ଶିକ୍ଷା କ୍ଷେତ୍ରରେ ସୁଧାର ଓ ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ କରିବାକୁ ସରକାର ଜୋର ଦେଉଥିବା ବେଳେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ଚାରଡ଼ା ଆଶ୍ରମ ବିଦ୍ୟାଳୟର ଚିତ୍ର ଶିକ୍ଷା ବ୍ୟବସ୍ଥାର ବାସ୍ତବ ସ୍ଥିତିକୁ ସାମ୍ନାକୁ ଆଣିଛି।
ଏହି ଆଶ୍ରମ ବିଦ୍ୟାଳୟରେ ପ୍ରାୟ୨୦୦ ଜଣ ଛାତ୍ରଛାତ୍ରୀଅଧ୍ୟୟନ କରୁଛନ୍ତି। ସେମାନଙ୍କ ମଧ୍ୟରୁ୧୩୦ ଜଣ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଥିବାବେଳେ,୭୦ ଜଣ ଡେ-ସ୍କଲାରଭାବେ ପଢ଼ୁଛନ୍ତି।
ସରକାରୀ ନିୟମ ଅନୁଯାୟୀ ପ୍ରତି୩୫ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକରହିବା ଆବଶ୍ୟକ। ସେହି ହିସାବରେ ଏହି ବିଦ୍ୟାଳୟରେ ଅତି କମରେ୭ରୁ ୮ ଜଣ ଶିକ୍ଷକରହିବା କଥା। କିନ୍ତୁ ବର୍ତ୍ତମାନ ସେଠାରେମାତ୍ର ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀକାର୍ଯ୍ୟରତ ଥିବା ଅଭିଯୋଗ ହୋଇଛି।
ଶିକ୍ଷକ ଅଭାବ ଯୋଗୁଁ ବିଦ୍ୟାଳୟର ମାଟ୍ରନଙ୍କୁ ମଧ୍ୟ ପିଲାମାନଙ୍କୁ ପାଠ ପଢ଼ାଇବାକୁ ପଡ଼ୁଥିବା ସ୍ଥାନୀୟ ଲୋକ ଓ ଅଭିଭାବକ ଅଭିଯୋଗ କରିଛନ୍ତି। ଏହା ଦ୍ୱାରା ପାଠପଢ଼ାର ମାନ ପ୍ରଭାବିତ ହେଉଥିବା ସେମାନେ କହିଛନ୍ତି।
ଏଭଳି ସ୍ଥିତିରେ ଆଦିବାସୀ ଓ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ ପାଇଛି। ସ୍ଥାନୀୟ ଲୋକ ଓ ଅଭିଭାବକମାନେ ତୁରନ୍ତ ଖାଲି ପଦବୀ ପୂରଣ କରି ପର୍ଯ୍ୟାପ୍ତ ସଂଖ୍ୟାରେ ଶିକ୍ଷକ ନିଯୁକ୍ତ କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି।
ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣା କମାଇବା ଏବଂ ଯାତ୍ରୀଙ୍...
ଭାରତୀୟ ଅର୍ଥନୀତିର ବିକାଶ ହାରକୁ ନେଇ ଆଶା ବଢ଼ିଥିବାବେଳେ,...
ନାବାଳିକା ନିଖୋଜ ପରେ ମିଳିଥିଲା ମୃତଦେହ ରିପୋର୍ଟ ଅନୁଯ...
ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରଶାସନ ସଜାଗ: ଜ...
ହରିୟାଣାର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମ...
ବଙ୍ଗୋପସାଗରରେ ଅବପାତକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକ...
ଓଡ଼ିଶା ଉପକୂଳ ଆଡ଼କୁ ସମ୍ଭାବ୍ୟ ବାତ୍ୟାର ଆଶଙ୍କା ମଧ୍ୟରେ...
ଉତ୍ତରପ୍ରଦେଶର ଭୋଟର ତାଲିକାକୁ ନେଇ ନୂଆ ବିବାଦ ଦେଖାଦେଇଛି...