ୍କୁ ଦେଖିବାକୁ ଚାହାନ୍ତି ପୃଥ୍ୱୀରାଜ,...

ବଲିଉଡ୍‌ର ଦୁଇ କିମ୍ବଦନ୍ତୀ ଅଭିନେତା ଅମିତାଭ ବଚ୍ଚନ...

‘Hunkkaar: The Roar’ ଟ୍ରେଲର: ଶକ୍ତିଶାଳୀ ଗୁରୁ ‘ବାପଜୀ’ଙ୍କ ବିରୋଧରେ ଅନୀତ ପଡ୍ଡା, ଅନ୍ୟାୟ ବିରୋଧରେ ଲଢ଼େଇ

‘Hunkkaar: The Roar’ ଟ୍ରେଲର: ଶକ୍ତିଶାଳୀ ଗୁରୁ...

ଅନୀତ ପଡ୍ଡାଙ୍କ ଆଗାମୀ ୱେବ୍ ସିରିଜ୍ **‘Hunkkaar:...

ନକଲି PMO ID ଦେଖାଇ ମଲ୍‌ରେ ଏଣ୍ଟ୍ରି, ଧରାପଡ଼ିଲେ ୨୪ ବର୍ଷୀୟ ଯୁବକ; AI ବ୍ୟବହାର ନେଇ ତଦନ୍ତ

ନକଲି PMO ID ଦେଖାଇ ମଲ୍‌ରେ ଏଣ୍ଟ୍ରି,...

ମୁମ୍ବାଇର ଜିଓ ୱାର୍ଲ୍ଡ ପ୍ଲାଜାରେ ନକଲି ପ୍ରଧାନମନ୍ତ୍ରୀ କ...

ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ପିଜି ଅପରେଟର୍ ଗିରଫ, ଅନ୍ୟ ୩ ପିଜିରେ ପୋଲିସର ଚଢ଼ାଉ

ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା: ପିଜି ଅପରେଟର୍...

ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ୭...

ପ୍ରୋଟିନ୍ ପାଉଡରରେ କୀଟ ମିଳିଥିବା ଦାବି କଲେ ବିପାଶା ବାସୁ, ତୁକାରାମ ମୁଣ୍ଡେଙ୍କୁ କହିଲେ- ‘ଆପଣ ହିଁ ଆମର ଶେଷ ଆଶା’

ପ୍ରୋଟିନ୍ ପାଉଡରରେ କୀଟ ମିଳିଥିବା ଦାବି କଲେ...

ବଲିଉଡ୍ ଅଭିନେତ୍ରୀବିପାଶା ବାସୁପ୍ରୋଟିନ୍ ପାଉଡରର ଗୁଣବତ୍ତ...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା
+