ଶିକ୍ଷା କ୍ଷେତ୍ରରେ ସୁଧାର ଓ ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ କରିବାକୁ ସରକାର ଜୋର ଦେଉଥିବା ବେଳେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ଚାରଡ଼ା ଆଶ୍ରମ ବିଦ୍ୟାଳୟର ଚିତ୍ର ଶିକ୍ଷା ବ୍ୟବସ୍ଥାର ବାସ୍ତବ ସ୍ଥିତିକୁ ସାମ୍ନାକୁ ଆଣିଛି।
ଏହି ଆଶ୍ରମ ବିଦ୍ୟାଳୟରେ ପ୍ରାୟ୨୦୦ ଜଣ ଛାତ୍ରଛାତ୍ରୀଅଧ୍ୟୟନ କରୁଛନ୍ତି। ସେମାନଙ୍କ ମଧ୍ୟରୁ୧୩୦ ଜଣ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଥିବାବେଳେ,୭୦ ଜଣ ଡେ-ସ୍କଲାରଭାବେ ପଢ଼ୁଛନ୍ତି।
ସରକାରୀ ନିୟମ ଅନୁଯାୟୀ ପ୍ରତି୩୫ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକରହିବା ଆବଶ୍ୟକ। ସେହି ହିସାବରେ ଏହି ବିଦ୍ୟାଳୟରେ ଅତି କମରେ୭ରୁ ୮ ଜଣ ଶିକ୍ଷକରହିବା କଥା। କିନ୍ତୁ ବର୍ତ୍ତମାନ ସେଠାରେମାତ୍ର ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀକାର୍ଯ୍ୟରତ ଥିବା ଅଭିଯୋଗ ହୋଇଛି।
ଶିକ୍ଷକ ଅଭାବ ଯୋଗୁଁ ବିଦ୍ୟାଳୟର ମାଟ୍ରନଙ୍କୁ ମଧ୍ୟ ପିଲାମାନଙ୍କୁ ପାଠ ପଢ଼ାଇବାକୁ ପଡ଼ୁଥିବା ସ୍ଥାନୀୟ ଲୋକ ଓ ଅଭିଭାବକ ଅଭିଯୋଗ କରିଛନ୍ତି। ଏହା ଦ୍ୱାରା ପାଠପଢ଼ାର ମାନ ପ୍ରଭାବିତ ହେଉଥିବା ସେମାନେ କହିଛନ୍ତି।
ଏଭଳି ସ୍ଥିତିରେ ଆଦିବାସୀ ଓ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ ପାଇଛି। ସ୍ଥାନୀୟ ଲୋକ ଓ ଅଭିଭାବକମାନେ ତୁରନ୍ତ ଖାଲି ପଦବୀ ପୂରଣ କରି ପର୍ଯ୍ୟାପ୍ତ ସଂଖ୍ୟାରେ ଶିକ୍ଷକ ନିଯୁକ୍ତ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଷ୍ଟ୍ରେଲିଆ ଗସ୍ତ ସମୟ...
ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଦାନ ଚୋରି ମାମଲାକ...
ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଦଳୀୟ ପାଣ୍ଠି ଦୁରୁପଯ...
ମୁମ୍ବାଇ-ପୁଣେ ଏକ୍ସପ୍ରେସୱେର ୭,୦୦୦ କୋଟି ଟଙ୍କା ବ୍ୟୟରେ...
ଅଯୋଧ୍ୟାସ୍ଥିତ ରାମ ମନ୍ଦିରରେ ଭକ୍ତଙ୍କ ଦାନ ଅର୍ଥ ଗଣନାକୁ...
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରୁ ଏ...
ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ନୂଆ ଚର୍ଚ୍ଚାର ଝଡ଼ ସୃଷ୍...
ପଶ୍ଚିମ ଏସିଆରେ ଇରାନ ଓ ଆମେରିକା ମଧ୍ୟରେ ବଢୁଥିବା ସାମରିକ...
ଆସନ୍ତା୨୦୨୭ ପଞ୍ଚାୟତ ଏବଂ ପୌର ନିର୍ବାଚନପାଇଁ ପ୍ରଶାସନିକ...