ଟିସିଏସ୍ ନାଶିକ ଧର୍ମାନ୍ତରଣ ଓ ଉତ୍ପୀଡ଼ନ ମାମଲା: ଫେରାର ଅଭିଯୁକ୍ତ ନିଦା ଖାନ ଗିରଫ

ଟିସିଏସ୍ ନାଶିକ ଧର୍ମାନ୍ତରଣ ଓ ଉତ୍ପୀଡ଼ନ ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ ନିଦା ଖାନଙ୍କୁ ପ୍ରାୟ ୨୫ ଦିନ ଧରି ଫେରାର ରହିବା ପରେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରୁ ପୁଲିସ ଗିରଫ କରିଛି। ତାଙ୍କ ଗର୍ଭାବସ୍ଥା ଆଧାରିତ ଅଗ୍ରିମ ଜାମିନ ଆବେଦନକୁ କୋର୍ଟ ଖାରଜ କରିଥିଲେ।
Accused Nida Khan arrested in TCS Nashik harassment and conversion case
Accused Nida Khan arrested in TCS Nashik harassment and conversion case

ଚର୍ଚ୍ଚିତ ଟିସିଏସ୍ ନାଶିକ ଧର୍ମାନ୍ତରଣ ଓ ମହିଳା ଉତ୍ପୀଡ଼ନ ମାମଲାରେ ବଡ଼ ସଫଳତା ହାସଲ କରିଛି ପୁଲିସ। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଚିହ୍ନଟ ସସ୍ପେଣ୍ଡ ହୋଇଥିବା କର୍ମଚାରୀ ନିଦା ଖାନଙ୍କୁ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରରୁ ଗିରଫ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ସେ ପ୍ରାୟ ୨୫ ଦିନ ଧରି ଫେରାର ଥିଲେ।

ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ (SIT) ନିଦା ଖାନଙ୍କ ଗତିବିଧି ଉପରେ ନଜର ରଖିଥିଲା। ପରେ ନାରେଗାଓଁ ଅଞ୍ଚଳର ଏକ ଫ୍ଲାଟ୍ରେ ସେ ପରିବାର ସଦସ୍ୟଙ୍କ ସହ ଲୁଚି ରହିଥିବା ଖବର ମିଳିବା ପରେ ଦେରରାତିରେ ଚଢ଼ାଉ କରି ତାଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ ନାଶିକକୁ ଆଣି ଅଧିକ ପଚରାଉଚରା କରାଯାଉଛି।

ଏହି ମାମଲା ପ୍ରଥମେ ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଟିସିଏସ୍ ସଂପୃକ୍ତ ଏକ ବିପିଓ କାର୍ଯ୍ୟାଳୟର ଅନେକ ମହିଳା କର୍ମଚାରୀ ସହକର୍ମୀ ଓ ଉର୍ଦ୍ଧ୍ୱତନ ଅଧିକାରୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ, ମାନସିକ ନିର୍ଯାତନା, ଧମକ ଓ ଧର୍ମାନ୍ତରଣ ପାଇଁ ଚାପ ପକାଇବା ଭଳି ଗୁରୁତର ଅଭିଯୋଗ ଆଣିଥିଲେ।

ଅଭିଯୋଗ ଅନୁଯାୟୀ, କେତେକ ମହିଳା କର୍ମଚାରୀଙ୍କୁ ହିଜାବ ଓ ବୁର୍ଖା ପିନ୍ଧିବା, ନମାଜ ପଢ଼ିବା ଏବଂ ହିନ୍ଦୁ ପରମ୍ପରାରୁ ଦୂରେଇ ରହିବାକୁ ଚାପ ପକାଯାଉଥିଲା। କେତେକ ଅଭିଯୁକ୍ତ ହିନ୍ଦୁ ଦେବଦେବୀଙ୍କ ବିରୋଧରେ ଅପମାନଜନକ ମତାମତ ଦେଇଥିବା ଓ ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ମଧ୍ୟ FIRରେ ଉଲ୍ଲେଖ ରହିଛି।

ତଦନ୍ତକାରୀମାନଙ୍କ ଅନୁସାରେ, ନିଦା ଖାନ ଅଭିଯୋଗକାରୀମାନଙ୍କୁ ପୁଲିସ ନିକଟକୁ ଯିବାରୁ ରୋକିବା ସହ ଧର୍ମୀୟ ପ୍ରଥା ଅନୁସରଣ ପାଇଁ ପ୍ରଭାବିତ କରୁଥିଲେ। ସହ-ଅଭିଯୁକ୍ତ ଡାନିଶ୍ ଶେଖଙ୍କ ବିବାହିତ ସ୍ଥିତି ଲୁଚାଇ ଜଣେ ମହିଳା ସହ ସମ୍ପର୍କ ଗଢ଼ିବାରେ ସହଯୋଗ କରିଥିବା ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ରହିଛି।

ଗିରଫ ପୂର୍ବରୁ ନିଦା ଖାନ ନିଜର ଦୁଇ ମାସର ଗର୍ଭାବସ୍ଥା ଦେଖାଇ ଅଗ୍ରିମ ଜାମିନ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ଅଭିଯୋଗର ଗୁରୁତ୍ୱ ଓ ତଦନ୍ତ ପାଇଁ କଷ୍ଟଡି ଆବଶ୍ୟକ ଥିବା ଦର୍ଶାଇ ପ୍ରୋସିକ୍ୟୁସନ୍ ଏହାକୁ ବିରୋଧ କରିଥିଲା। ପରେ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ।

 

LIVE TV
LIVE
Latest News
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚର୍ଚ୍ଚା: ୬ ଘଣ୍ଟାରେ ଅବପାତ, ୨୪ ଘଣ୍ଟାରେ ବାତ୍ୟା!

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚର୍ଚ୍ଚା: ୬...

ବଙ୍ଗୋପସାଗରରେ ଆଉ ଏକ ପାଣିପାଗ ପ୍ରଣାଳୀକୁ ନେଇ ଚର୍ଚ୍ଚା ବ...

ଗୋଟିଏ ପେନାଲ୍ଟି କର୍ଣ୍ଣର, ଗୋଟିଏ ଗୋଲ୍‌! ଜାପାନ ବିପକ୍ଷରେ ହରମନପ୍ରୀତଙ୍କ ଦମ୍‌ଦାର ପ୍ରଦର୍ଶନ

ଗୋଟିଏ ପେନାଲ୍ଟି କର୍ଣ୍ଣର, ଗୋଟିଏ ଗୋଲ୍‌! ଜାପାନ...

ହକି ପଡ଼ିଆରେ ଜଣେ ମହାନ ଖେଳାଳିଙ୍କ ପରିଚୟ କେବଳ ଗୋଲ୍&zwn...

ଅକ୍ଟୋବର ୩୧ ସୁଦ୍ଧା ବଙ୍ଗୋପସାଗରରେ ଅବପାତ ସମ୍ଭାବନା, ନଭେମ୍ବର ୧ରୁ ଓଡ଼ିଶାରେ ବର୍ଷା ଆଶଙ୍କା

ଅକ୍ଟୋବର ୩୧ ସୁଦ୍ଧା ବଙ୍ଗୋପସାଗରରେ ଅବପାତ ସମ୍ଭାବନା,...

ବଙ୍ଗୋପସାଗରରେ ଆଉ ଏକ ଅବପାତ ସମ୍ଭାବନା, ନଭେମ୍ବର ୧ରୁ ଓଡ଼...

ବାତ୍ୟା ‘ମୁରାସୁ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ଆଶଙ୍କା, ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ବାତ୍ୟା ‘ମୁରାସୁ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ...

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ...

ବଙ୍ଗୋପସାଗରରେ ଘନୀଭୂତ ହେଲା ଲଘୁଚାପ! ଆଗାମୀ ୧୨ ଘଣ୍ଟାରେ ଅବପାତ ହେବା ସମ୍ଭାବନା

ବଙ୍ଗୋପସାଗରରେ ଘନୀଭୂତ ହେଲା ଲଘୁଚାପ! ଆଗାମୀ ୧୨...

ଭୁବନେଶ୍ୱର: ବଙ୍ଗୋପସାଗରରେ ପାଣିପାଗରେ ପରିବର୍ତ୍ତନ ଦେଖାଦ...

କମନୱେଲ୍ଥ କବାଡ଼ି ଚାମ୍ପିଅନସିପ୍‌: ଫାଇନାଲ୍‌ରେ ଭାରତୀୟ ପୁରୁଷ ଓ ମହିଳା ଦଳ, ଟାଇଟଲ୍‌ଠାରୁ ମାତ୍ର ଗୋଟିଏ ବିଜୟ ଦୂରରେ

କମନୱେଲ୍ଥ କବାଡ଼ି ଚାମ୍ପିଅନସିପ୍‌: ଫାଇନାଲ୍‌ରେ ଭାରତୀୟ ପୁରୁଷ...

ନୂଆଦିଲ୍ଲୀ: ପ୍ରଥମ କମନୱେଲ୍ଥ କବାଡ଼ି ଚାମ୍ପିଅନସିପ୍&zwnj...

IPL 2027: ପୁଣି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହେବେ ରୋହିତ ଶର୍ମା? ତିଲକ ବର୍ମାଙ୍କୁ ମିଳିପାରେ ବଡ଼ ଦାୟିତ୍ୱ

IPL 2027: ପୁଣି ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ...

ମୁମ୍ବାଇ: IPL 2027 ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନା...

ଚତୁର୍ଥ T20ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ! ନ୍ୟୁଜିଲାଣ୍ଡଠାରୁ ୮୭ ରନ୍‌ରେ ହାରିଲା ଟିମ୍ ଇଣ୍ଡିଆ

ଚତୁର୍ଥ T20ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ! ନ୍ୟୁଜିଲାଣ୍ଡଠାରୁ...

ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳକୁ ଚତୁର୍ଥ T20...

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+